୨୬୫୦ ଦିନ ପରେ ନିର୍ଭୟାକୁ ମିଳିଲା ନ୍ୟାୟ, ଚାରି ଦୋଷୀ ଝୁଲିଲେ ଫାଶି ଫନ୍ଦାରେ, ଫାଶୀ ପରେ ମା’ ଆଶା ଦେବୀ କହିଲେ

ନିର୍ଭୟା ଗ୍ୟାଙ୍ଗରେପର ଚାରି ଦୋଷୀ ପବନ, ଅକ୍ଷୟ, ମୁକେଶ ଓ ବିନୟକୁ ଆଜି ସକାଳ 5.30 ରେ ଫାଶୀ ଦିଆ ଯାଇଛି । ଫାଶୀ ଦେବା ପୂର୍ବରୁ ଚାରି ଜଣଙ୍କର ମେଡିକାଲ ଟେଷ୍ଟ କରାଗଲା । ଯେଉଁଥିରେ ସମସ୍ତେ ଫିଟ ଓ ସୁସ୍ଥ ଥିଲେ । ଯାହା ପରେ ଜେଲ ସେମାନଙ୍କର ଫାଶୀର ପ୍ରକ୍ରିୟା ପୁରା କଲେ । ଏହି ସମୟରେ ତିହାଡ ଜେଲକୁ ଲକ ଡାଉନ କରାଯାଇଥିଲା । ଜେଲ ବାହାରେ ଅର୍ଦ୍ଧସୈନିକ ବଳଙ୍କୁ ଜଗାଯାଇଥିଲା । ଫାଶୀ ପରେ 7 ବର୍ଷରୁ ଅପେକ୍ଷା କରି ରହିଥିବା ନିର୍ଭୟାର ମା’ ଆଶା ଦେବୀ କହିଲେ କି ଯେମିତି ହିଁ ମୁଁ ସୁପ୍ରିମ କୋର୍ଟରୁ ଫେରିଲି, ଝିଅର ଫଟୋକୁ ଛାତିରେ ଜାବୁଡି ଧରି କହିଲି କି ଆଜି ତୋତେ ନ୍ୟାୟ ମିଳିଲା ।

କୋର୍ଟ ଫାଶୀ ଅଟକାଇବାକୁ କଲେ ନାମଞ୍ଜୁର

ଗତକାଲି ଅଧା ରାତିରେ ଦିଲ୍ଲୀ ହାଇକୋର୍ଟରେ ଚାଲୁଥିବା ଶୁଣାଣିରେ ନିର୍ଭୟା ଦୋଷୀଙ୍କ ପକ୍ଷରୁ ଫାଶୀ ଅଟକାଇବାର ପିଟିସନ ପଠାଇ ଫାଶୀ ଅଟକାଇବାକୁ ପୁରା ଚେଷ୍ଟା କରାଯାଇଥିଲା । କିନ୍ତୁ ଦିଲ୍ଲୀ ହାଇକୋର୍ଟ ନାମଞ୍ଜୁର ଦେଇ ଦେଇଥିଲେ । ଏହା ପରେ ଦୋଷୀଙ୍କର ଓକିଲ ଭାନୁମତୀ ଏପି ସିଂହ ସୁପ୍ରିମ କୋର୍ଟର ଦ୍ଵାରସ୍ଥ ହୋଇଥିଲେ । ଜଷ୍ଟିସ ଭାନୁମତୀ ଏପି ସିଂହ ରାଷ୍ଟ୍ରପତି ଖାରଚ କରିଥିବା ଦୟା ଆବେଦନ ଓ ଫାଶୀ ଉପରେ ସ୍ଟେ ର ଦାବି କରିଥିଲେ । ଏହା ସହିତ ପବନକୁ ନାବାଳକ ପ୍ରମାଣିତ କରିବା ପାଇଁ କୋର୍ଟ ସାମ୍ନାରେ ତାର ସ୍କୁଲ ସାର୍ଟିଫିକଟେ ଓ ଆଟେଡାନ୍ସ ରେଜିସ୍ଟର ରଖା ଯାଇଥିଲା । କିନ୍ତୁ ସୁପ୍ରିମ କୋର୍ଟ କହିଲା କି ଏହା ଉପରେ ପୂର୍ବରୁ ମଧ୍ୟ ଆଲୋଚନା ହୋଇ ସାରିଛି ।

ନିର୍ଭୟା ସହିତ ହୋଇଥିଲା ଏହି ବର୍ବରତା

ଦିଲ୍ଲୀରେ 16 ଡିସେମ୍ବର 2012 ରବିବାର ଦିନ ରାତିରେ ଏକ ଚଳନ୍ତି ବସରେ ନିର୍ଭୟା ସହିତ ସାମୁହିକ ବଳାତ୍କାର କରାଯାଇଥିଲା । ସେ ବସରେ ବସିବା ମାତ୍ରେ ପାଞ୍ଚ ରୁ ସାତ ଜଣ ଯାତ୍ରୀ ତା ସହିତ ଦୁଷ୍କର୍ମ କରିବାକୁ ଲାଗିଲେ । ତାହାର ପୁରୁଷ ମିତ୍ର ତାକୁ ବଞ୍ଚାଇବାକୁ ଚେଷ୍ଟା କରିଥଲା କିନ୍ତୁ ସେମାନେ ତା ସହିତ ମଧ୍ୟ ମାରପିଟ କରିଥିଲେ ଓ ନିର୍ଭୟା ସହିତ ସାମୁହିକ ଦୁଷ୍କର୍ମ କରିଥିଲେ । ଆମ ସହିତ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।