Vastu Tips- ପୂଜା ଘରେ ଏହି 1 ଭୁଲ କେବେ ବି ହେବାକୁ ଦିଅନ୍ତୁ ନାହିଁ, ପୁରା ଘର ହେଇଯାଏ ବର୍ବାଦ, ମାଡି ଆସେ ଭୟଙ୍କର ଦରିଦ୍ରତା

ଯେଉଁ ଘରର ପୂଜାଘରେ ଏହି ଭୁଲ କରାଯାଏ ସେହି ଘରେ ସକାରାତ୍ମକ ଊର୍ଜାର ନାଶ ହୋଇଯାଏ ଓ ସେଠାରେ ଅସ୍ଥାୟୀ ଭାବେ ଭୂତପ୍ରେତ ବାସ କରିବାକୁ ଲାଗନ୍ତି । ଏପରି ସମୟରେ ସେହି ଘରେ ଦାରିଦ୍ର୍ୟତା ମଧ୍ୟ ବାସ କରିବାକୁ ଲାଗେ । ହିନ୍ଦୁ ଧର୍ମରେ ଘରେ ଥିବା ମନ୍ଦିରର ଖୁବ ବିଶେଷତ୍ଵ ରହିଥାଏ ।

ଘରର ଏହି ଖାସ ସ୍ଥାନରେ ସବୁଠୁ ଅଧିକ ସକାରାତ୍ମକ ଊର୍ଜା ଅନୁଭୂତ ହୋଇଥାଏ । କିଛି ଲୋକ ନିଜ ଘରେ ଥିବା ମନ୍ଦିରରେ କିଛି ଏପରି କାର୍ଯ୍ୟ କରି ବସନ୍ତି, ଯେଉଁଥି ପାଇଁ ସେ ସିଧାସଳଖ କାଙ୍ଗାଳ ହୋଇଯାନ୍ତି । ବସ୍ତୁ ଶାସ୍ତ୍ର ଅନୁସାରେ ଯେବେ ମଧ୍ୟ ମନ୍ଦିର ତିଆରି କରୁଛନ୍ତି ତେବେ ଏହି କଥା ଗୁଡିକର ଖାସ ଧ୍ୟାନ ରଖନ୍ତୁ । ଏହି ସବୁ ବିଷୟ ପ୍ରତି ଧ୍ୟାନ ଦେଲେ ଆପଣ ନିଶ୍ଚୟ ଧନବାନ ହେବେ । ତେବେ ଚାଳନ୍ତୁ ଜାଣିବା ସେହି ସବୁ କଣ ।

ବାସ୍ତୁ ଅନୁସାରେ ଆପଣଙ୍କୁ ଏହି ବିଷୟ ପ୍ରତି ନିଶ୍ଚୟ ଧ୍ୟାନ ଦେବାକୁ ହେବ ଯେ, ଆପଣଙ୍କ ପୂଜାଘରେ ଗୋଟିଏ ଭଗବାନଙ୍କ ଗୋଟିଏ ପ୍ରକାର ଫଟୋ ହିଁ ରଖିବା ଉଚିତ । ଜଣେ ଭଗବାନଙ୍କ ଗୋଟିଏରୁ ଅଧିକ ଫଟୋ ରଖିବା ଖୁବ ଅଶୁଭ ବୋଲି ମାନାଯାଏ । ବାସ୍ତୁ ଅନୁସାରେ ଆପଣଙ୍କ ପୂଜାଘରେ ଭଗବାନଙ୍କ ଫଟୋ ବ୍ଯତୀତ କୌଣସି ଗୁରୁ କିମ୍ବା ପୂର୍ବଜଙ୍କ ଫଟୋ ବିଲକୁଲ ମଧ୍ୟ ଲଗାନ୍ତୁ ନାହିଁ । ଏହାଦ୍ବାରା ଘରେ ନକରାତ୍ମକ ଊର୍ଜା ବାସ କରିଥାଏ, ସେଥିପାଇଁ ଏହି ଭୁଲ କରିବାରୁ ବଞ୍ଚିତ ରୁହନ୍ତୁ ।

 

ଯେଉଁ ଘରେ ଘରର ସିଢି ତଳେ ମନ୍ଦିର ବନାଯାଇ ଥାଏ, ସେହି ଘରେ ଦରିଦ୍ରତା ବାସ କରିଥାଏ ଓ ଘରେ କଳି ଝଗଡା ମଧ୍ୟ ଥମିବାର ନାମ ନିଏ ନାହିଁ । ଏପରିକି ଦେବୀଦେବତା ମଧ୍ୟ ସେହି ଘରେ ବାସ କରନ୍ତି ନାହିଁ । କେବେ ମଧ୍ୟ ଦକ୍ଷିଣ ଦିଗରେ ପୂଜାଘର ଭୁଲରେ ମଧ୍ୟ ସ୍ଥାପନ କରନ୍ତୁ ନାହିଁ । ଦକ୍ଷିଣ ଦିଗରେ ନକରାତ୍ମକ ଊର୍ଜାର ପ୍ରଭାବ ଅଧିକ ଥାଏ ବୋଲି ମାନାଯାଏ । ସେଥିପାଇଁ ଏହି ଦିଗରେ ମନ୍ଦିର ବନେଇଲେ ଘରକୁ ନକରାତ୍ମକତା ପ୍ରବେଶ କରିଥାଏ । ପୂର୍ବଜଙ୍କ ଫଟୋ ଲଗାଇବା ପାଇଁ ଆପଣଙ୍କ ଘରର ଦକ୍ଷିଣ ଦିଗ ଉତ୍ତମ ବୋଲି ମାନାଯାଏ ।

ସେଥିପାଇଁ ଏହି ଦିଗରେ ହିଁ ସେମାନଙ୍କ ଫଟୋ ଲଗାଇବା ଉଚିତ । ଅନ୍ଯଥା ଘରେ ନକରାତ୍ମକ ଶକ୍ତି ସମୂହ ବାସ କରିବେ । ଘରେ ଭଗବାନଙ୍କ ଫଟୋକୁ କାନ୍ଥରେ କଣ୍ଟା ପିଟି ଲଗାଇବା ଦ୍ଵାରା ମଧ୍ୟ ଶକରତମକ ଊର୍ଜା ହାନି ହୋଇଥାଏ । ଏହାଦ୍ବାରା ଆପଣଙ୍କ ଘରେ ରୋଗ ବାସ କରିପାରେ, ସେଥିପାଇଁ ଏପରି କରିବାରୁ ବଞ୍ଚିତ ରୁହନ୍ତୁ । ଅନେକ ଲୋକ ନିଜ ପୂଜାଘର ଉପରେ ଅନେକ ଜିନିଷ ରଖି ଦିଅନ୍ତି । ଯାହା ବାସ୍ତୁ ଶାସ୍ତ୍ର ଅନୁସାରେ ଅଶୁଭ ବୋଲି ମାନାଯାଏ । ଏପରି କରନ୍ତୁ ନାହିଁ, ଏହାଦ୍ବାରା ଧନଦେବୀ ମା ଲକ୍ଷ୍ମୀ ରୁଷ୍ଟ ହୋଇଯାନ୍ତି ।

ଜାଣତ ବା ଅଜାଣତରେ ଅନେକ ଲୋକ ନିଜ ଶୋଇବା ଘରେ ହିଁ ପୂଜାଘର ବନେଇ ଦିଅନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ ଏପରି କରୁଥିବା ବ୍ୟକ୍ତି ଅତି ତୀବ୍ର ଗତିରେ ଗରିବ ହୋଇଯାଏ । ବାସ୍ତୁ ଅନୁସାରେ ପୂଜାଘରର କାନ୍ଥ ଘରର ରଙ୍ଗ ଠାରୁ ଅଲଗା ରହିବା ଉଚିତ । ଏହା ସହ ପୂଜାଘରର ରଙ୍ଗ କଳା, ନୀଳ କିମ୍ବା ଧଳା ମଧ୍ୟ ରଖନ୍ତୁ ନାହିଁ ।

ପୁରୁଣା କପଡା, ଅଗରବତୀ ଡବା, ବାସି ଫୁଲ ଏହିପରି ଅଳିଆ ଜିନିଷ ସବୁ ମନ୍ଦିରରେ ଅଧିକ ଦିନ ପର୍ଯ୍ୟନ୍ତ ରଖନ୍ତୁ ନାହିଁ । ଏହି ସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ ଓ ଦେବାଦେବୀଙ୍କୁ ପ୍ରସନ୍ନ ରଖନ୍ତୁ । ଏହିପରି ପୋଷ୍ଟ ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।