ବାବା ରାମଦେବଙ୍କର ଘରୋଇ ଉପାୟ ଆପଣାଇ ସହଜରେ କମ କରି ପାରିବେ ନିଜର ଓଜନ, ଜାଣନ୍ତୁ କେମିତି କମ ହେବ ବେଲି ଫ୍ୟାଟ

ଭାରତରେ ସବୁ ରୋଗ ଭଳି ମୋଟାପା ବି ଏକ ବଡ ସମସ୍ୟା ହୋଇ ଯାଉଛି । ଶରୀରର ବେକାର ଚର୍ବିକୁ ହିଁ ମୋଟାପା କୁହାଯାଏ । ଯାହାକୁ ଶରୀରରରେ ହେବା ଦରକାର ନଥାଏ । ଆପଣ ନିଜ ଶରୀରର ଓଜନ କମ କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ କରିଥାନ୍ତି, କିନ୍ତୁ ଯେତେ ପର୍ଯ୍ୟନ୍ତ ଆପଣ ବ୍ୟାୟମ କରି ନାହାନ୍ତି ସେତେ ପର୍ଯ୍ୟନ୍ତ ଆପଣଙ୍କର ମୋଟାପା କମ ହେବ ନାହିଁ ।

ଯଦି ଆପଣ ବୁଝି ପାରୁ ନାହାନ୍ତି କି ଆପଣଙ୍କ ଶରୀରର ଚର୍ବି କେମିତି କମ କରିବେ ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ବାବ ରାମଦେବଙ୍କ ବିଷୟରେ ଯିଏ କିଛି ସହଜ ଆସନ କେବଳ ନିଜର ଓଜନ କମ କରିବା ପାଇଁ ତିଆରି କରିଛନ୍ତି ।

ମୋଟାପା ବଢାଇବାର ମୁଖ୍ୟ କାରଣ

ଶରୀରର ମୋଟାପା ବିଭିନ୍ନ କାରଣ ଦ୍ଵାରା ବଢିଥାଏ । ଯେମିତି କି ଯେନେଟିକ ହେବା ମାନେ ଯଦି ଆପଣଙ୍କର ମାତା ପିତା ମୋଟା ଅଛନ୍ତି ତେବେ ଆପଣ ବି ମୋଟା ହୋଇଯିବେ । ଏହା ଛଡା ଅଧିକ ତେଲରେ ତିଆରି ଖାଦ୍ୟ ସେବନ କରିବା, ଘିଅ – ଲହୁଣୀର ଅଧିକ ସେବନ କରିବା, ସବୁବେଳେ ଶୋଇବା, ମିଠା ଖାଦ୍ୟ, କେବେ ବି ବ୍ୟାୟମ ନ କରିବା । ଏହ କରିବା ଦ୍ଵାରା ଆପଣଙ୍କର ଓଜନ ବଢିଥାଏ । ଆପଣଙ୍କୁ କହିବାକୁ ଯାଉଛୁ ବାବା ରାମଦେବଙ୍କର ସେହି ଉପାୟ ବିଷୟରେ ଯାହା ଦ୍ଵାରା ଆପଣ ନିଜର ମୋଟାପାକୁ ଘରେ ବସି କମ କରି ପାରିବେ ।

କପାଳଭାତି

ସର୍ବେ ପ୍ରଥମେ ପିଠିକୁ ସିଧା କରି ବସନ୍ତୁ ଏବଂ ଗୋଡକୁ ମୋଡି ଦିଅନ୍ତୁ । ବର୍ତ୍ତମାନ ଲମ୍ବା ପ୍ରଶ୍ଵାସ ନିଅନ୍ତୁ । ନିଶ୍ଵାସ ଛାଡିବା ଉପରେ ଧ୍ୟାନ ଦିଅନ୍ତୁ ଏବଂ ବହୁତ ଜୋରରେ ପ୍ରଶ୍ଵାସ ନିଅନ୍ତୁ ନାହିଁ । ଏହି କଥାର ଧ୍ୟାନ ରଖିବେ କି ଆପଣ ଯେତେବେଳେ ଏହାକୁ କରିବେ ସେତେବେଳେ ଆପଣଙ୍କର ପେଟ ଫୁଲିବା ଏବଂ ସଙ୍କୁଚିତ ହେବା ଦରକାର । ଏହାକୁ କମ ରୁ କମ ୧୫ – ୨୦ ଥର କରନ୍ତୁ ।

ଉଜ୍ଜାୟୀ ପ୍ରଣାମ

ଏକ ଦମ ଶାନ୍ତ ମୁଦ୍ରାରେ ବସି ଯାଆନ୍ତୁ । ବେକକୁ ଟାଇଟ କରି ନିଅନ୍ତୁ ଏବଂ ଆବାଜ କରି ନାକ ଦ୍ଵାରା ପ୍ରଶ୍ଵାସ ଭିତରକୁ ନିଅନ୍ତୁ । ମୁହଁ ଦ୍ଵାରା ପ୍ରଶ୍ଵାସ ନେବାକୁ ଚେଷ୍ଟା କରନ୍ତୁ ନାହିଁ । ବର୍ତ୍ତମାନ ବେକର ମାଂସପେଶୀକୁ ସଙ୍କୁଚିତ କରି ରଖନ୍ତୁ । ବେକ ଦ୍ଵାରା ଆବାଜ ବାହାର କରି ନାକ ସାହାର୍ଯ୍ୟରେ ନିଶ୍ଵାସ ବାହାରକୁ ଛାଡନ୍ତୁ । ପ୍ରଥେମ ଏହାକୁ ୨ – ୩ ମିନିଟ ପର୍ଯ୍ୟନ୍ତ କରନ୍ତୁ ଏବଂ ତାହା ପରେ ଏହାକୁ ୧୦ ମିନିଟ ପର୍ଯ୍ୟନ୍ତ ନେଇ ଯାଆନ୍ତୁ । ଏହା କରିବା ଦ୍ଵାରା ପେଟର ଚର୍ବି ଜଲ୍ଦି କମି ଯାଏ ।

ଦୌଡିବା

ଆପଣ ଜିମରେ ପ୍ରାୟତଃ ଲୋକମାନଙ୍କୁ ଟ୍ରେଡମିଲ ଉପରେ ଦୌଡୁଥିବାର ଦେଖିଥିବେ । ଏହାଠାରୁ ଅଧିକ ଲାଭ ମିଳିଥାଏ ଖୋଲା ପବନରେ ଦୌଡିବା । ସକାଳେ ଜଲ୍ଦି ଉଠି ଯାଆନ୍ତୁ ଏବଂ ଖୋଲା ବାତାବରଣର ଏକ ଚକ୍କର ଲଗାନ୍ତୁ । ସନ୍ଧ୍ୟା ସମୟରେ ବି ଅଳ୍ପ ଦୌଡିବା ଭଲ ହୋଇଥାଏ । ଏହା ଦ୍ଵାରା ଓଜନ କମ କରିବା ସହିତ ବ୍ଲଡ ସର୍କୁଲେଶନ ବି ଭଲ ହୋଇଥାଏ ।

ଏକ୍ୟୁପ୍ରେଶର

ଆଙ୍ଗୁଠିରେ ହାତର ତଳ ଭାଗରେ ୨ – ୨ ମିନିଟ ପର୍ଯ୍ୟନ୍ତ ଦବାନ୍ତୁ । ଏହା ଦ୍ଵାରା ମୋଟାପା ସହିତ ଥାଇରେଡର ସମସ୍ୟାରୁ ବି ଆପଣଙ୍କୁ ଆରାମ ମିଳିଥାଏ ।

ଫ୍ୟାଟ କମ କରିବା ପାଇଁ ଘରେଲୁ ଉପାୟ

  • ମହୁ ମୋଟାପା କମ କରିବା ପାଇଁ ବହୁତ ଭଲ ଅଟେ । ଗୋଟିଏ ଚାମଚ ମହୁ ଏବଂ ଅଧା ଲେମ୍ବୁ ରସ ଗରମ ପାଣି ମିଶାନ୍ତୁ ଏବଂ ଏହାକୁ ପିଅନ୍ତୁ , ଏହା ସହିତ ବ୍ୟାୟମ କରନ୍ତୁ । ଏହା ଦ୍ଵାରା ଓଜନ କମ ହୋଇଯିବ ।
  • ବନ୍ଧାକୋବିର ବ୍ୟବହାର ଅଧିକ ରୁ ଅଧିକ କରନ୍ତୁ । ଏହା ଦ୍ଵାରା କ୍ୟାଲୋରି ଅଧିକ ତିଆରି ହୋଇଥାଏ । ଏହି ପକ୍ରିୟାରେ ଚର୍ବି କଟିଯାଏ ଏବଂ ଓଜନ କମ ହେବାକୁ ଲାଗିବ ।

ଆଶା କରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ଭଲ ଲାଗିଥିବ, ଭଲଲାଗିଲେ ଗୋଟେ ଶେୟାର କରିବେ ଓ ଆଗକୁ ଏହିଭଳି ସ୍ୱାସ୍ଥ୍ୟ ଟିପ୍ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।