ହଠାତ ଚନ୍ଦୋଲିର ମଝି ରାସ୍ତାରେ ହେଲା ଟଙ୍କା ବର୍ଷା, ଲୋକ ଦେଖିଲେ ତ କରିଲେ ଲୁଟ

ୟୁପିର ଚନ୍ଦୋଲି ପିଡିଡିୟୁ ନଗରର କୋତବାଲି କ୍ଷେତ୍ରରେ ହଠାତ ହୋଇଥିଲା ଟଙ୍କାର ବର୍ଷା । ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଲୋକମନେ ନୋଟକୁ ଲୁଟିବା ଆରମ୍ଭ କରିଦେଲେ । ସେହି ସମୟରେ ଏକ ଅଟୋରୁ ଦୁଇଜଣ ବ୍ୟକ୍ତି ସରଦାର ବେଶରେ ବାହାରି ଦୌଡିବାକୁ ଲାଗିଥିଲେ । ସେଠାରେ ଥିବା ମୋଟର ସାଇକେଲରେ ଜଣେ ଯୁବକ ଚିତ୍କାର କରିଥିଲା । ଯାହାଫଳରେ ଆଖ ପାଖର ଲୋକମନେ ସେହି ଦୁଇଜଣଙ୍କୁ ଧରିଥିଲେ । ଏହାପରେ ନୋଟ ବର୍ଷା ହେବାର ମାମଲା ସାମ୍ନାକୁ ଆସିଥିଲା । ସୂଚନା ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା ଓ ସେହି ଦୁଇଜଣଙ୍କୁ ଜଲିଲ ପୁର ଥାନାକୁ ନେଇଯାଇଥିଲା ।


ଖବର ଅନୁସାରେ ଜଣା ପଡିଛି କି ମଙ୍ଗଳବାର ସନ୍ଧ୍ୟା ସମୟରେ ବାରଣାସୀରେ ଥିବା ରାମ ନଗର ଥାନା କ୍ଷେତ୍ରରେ ଏହି ଦୁଇଟି ଠକ ଚାବି ବନେଇବା ପାଇଁ ବୁଲୁ ଥିଲେ । ତାଙ୍କ ପାଖକୁ ଇମ୍ତିୟାଜଙ୍କ ପୁଅ ମୁଖତାର ମୋଟର ସାଇକେଲର ଚାବି ବନେଇବା ପାଇଁ ଆସିଥିଲେ । ସେହି ସମୟରେ ଦୁଇଜଣ ଠକ ଘରର ଆଲମାରି ଓ ବାକ୍ସର ଚାବି ବନେଇ ଦେବା ପାଇଁ ଜିଦି କରିଥିଲେ ।

ଯାହାଫଳରେ ମୁଖତାରଙ୍କ ପତ୍ନୀ ନଜମା ଆଲମାରିର ଡୁପ୍ଳିକେଟ ଚାବି ବନେଇବା ପାଇଁ ଦେଇଥିଲେ । ହେଲେ ସେହି ଦୁଇଜଣ ଆଲମାରି ଚାବି ବନେଇବା ସମୟରେ ଚାବିକୁ ତେଢା କରିଦେଇଥିଲେ । ସେଥିପାଇଁ ଦୁଇଜଣ ଯୁବକ ଆଲମାରିକୁ ଦେଖି ଚାବି ବନେଇବା ପାଇଁ କହିଥିଲେ । ଯାହାଫଳରେ ନଜମା ଯୁବକଙ୍କୁ ଘର ମଧ୍ୟକୁ ନେଇ ଆଲମାରି ଦେଖାଇଥିଲେ ।

ହେଲେ ଚାବି ହେଇ ନପାରିବାରୁ ଦୁଇଜଣ ପର ଦିନ ଆସି ଚାବି ବନେଇବା କଥା କହିଥିଲେ । ସନ୍ଦେହ ହେବା ଦ୍ଵାରା ନଜମା ଅନ୍ୟ ଏକ ଚାବିରେ ଆଲମାରି ଖୋଲିଥିଲେ ଓ ଦେଖିଥିଲେ କି ଆଲମାରିରୁ ୧ ଲକ୍ଷ ଗାୟବ ଥିଲା । ଏହା ଦେଖି ସେ ଚିତ୍କାର କରିଥିଲା । ଯାହାଦ୍ୱାରା ତାଙ୍କ ପତି ଓ ପୁଅ ସହ ପଡୋଶୀ ମାନେ ଆସିଥିଲେ ।

ଏହାଜାଣି ଲୋକମାନେ ବିଭିନ୍ନ ଉପାୟରେ ଏହି ଦୁଇଜଣଙ୍କୁ ଖୋଜିଥିଲେ । ପଚରା ଉଚରା ଦ୍ଵାରା ଜଣା ପଡିଲା କି ଦୁଇଜଣ ପଡାଵ ଯାଉଥିବା ଅଟୋରେ ବସି ପଳାଇଛନ୍ତି । ପରିଜନମାନେ ତାଙ୍କର ପିଛା କରିଥିଲେ ଓ ରାସ୍ତା ଜାମ କାରଣରୁ ଅଟୋ ଫସି ଯାଇଥିଲା । ଏହା ପରେ ସେମାନେ ଠକଙ୍କୁ ଧରିଥିଲେ, ସେଥିପାଇଁ ଠକ ଦୁଇଜଣ ଟଙ୍କାକୁ ଉଡେଇବାକୁ ଲାଗିଥିଲେ । ହେଲେ ମୋଟର ସାଇକେଲରେ ଥିବା ପରିଜନ ଚିତ୍କାର କରିବାରୁ ଆଖ ପାଖର ଲୋକମାନେ ସେମାନଙ୍କୁ ଧରିଥିଲେ ଓ ପୋଲିସକୁ ସୂଚନା ଦେଇଥିଲେ । ଘଟଣା ବିଷୟରେ ଜାଣିବା ପରେ ପୋଲିସ ଏହି ଦୁଇଜଣଙ୍କୁ ବାରଣାସୀ ପୋଲିସ ଷ୍ଟେସନକୁ ପଠାଇ ଦେଇଥିଲେ ।