ଚନ୍ଦ୍ରରେ ମିଳିଲା ଅମ୍ଳଜାନ, ଏଥର ମଣିଷ ଚନ୍ଦ୍ରରେ କରିବ ଘର, ଅମ୍ଳଜାନ ମିଳିବା ପରେ ଭାରତ ବୈଜ୍ଞାନିକ ହେଲେ ଖୁସି ।

ନମସ୍କାର ବନ୍ଧୁଗଣ । ଚନ୍ଦ୍ର ପୃଷ୍ଠ ରେ ରୋଭର ପ୍ରଜ୍ଞାନ ଅମ୍ଳଜାନ ପାଇବା ପରେ ଏବେ ସମସ୍ତେ କହୁଛନ୍ତି ଚନ୍ଦ୍ର ରେ ଯାଇ ଘର କରିବା । ଯେଉଁ ଅମ୍ଳଜାନର ସନ୍ଧାନ ଅନେକ ଦିନରୁ ସମସ୍ତେ କରୁଥିଲେ ଆଜି ସେହି ଅମ୍ଳଜାନ ପାଇ ଯାଇଛି ଚନ୍ଦ୍ର ପୃଷ୍ଠ ରେ ଭାରତ । ଭାରତର ଚନ୍ଦ୍ରୟାନ ଅଭିଯାନକୁ ମଙ୍ଗଳବାର ଦିନ ଏକ ମହତ୍ଵପୂର୍ଣ୍ଣ ସଫଳତା ମିଳିଥିଲା । ବିଶ୍ଵର ପ୍ରଥମ ଦେଶ ଭାବେ ଚନ୍ଦ୍ର ର ଦକ୍ଷିଣ ମେରୁ ରେ ଚନ୍ଦ୍ରଯାନ ର ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ଅବତରଣ କରିବା ପରେ ବିଭିନ୍ନ ସମୟରେ ସେମାନେ ଅନେକ ସୂଚନା ଦେଉଥିଲେ ।

ଆଉ ଏବେ ଯେଉଁ ସୂଚନା ଦେଇଛନ୍ତି ତାହା ସବୁଠୁ ବଡ ସୂଚନା ଯେ ଚନ୍ଦ୍ର ରେ ଅମ୍ଳଜାନ ମିଳି ଯାଇଛି । ଆଉ ଏବେ ସେଠାରେ ମଣିଷ ଯାଇ ଘର କରି ପାରିବେ । ତେବେ ପୂର୍ବରୁ ଚନ୍ଦର ତାପମାତ୍ରା ବିଷୟରେ ସୂଚନା ପ୍ରଦାନ କରିଥିବା ରୋଭର ଚନ୍ଦ୍ରର ଦକ୍ଷିଣ ମୃରେ ଗନ୍ଧକ ଥିବା ସ୍ପଷ୍ଟ କରିଛି । କେବଳ ଗନ୍ଧକ ନୁହେଁ ରୋଭର ପ୍ରଜ୍ଞାନ ଚନ୍ଦ୍ରରେ ଆହୁରି ଅନେକ ଉପାଦାନର ସନ୍ଧାନ ପାଇଛି ।

ପ୍ରାଥମିକ ବିଶ୍ଳେଷଣ ରୁ ଯାହା ଜଣା ପଡିଛି ଚନ୍ଦ୍ର ପୃଷ୍ଠ ରେ ରହିଛି ଆଲୁମିନିୟମ, କ୍ୟାଲସିୟମ, କ୍ରୋମିୟମ, ଟାଇଟେନିୟମ । ଚନ୍ଦ୍ରରେ ମାଗାଜିନ, ସିଲିକନ, ଅମ୍ଳଜାନ ମଧ୍ୟ ରହିଛି । ତେବେ ଉଦଜାନ ଅଛି କି ନାହିଁ ତାହାକୁ ନେଇ ସନ୍ଧାନ ଚାଲିଛି । ଯଦି ତାହା ମିଳିଯାଏ ତେବେ ଚନ୍ଦ୍ରରେ ଜଳ ଥିବା ସ୍ପଷ୍ଟ ହୋଇଯିବ ବୋଲି ଇସ୍ରୋ କହିଛି । କାରଣ ଅମ୍ଳଜାନ ସହ ଉଦଜାନ ମିଶିଗଲେ ହୁଏ ଜଳ ।

ଆଉ ଜଳର ସନ୍ଧାନ ପାଇଗଲେ ଲୋକ ମାନେ ସେଠାରେ ବସବାସ କରି ପାରିବେ । ରୋଭର ପ୍ରଜ୍ଞାନ ରେ ଲାଗିଥିବା ଏକ ବୈଜ୍ଞାନିକ କୌଶଳ ଯାହା ଚନ୍ଦ୍ର ମୃତ୍ତିକା ରେ ଏହି ଉପାଦାନ ରହିଛି ଏହାର ବିଶ୍ଳେଷଣ କରି ତଥ୍ୟ ପଠାଇଥାଏ । ଏହି ଜନ୍ତ୍ର ଦ୍ଵାରା ଚନ୍ଦ୍ରର ପୃଷ୍ଠ ଦେଶରେ ଥିବା ମୃତ୍ତିକା ବା ପ୍ରସ୍ତର କୁ ଉଚ୍ଚ ଶକ୍ତି ସମ୍ପନ୍ନ ତରଙ୍ଗ ଓ ଫୋକସ କରାଯାଏ । ଏହା ଏକ ଉତପ୍ତ ପ୍ଲାଜମା ସୃଷ୍ଟି କରେ ।

ଏହି ପ୍ଲାଜମାକୁ ବିଶ୍ଳେଷଣ କରି ଉପାଦାନ ବିଷୟରେ ଜଣା ପଡେ । ଆଉ ଏବେ ଜଣା ପଡିଛି ଯେ ଅମ୍ଳଜାନ ଚନ୍ଦ୍ର ପୃଷ୍ଠ ରେ ରହିଛି । ଆଉ ଏବେ ସନ୍ଧାନ ଚାଲିଛି ଉଦଜାନ ର ଯାହାକୁ ହାଇଡ୍ରୋଜେନ କୁହାଯାଏ । ଆଉ ଉଦଜାନ ମିଳିଗଲେ ଜଳର ସନ୍ଧାନ ମିଳିଯିବ । ଆଉ ମଣିଷ ଯାଇ ଚନ୍ଦ୍ର ରେ ବସବାସ କରି ପାରିବ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।