ମୋଦୀ ସରକାର ଦେବେ ପ୍ରତି ମାସରେ ୩୦୦୦ ଟଙ୍କା, ଜାଣନ୍ତୁ କଣ ଏହାର ନିୟମ ଓ ସର୍ତ୍ତ ?

ନିର୍ବାଚନ ଋତୁରେ କେନ୍ଦ୍ର ସରକାରଙ୍କ ଧମାକେଦାର ସ୍କିମ ପ୍ରଧାନମନ୍ତ୍ରୀ ଶ୍ରମ ୟୋଗୀ ମାନଧନ ଯୋଜନାର ସର୍ତ୍ତ ଜାରି ହୋଇଛି । ଏହି ଯୋଜନାର କିଏ କିଏ ଲାଭ ଉଠାଇ ପାରିବେ ଓ ଏଥିରୁ କଣ କଣ ଲାଭ ମିଳିବ ଏଥିରୁ ପରଦା ଉଠି ସାରିଛି । ଏହି ଯୋଜନାରେ କୋଟି କୋଟି ଲୋକଙ୍କୁ ବହୁତ ଲାଭ ମିଳିବାର ଅଛି । ବିଶେଷ କରି ସେହି ଲୋକଙ୍କୁ ଯେଉଁ ମାନଙ୍କୁ ବୃଦ୍ଧ ବଯସରେ ହଇରାଣ ହେବାକୁ ପଡିଥାଏ, ତାଙ୍କୁ ଏବେ ସରକାରଙ୍କର ଏହି ଯୋଜନା ପାଇଁ ବୃଦ୍ଧ ଅବସ୍ଥାର ଚିନ୍ତା କରିବାର ନାହିଁ ।

ପ୍ରଧାନ ମନ୍ତ୍ରୀ ମାନଧନ ଯୋଜନା ଅନ୍ତର୍ଗତ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ୬୦ ବର୍ଷ ବୟସ ପରେ ୩୦୦୦ ଟଙ୍କା ପ୍ରତି ମାସରେ ପେନସନ ରୂପରେ ଦିଆଯିବ, ଯାହା ଦ୍ଵାରା ସେ ନିଜର ବୃଦ୍ଧ ବୟସ ଭଲରେ କଟାଇ ପାରିବେ । ଜଣାଇ ଦେଉଛୁ କି ଏହି ଯୋଜନା ଅନୁସାରେ ୬୦ ବର୍ଷ ପରେ ଆପଣଙ୍କୁ କୌଣସି ପଇସା ଦେବାର ଆବଶ୍ୟକତା ନାହିଁ, ପରନ୍ତୁ ଯେ ପର୍ଯ୍ୟନ୍ତ ବ୍ୟକ୍ତି ବଞ୍ଚିରହିବ, ସେ ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ସିଧା ୩୦୦୦ ଟଙ୍କା ତା ଖାତାରେ ଆସିଯିବ । କେନ୍ଦ୍ର ସରକାରଙ୍କର ଏହି ଯୋଜନାର କିଛି ନିୟମ ଓ ସର୍ତ୍ତ ଅଛି, ଯାହା ବିଷୟରେ ଆମେ ଆପଣଙ୍କୁ ତଳେ ଜଣାଇଦେବୁ ।

କେଉଁ ବର୍ଷର ବ୍ୟକ୍ତି ଆପ୍ଳାଏ କରି ପାରିବେ

ଏହି ଯୋଜନା ଅନ୍ତର୍ଗତ ୧୮ ରୁ ୪୦ ବର୍ଷର ବୟସ ପର୍ଯ୍ୟନ୍ତ ବ୍ୟକ୍ତି ସାମିଲ ହୋଇ ପାରିବେ । ଯଦି ଆପଣଙ୍କର ବୟସ ଏହା ମଧ୍ୟରେ ଅଟେ, ତେବେ ଆପଣ ଏହି ଯୋଜନା ପାଇଁ ଆପ୍ଳାଏ କରି ପାରିବେ । ଜଣାଇ ଦେଉଛୁ କି ୪୦ ବର୍ଷରୁ ଅଧିକ ଲୋକ ଏଥି ପାଇଁ ଆପ୍ଳାଏ କରି ପାରିବେ ନାହିଁ, କାରଣ ଏଥିରେ ପୂର୍ବରୁ ଆପଣଙ୍କୁ କିଛି ନା କିଛି ନିବେଶ କରିବାକୁ ପଡିବ ଓ ତା ପରେ ହିଁ ଆପଣଙ୍କୁ ଆଜୀବନ ପେନସନ ମିଳିବ, କିନ୍ତୁ ଏଥିପାଇଁ ମଧ୍ୟ କେନ୍ଦ୍ର ସରକାର କିଛି ସର୍ତ୍ତ ଲାଗୁ କରିଛନ୍ତି ।

କାହାକୁ ମିଳିବ ଏହାର ଲାଭ

କେନ୍ଦ୍ର ସରକାରଙ୍କ ତରଫରୁ ଜାରି ହୋଇଥିବା ଗାଇଡଲାଇନ ମୁତାବିକ ଏହି ଯୋଜନାର ଲାଭ ରେଳ ପଟି ଲଗାଇବା ବାଲା, ରିକ୍ସା ଚାଳକ, ଘର ନିର୍ମାଣ କାର୍ଯ୍ୟ କରୁଥିବା ମୁଲିଆ, ଚମଡା କାରିଗର ଓ ଏହି ପ୍ରକାରର ଅନ୍ୟ କାର୍ଯ୍ୟରେ ଲାଗିଥିବା ଅସଂଗଠିତ କ୍ଷେତ୍ରର କର୍ମଚାରୀଙ୍କୁ ମିଳିବ ।

ପ୍ରତି ମାସରେ କେତେ ଜମା କରିବାକୁ ପଡିବ

ଏହି ଯୋଜନାରେ ଯଦି ଆପଣ ୧୮ ବର୍ଷ ବଯସରୁ ସମ୍ପୃକ୍ତ ହୁଅନ୍ତି ତେବେ ଆପଣଙ୍କୁ ପ୍ରତି ମାସରେ ୫୫ ଟଙ୍କା ଜମା କରିବାକୁ ପଡିବ ଓ ଏତିକି ରାଶି ସରକାରଙ୍କ ତରଫରୁ ମଧ୍ୟ ଜମା କରାଯିବ । ଯଦି ଆପଣଙ୍କ ବୟସ ଅଧିକ ତେବେ ସେହି ହିସାବରେ ଆପଣଙ୍କୁ ଅଧିକ ଜମା କରିବାକୁ ପଡିବ । ଯେବେ ଆପଣ ୬୦ ବର୍ଷର ହୋଇଯିବେ ତେବେ ଆପଣଙ୍କୁ ଆଉ ପଇସା ଜମା କରିବାକୁ ପଡିବ ନାହିଁ ଓ ଆପଣଙ୍କୁ ମାସକୁ ୩୦୦୦ ଟଙ୍କା ମିଳିବାକୁ ଲାଗିବ ।

ଯଦି ବ୍ୟକ୍ତି ମରିଯାଏ

ଯଦି ଏହି ଯୋଜନାରେ ଲାଭ ନେବା ଲୋକ ମରିଯାଏ ତେବେ ଏହାର ଲାଭ ତାର ପତ୍ନୀ ବା ନୋମିନୀ କୁ ମିଳିବ । କେବଳ ଏତିକି ନୁହେଁ ନୋମିନୀ ଚାହିଁଲେ ପେନସନ ବନ୍ଦ କରାଇ ପାରନ୍ତି । ଏପରି ସ୍ଥିତିରେ ଆପଣଙ୍କୁ ପୁରା ପଇସା ସୁଧ ସହିତ ମିଳିଯିବ । ଆପଣଙ୍କୁ ଜଣାଇ ଦେଉଛୁ କି ଏହି ଯୋଜନାରେ ଆପଣ ୧୫ ଫେବୃୟାରୀ ରୁ ଆପ୍ଳାଏ କରି ପାରିବେ ।

ଏହି ଖବରଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।