ଚନ୍ଦ୍ରଗ୍ରହଣ 5th May 2023: ସବୁଠୁ ଲମ୍ବା ଗ୍ରହଣ, କେଉଁ ରାଶି ପାଇଁ ଗ୍ରହଣ ଶୁଭ ଏବଂ କେଉଁ ରାଶି ପାଇଁ ଅଶୁଭ ଫଳ ପ୍ରଦାନ କରିବ ? 

ଆସନ୍ତା ମେ’ 5 ତାରିଖ ଦିନ ଲାଗିବାକୁ ଯାଉଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ । ଏହି ଗ୍ରହଣ ବୈଶାଖ ମାସ ପୂର୍ଣ୍ଣିମା ତିଥିରେ ଲାଗୁଥିବାରୁ ଏହା ତୁଳା ରାଶି ଏବଂ ସ୍ଵାତୀ ନକ୍ଷତ୍ରରେ ସଂଗଠିତ ହେବ । ଫଳରେ ତୁଳା ରାଶିର ଜାତକଙ୍କ ଉପରେ ଏହି ଚନ୍ଦ୍ରଗ୍ରହଣର ପ୍ରଭାବ ବିଶେଷ ଭାବେ ରହିବ । ତେବେ ଆସନ୍ତୁ ଜାଣିବା ପାଞ୍ଜି ଗଣନା ଅନୁସାରେ ଓଡିଶାରେ ଗ୍ରହଣ ଦୃଶ୍ୟମାନ ସମୟ, ହାଣ୍ଡିଛାଡ, ଶୁଭ ଅଶୁଭ କାର୍ଯ୍ୟ ଏବଂ ମୋକ୍ଷପ୍ରାପ୍ତି ସମୟ ଆଦି ବିଷୟରେ ।

ପୃଥିବୀର ବିଶେଷ ଅବସ୍ଥାନ ଯୋଗୁଁ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ଭଳି ମହାଜାଗତିକ ଘଟଣା ଘଟିଥାଏ । ଯେତେବେଳେ ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ଗୋଟିଏ ସରଳରେଖାରେ ରହିଥାନ୍ତି ସେତେବେଳେ ପୃଥିବୀପୃଷ୍ଠରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇଥାଏ । ସାଧାରଣତଃ ଗ୍ରହଣ ଲାଗିବାର 9 ଘଣ୍ଟା ବା ତିନି ପ୍ରହର ପୂର୍ବରୁ ଏବଂ ସୂର୍ଯ୍ୟପରାଗ ଲାଗିବାର 12 ଘଣ୍ଟା ବା ଚାରି ପ୍ରହର ପୂର୍ବରୁ ପାକ ନିଷେଧ ବା ହାଣ୍ଡିଛାଡ ପାଳନ କରାଯାଏ । ଏହି ସମୟସୀମାକୁ ସୂତକ କାଳ ମଧ୍ୟ କୁହାଯାଏ ।

ଶାସ୍ତ୍ରରେ ଗ୍ରହଣ ଲାଗିବା ସମୟରେ ଖାଦ୍ଯ ଖାଇବା ବାରଣ କରାଯାଇଛି । ଆସନ୍ତା କାଲି ହେବାକୁ ଯାଉଥିବା ଚନ୍ଦ୍ରଗ୍ରହଣର ହାଣ୍ଡିଛାଡ ସମୟ ହେଉଛି ଶୁକ୍ରବାର ଦିନ 11:45 ରୁ ରାତ୍ରି 1ଟା ପର୍ଯ୍ୟନ୍ତ । ସୂତକ କାଳ ମଧ୍ୟରାତ୍ରିରେ ସମାପ୍ତ ହେଉଥିବାରୁ ଏହା ମେ’ 6 ତାରିଖ ସୂର୍ଯ୍ୟ ଉଦୟ ହେବା ପର୍ଯ୍ୟନ୍ତ ମାନ୍ୟ ହେବ ।

ଏହି ସମୟରେ ଦେବନୀତି, ରନ୍ଧନ କାର୍ଯ୍ୟ ସହ ଭୋଜନ କରିବା ମଧ୍ୟ ବାରଣ ଅଟେ । ସୂତକ କାଳ ସମାପ୍ତ ହେବା ପରେ ସ୍ନାନ କରି ଚନ୍ଦ୍ରଦେବଙ୍କୁ ଦର୍ଶନ କରିବା ପରେ ଦେବକାର୍ଯ୍ୟ, ସନ୍ଧ୍ୟା ଆଳତି ଏବଂ ରନ୍ଧନ କାର୍ଯ୍ୟ ଆରମ୍ଭ କରିପାରିବେ । ତେବେ ଶିଶୁ, ବୃଦ୍ଧ ଏବଂ ରୋଗୀ ଲୋକଙ୍କ ପାଈଁ ଏହି ସୂତକ କାଳ ପାଳନୀୟ ନୁହେଁ ।

ଏହି ଚନ୍ଦ୍ରଗ୍ରହଣର ଗ୍ରାସ ସମୟ ବା ଗ୍ରହଣ ଲାଗିବାର ସମୟ ହେଉଛି 5 ମେ’ ଶୁକ୍ରବାର ରାତି 8ଟା 45 ମିନିଟ ଏବଂ ଗ୍ରହଣ ଶେଷ ସମୟ ହେଉଛି ମଧ୍ୟରାତ୍ରି 1ଟା । ଏହି ଚନ୍ଦ୍ରଗ୍ରହଣର ମଧ୍ୟକାଳ ହେଉଛି ରାତି 10ଟା 53 ମିନିଟ । ଏହି ସମୟରେ ସର୍ବାଧିକ ଗ୍ରହଣ ଆକାଶରେ ଦୃଶ୍ୟମାନ ହେବ । ଏହି ଗ୍ରହଣ ମହାକାଶରେ ପ୍ରାୟ 4 ଘଣ୍ଟା 15 ମିନିଟ 34 ସେକେଣ୍ଡ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ । ଯାହାକି ଏକ ଲମ୍ବା ଗ୍ରହଣ ହେବ ।

ଚନ୍ଦ୍ରଗ୍ରହଣର ପାକ ନିଷେଧ ସମୟ ଆରମ୍ଭ ହେବା ପୂର୍ବରୁ ସ୍ନାନ କର୍ମ, ଭୋଜନ ଏବଂ ଦେବନୀତି ଆଦି ସମାପ୍ତ କରିବା ଉଚିତ । ତେବେ କିଛି ରାଶିଙ୍କ ଉପରେ ଏହି ଗ୍ରହଣର ଅଶୁଭ ପ୍ରଭାବ ପଡୁଥିବା ବେଳେ କିଛି ରାଶିଙ୍କ ଉପରେ ଏହାର ଶୁଭ ପ୍ରଭାବ ପଡିବ । ତେବେ ଯେଉଁ 8ଟି ରାଶି ଉପରେ ଗ୍ରହଣର ଶୁଭ ପ୍ରଭାବ ପଡିବାକୁ ଯାଉଛି ସେମାନେ ହେଲେ ମେଷ, ବୃଷ, କର୍କଟ, କନ୍ୟା, ବିଛା, ଧନୁ, କୁମ୍ଭ ଏବଂ ମୀନ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।