ଆପଣଙ୍କ ଇ-ଯାନ ଚାର୍ଜ କରିବାକୁ ଆଉ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡିବନି କି ଚାର୍ଜି॰ ଷ୍ଟେସନ ଯିବାକୁ ପଡିବନି, ଏନେଇ ସରକାର ଆଣିଲେ ବ୍ଯାଟେରୀ ସ୍ଵାପି॰ ପଲିଶି, ଦେଖନ୍ତୁ ଏହା କଣ ?

ଆଉ ଇଲେକ୍ଟ୍ରିକ ଯାନ ଚାର୍ଜି॰ ପାଇଁ ଆପଣଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡିବନି । ବ୍ଯାଟେରୀ ସାରିବା କ୍ଷଣି ଆପଣଙ୍କୁ ମିଳିଯିବ ଆଉ ଏକ ଫୁଲ୍ ଚାର୍ଜ ଥିବା ବ୍ଯାଟେରୀ । ଇଲେକ୍ଟ୍ରିକ ଯାନର ଚାହିଦା ବଢାଇବା ପାଇଁ କେନ୍ଦ୍ର ସରକାର ନେଇଛନ୍ତି ଏଭଳି ଏକ ନିଷ୍ପତ୍ତି । ଖୁବ୍ ଶୀଘ୍ର ଆସିବାକୁ ଯାଉଛି ବ୍ଯାଟେରୀ ସ୍ଵାପି॰ ପଲିଶି । ଯାହାଦ୍ୱାରା ଚାର୍ଜ ସାରିଲେ ଆଉ ଚାର୍ଜି॰ ଷ୍ଟେସନକୁ ଯାଇ ଚାର୍ଜ ବସାଇବା ଦରକାର ନାହିଁ । ମାତ୍ର ଚାର୍ଜି॰ ବାବଦକୁ କିଛି ଟଙ୍କା ଦେଲେ ଆପଣ ପାଇପାରିବେ ବ୍ଯାଟେରୀ ।

ସହରାଞ୍ଚଳରେ ଚାର୍ଜି॰ ଷ୍ଟେସନ ପାଇଁ ଯାହା ଅଭାବ ଥିବାରୁ ବ୍ଯାଟେରୀ ସ୍ଵାପି॰ ପଲିଶି ଅଣା ଯାଇଥିବା ଅର୍ଥମନ୍ତ୍ରୀ କହିଥିଲେ । ଏହି ନିଷ୍ପତ୍ତିକୁ ଗ୍ରାହକମାନେ ମଧ୍ୟ ସ୍ଵାଗତ କରିଥିଲେ ମଧ୍ୟ ମନରେ ଅନେକ ପ୍ରଶ୍ନ ଏବଂ ଦ୍ଵନ୍ଦ ରହିଛି । ତେଣୁ ସରକାର ଏହିସବୁ ଦିଗକୁ ଧ୍ୟାନରେ ରଖି ନୀତି ନିର୍ଦ୍ଧାରିତ କରନ୍ତୁ ବୋଲି କହୁଛନ୍ତି ଗ୍ରାହକ । ଗ୍ରାହକଙ୍କ ପ୍ରଶ୍ନ ହେଉଛି ଏବେ ଆସୁଥିବା ଗାଡି ଗୁଡିକରେ ଫିକ୍ସଡ୍ ବ୍ଯାଟେରୀ ସୁବିଧା ଥିବାରୁ ସେମାନେ କେମିତି ଏହି ସୁବିଧା ପାଇପାରିବେ ?

ଏହାସହ ବ୍ଯାଟେରୀ ବାରମ୍ବାର ବଦଳ ହେଲେ ୱାରେଣ୍ଟି କେଉଁଠି ଏବଂ କେମିତି କ୍ଳେମ୍ କରିବେ ବୋଲି ଇ-ଯାନ ଗ୍ରାହକଙ୍କ ଚିନ୍ତା ରହିଛି । ବର୍ତ୍ତମାନ ସୁଦ୍ଧା ଏହି ପଲିଶିରେ କେଉଁ ଗାଡି ଗୁଡିକ ଅନ୍ତର୍ଭୁକ୍ତ ହେବେ ତାହା ସ୍ପଷ୍ଟ ହୋଇନି । ତେବେ ଇଭି ଡିଲରଙ୍କ କହିବା ଅନୁସାରେ ଏହି ପଲିଶି ଦ୍ଵାରା କେବଳ ଦୁଇ ଚକିଆ ଏବଂ ତିନି ଚକିଆ ଯାନ ହିଁ ଉପକୃତ ହୋଇପାରିବେ । କାର୍ ରେ ବ୍ୟବହୃତ ହେଉଥିବା ବ୍ଯାଟେରୀର ଓଜନ ୨୫୦ କିଲୋଗ୍ରାମରୁ ଅଧିକ ହୋଇଥିବାରୁ ବ୍ଯାଟେରୀ ସ୍ଵାପି॰ କରିବା ଅସମ୍ଭବ ।

ଅନ୍ୟପଟେ ଦୁଇ ଚକିଆ ଏବଂ ତିନି ଚକିଆ ଯାନ ପାଇଁ ଏହି ପଲିଶି ଶ୍ରେଷ୍ଠ ସମାଧାନ । କିନ୍ତୁ କାର୍ଯ୍ୟକାରିତା ବେଳେ ଅନେକ ଅସୁବିଧା ଦର୍ଶାଇଛନ୍ତି ଇଭି ଶୋରୁମ୍ ମାଲିକ । ଦେଶର ସମସ୍ତ ଇ-ବାଇକ ଏବଂ ଅଟୋ ତିଆରି କରୁଥିବା କମ୍ପାନୀର ବ୍ଯାଟେରୀ କିମ୍ବା ଚାର୍ଜି॰ ସମାନ ନୁହେଁ । ତେଣୁ ପ୍ରଥମେ ସମସ୍ତ କମ୍ପାନୀର ବ୍ଯାଟେରୀଙ୍କୁ ସେଣ୍ଟ୍ରାଲାଇଜ କରିବାର ଆବଶ୍ୟକତା ରହିଛି । ଏସବୁ ଭିତରେ ରାଜ୍ୟରେ ଇ-ଯାନ ନୀତି ଜାରି ହୋଇଛି ।

ଗତ ଅକ୍ଟୋବର ୨୯ ଠାରୁ ସବୁ ପ୍ରକାର ଇ-ଯାନରୁ ମୋଟର ଯାନ ଟିକସ, ପଞ୍ଜୀକରଣ ଫି ସଂପୂର୍ଣ୍ଣ ଛାଡ ସହ ଇ-ଯାନ କ୍ରୟରେ ୧୫ ପ୍ରତିଶତ ପର୍ଯ୍ୟନ୍ତ ସବସିଡିର ବ୍ୟବସ୍ଥା ବି ହୋଇଛି । ୨୦୨୫ ସୁଦ୍ଧା ରାଜ୍ୟର ନୂଆ ଗାଡି ପଞ୍ଜୀକରଣରେ ଇ-ଯାନ ଅଂଶୀଦାରକୁ ୨୦ ପ୍ରତିଶତ ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।