ଚନ୍ଦ୍ରନାଗ ଦଂଶନ କରିବାରୁ ବୁଢୀ ମା’ ର ଅବସ୍ଥା ଗୁରୁତର, ଦରକାର ଆପଣଙ୍କ ଆଶୀର୍ବାଦ, ଦେଖନ୍ତୁ Video

ସାପ ଏପରି ଏକ ସରୀସୃପ ଯାହା ନାଁ ଶୁଣିଲେ ସମସ୍ତେ ଭୟ କରନ୍ତି । ସାପ କାମୁଡିଲେ କିମ୍ବା ଦଂ-ଶ-ନ କଲେ ବ୍ୟକ୍ତିର ଜୀବନ ଚାଲିଯିବାର ଭୟ ରହିଥାଏ । କିଛି ସାପ ଅଛନ୍ତି ଯେଉଁମାନଙ୍କ ବି-ଷ ଏତେ ମାରାତ୍ମକ ନୁହେଁ । କିନ୍ତୁ ଅନେକ ସାପ ଅଛନ୍ତି ଯେଉଁମାନଙ୍କ ବି-ଷ ଖୁବ ମାରାତ୍ମକ ହୋଇଥାଏ ।

ସେଥିମଧ୍ୟରୁ ନାଗ ସାପ ଅନ୍ଯତମ । ନାଗ ଏକ ଖୁବ ବି-ଷଧର ସାପ ଅଟେ । ଯାହାର ଦଂ-ଶ-ନରେ ବ୍ୟକ୍ତି ମରଣମୁଖରେ ପଡେ । ଆମ ଦେଶ ଏବଂ ରାଜ୍ୟରେ ସାପ କାମୁଡାରେ ପ୍ରତ୍ଯେକ ବର୍ଷ ଢେର ଲୋକ ମୃତ୍ୟୁବରଣ କରନ୍ତି । ଆଉ କିଛି ଭାଗ୍ୟଶାଳୀ ଲୋକ ସଠିକ ସମୟରେ ଚିକିତ୍ସିତ ହୋଇ ବଞ୍ଚିଯାନ୍ତି । ଆଜି ଆମେ ଆପଣଙ୍କୁ ବାଲେଶ୍ବରର ନନ୍ଦୀପୁର ଗ୍ରାମର ଏହି ଘଟଣା କହିବାକୁ ଯାଉଛୁ ।

ରାତି ସମୟରେ ଜଣେ ବୁଢୀ ମା ଘର ଦୁଆର ମୁହଁରେ ଶୋଇଥିବା ବେଳେ ହଠାତ ଏକ ନାଗ ସାପ କେଉଁଠାରୁ ପଶି ଆସିଥିଲା ଓ ବୁଢୀ ମାଙ୍କୁ ଦଂ-ଶ-ନ କରି ଦେଇଥିଲା । ବୁଢୀ ମା ଡାକ ପକାଇଥିଲେ ଆଖପାଖ ଲୋକଙ୍କୁ ଓ ତାଙ୍କୁ କଣ ଗୋଟେ କାମୁଡି ଦେଲା ବୋଲି କହିଥିଲେ । ଘରଲୋକେ ଖୋଜାଖୋଜି କରିବା ପରେ ଦେଖିଲେ ବାସନକୁସନ ଭିତରେ ଏକ ବଡ ନାଗ ସାପଟିଏ ପଶି ରହିଛି ।

ଏହାପରେ ସେମାନେ ତୁରନ୍ତ ବୁଢୀ ମାଙ୍କୁ ନିକଟସ୍ଥ ଡାକ୍ତରଖାନା ନେଇ ଯାଇଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କୁ ଜିଲ୍ଲା ହସ୍ପିଟାଲକୁ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର । ବୁଢୀ ମାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ଏପଟେ ସାପ ଟିକୁ ଧରିବା ପାଇଁ ଜଣେ ପ୍ରଫେସନାଲ ସାପଧରାଳିଙ୍କୁ ଗାଁ ଲୋକେ ଡ଼ାକିଥିଲେ । ସାପଟି ଘରେ ରଖାଯାଇ ଥିବା ଠାକୁରଙ୍କ ଘର ତଳେ ଲୁଚି ରହିଥିଲା ।

ସାପଧରାଳି ଜଣଙ୍କ ସାପ ଟିକୁ ବହୁତ ଖୋଜିବା ପରେ ସାପଟିକୁ ପୂଜାଘର ଭିତରେ ଦେଖିଥିଲେ । ସାପ ଧରିବା ଦୃଶ୍ୟଟି ଖୁବ ଭୟାନକ ଲାଗୁଥିଲା । ସାପଟି ବାରମ୍ବାର ତାଙ୍କୁ ଦଂ-ଶ-ନ କରିବାକୁ ଚେଷ୍ଟା କରୁଥିଲା । କିନ୍ତୁ ସେ ଖୁବ କୁଶଳୀ ହୋଇଥିବାରୁ ନିର୍ଭୟରେ ସାପକୁ କାବୁରେ ରଖିବାରେ ସଫଳ ହୋଇଥିଲେ ।

ନାଗ ସାପ ଛୁଆ ଜନ୍ମ କରିବା ପରେ ବହୁତ ଭୋକିଲା ହୋଇଯାନ୍ତି ଓ ସେଥିପାଇଁ ମୂଷା କିମ୍ବା ବେଙ୍ଗ ଖାଇବା ପାଇଁ ଖୋଜି ଖୋଜି ଘର ଭିତରକୁ ପଶି ଆସନ୍ତି । ସାପଧରାଳି ଜଣକ ସାପକୁ ଧରି ବାହାରକୁ ଆଣି ତାକୁ ସୁରକ୍ଷିତ ଭାବେ ଏକ କପଡା ବ୍ୟାଗ ଭିତରେ ଭର୍ତ୍ତି କରି ଦେଇଥିଲେ ।

ଏହାପରେ ଯାଇ ସ୍ଥାନୀୟ ,ଲୋକଙ୍କ ମନରୁ ଭୟ ବାହାରି ଯାଇଥିଲା । ସାପ ଦଂ-ଶ-ନ କରିଥିବା ବୁଢୀମାଙ୍କ ସ୍ୱାସ୍ଥ୍ୟ ଗୁରୁତର ଥିବାରୁ ଆପଣ ମାନେ ତାଙ୍କ ପାଇଁ ନିଶ୍ଚୟ ପ୍ରାର୍ଥନ କରିବେ । ଏହି ଚନ୍ଦ୍ରନାଗ ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣେଇବେ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରିବାକୁ ଭୁଲିବେନି ।