ଚନ୍ଦ୍ରୟାନ-3 ର ଚନ୍ଦ୍ରପୃଷ୍ଠ ରେ ଲ୍ୟାଣ୍ଡିଂ ପରେ ଭାରତକୁ ଶୁଭେଚ୍ଛା ଜଣାଇ କିଛି ଏମିତି କହିଲା ପାକିସ୍ତାନ….

ଜହ୍ନରେ ଇତିହାସ ରଚିଲା ଭାରତ । ପାକିସ୍ତାନରୁ ଆସିଲା ଶୁଭେଚ୍ଛା ବାର୍ତ୍ତା । ସୋସିଆଲ ମିଡିଆରେ ଟ୍ବିଟ କରି ପଡୋଶିଙ୍କୁ ଶୁଭେଚ୍ଛା କରିଲା ପାକିସ୍ତାନ । ହଁ ଦର୍ଶକ ବନ୍ଧୁ ଜହ୍ନ ରାଇଜରେ ନୂଆ ଇତିହାସ ଦେଖି ଦେଲା ଭାରତ । ଚନ୍ଦ୍ର ପୃଷ୍ଠରେ ସଫଳତାର ସହ ଲ୍ୟାଣ୍ଡ କରିଛି ଚନ୍ଦ୍ରୟାନ-3 ର ଲ୍ୟାଣ୍ଡର ବିକ୍ରମ ଓ ପ୍ରଜ୍ଞାନ ରୋଭର । ବୁଧବାର ଦିନ ଯେବେ ମହାକାଶରେ ଭାରତ ଯେବେ ଜାତୀୟ ପତାକା ଉଡାଉଥିଲା ସେତେବେଳେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା ଏମିତି କିଛି ଚିତ୍ର ।

ଫୋଟୋ ଶେୟାର କରି ପାକିସ୍ତାନ ଜନତା ଭାରତର ପ୍ରଶଂସା କରିଛନ୍ତି । ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରୟାନ ଲ୍ୟାଣ୍ଡ କରିବା ସହ  ରେ ଦେଖିବାକୁ ମିଳିଥିଲା ଏମିତି କିଛି ପୋଷ୍ଟ ଯେଉଁଥିରେ ପାକିସ୍ତାନୀ ଜନତା ଭାରତକୁ ଶୁଭେଚ୍ଛା ଜଣାଇବା ସହ ଗୁଣଗାନ କରିଥିଲେ ।  ଅନେକ ପୋଷ୍ଟ ଗତ କାଲି ଚର୍ଚ୍ଚା ସାଉଁନ୍ଟିଥିଲା । ଖାଲି ଏତିକି ନୁହେଁ ଟ୍ବିଟର ରେ ପଡୋଶୀ ଙ୍କୁ ଶୁଭେଚ୍ଛା ଜଣାଇ ଟ୍ରେଣ୍ଡ କରିବାକୁ ଲାଗିଥିଲା ।

ଚନ୍ଦ୍ରୟାନ ଲ୍ୟାଣ୍ଡ କରିବା ପରେ କିଛି ଲୋକ ସୋଇଆଲ ମିଡିଆରେ ପାକିସ୍ତାନର ମଜାକ ମଧ୍ୟ ଉଡାଇଥିଲେ । ଫୋଟୋ ସେୟାର କରି ପୋଷ୍ଟ କରିବା ସହ ଏବେ ଚନ୍ଦ୍ରରେ ଭାରତର ପତାକା ଉଡୁଥିବା ବେଳେ ପାକିସ୍ତାନ ର ପତାକା ରେ କେବଳ ଚନ୍ଦ୍ର ସିମିତି ବୋଲି କହିଛନ୍ତି ୟୁଜର୍ସ । ଯାହା ଫଳରେ ଶୋଷୀଆଲ ମିଡିଆରେ ପାକିସ୍ତାନୀ ଜନତା ଟ୍ରୋଲ ର ଶିକାର ହୋଇଥିଲେ ।

ଟ୍ଵିଟର ରେ କେହି କେହି ପଡୋଶୀ ଭାବେ ଭାରତକୁ ଶୁଭେଚ୍ଛା ବାର୍ତ୍ତା ଦେଇଥିବା ବେଳେ ଅନ୍ୟ କିଛି ପାକିସ୍ତାନୀ ଜନତା ଭାରତର ବୈଜ୍ଞାନିକ ଓ ଟେକ୍ନୋଳୋଜି କୁ ପ୍ରଶଂସା କରିଛନ୍ତି । ସେହିପରି ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତ ଏବେ ଆଗକୁ ବାଢୁଛି ବୋଲି ତ୍ଵିଟ କରି ପ୍ରଶଂସା କରିଛନ୍ତି ପାକିସ୍ତାନୀ ୟୁଜର୍ସ । ଚନ୍ଦ୍ରୟାନ ର ଲ୍ୟାଣ୍ଡିଂ ଓ ପାକିସ୍ତାନର ଟ୍ରୋଲ କେବେଳେ ଏତିକିରେ ସୀମିତ ନ ଥିଲା ।

ବରଂ କିଛି ପାକିସ୍ତାନ ଲୋକ ଏହାର ମଜାକ ଉଡାଇ ଥିଲେ । କିଛି ୟୁଜର୍ସ ପାକିସ୍ତାନ କୁ ଜହ୍ନ ସହ ତୁଳନା କରିବା ସହ ପାକିସ୍ତାନରେ କିଛି ନାହିଁ ବୋଲି କହିଥିଲେ । ଜହ୍ନ ରେ ବିଜୁଳି ଓ ପାଣି ନାହିଁ ଠିକ ସେହିପରି ପାକିସ୍ତାନରେ ମଧ୍ୟ ପାଣି ଓ ବିଦ୍ୟୁତ ନାହିଁ ବୋଲି ନିଜେ ପାକିସ୍ତାନୀ ଜନତା ଟ୍ରୋଲ କରି କହିଥିଲେ । ଏ ସ୍ବାଉ ଭିତରେ ଭାରତ ଇତିହାସରେ ନୂଆ ପ୍ରୁଷ୍ଠା ଯୋଡିଛି ଇସ୍ରୋ ।

ପ୍ରଥମ ଦେଶ ଭାବେ ଚନ୍ଦ୍ରରେ ପହଞ୍ଚି ପାଦ ଥାପିଚି ଭାରତ । ଏହା ପୂର୍ବରୁ କେବଳ ଆମେରିକା, ଚୀନ, ରୁଷିଆ ଚନ୍ଦ୍ରରେ ପାଦ ଥାପି ଥିବା ବେଳେ କେହି ବି ସାଉଥ ପୋଲ ରୁ ଓଲହାଇ ଲ୍ୟାଣ୍ଡ କରିପାରି ନ ଥିଲେ । ହେଲେ ସବୁ ପ୍ରତୀକ୍ଷା ର ଅନ୍ତ ଘଟାଇ ଏବେ ଚନ୍ଦ୍ରର ସାଉଥ ପୋଲ ରେ ଲ୍ୟାଣ୍ଡ କରିଛି ଭାରତର ଚନ୍ଦ୍ରୟାନ-3 । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।