ଭୟଭୀତ ହୋଇ ଅଫିସରଙ୍କ ପାଖରେ ପହଞ୍ଚିଲେ ବୃଦ୍ଧ, ସାହାବ..ପ୍ରଥମେ ମୋ କାଗଜ ଦେଖନ୍ତୁ…କାଗଜ ଦେଖି ଅଫିସର ହେଲେ ଆଶ୍ଚର୍ଯ୍ୟ

ହରିୟାଣାରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି । ଜଣେ ବୃଦ୍ଧ ଏକ କାଗଜ ଧରି ବିଜୁଳି ବିଭାଗର ଚକ୍କର କାଟୁଛନ୍ତି । ସେ ଯେଉଁ କାଗଜ ଧରିଛନ୍ତି ସେହି କାଗଜଟି ହେଉଛି ବିଜୁଳିର ବିଲ୍ । ଯେଉଁ ଲୋକର ବିଲ୍ ଦୁଇ ମାସରେ ପାଖା ପାଖି ୧୦୦୦ ଟଙ୍କା ଆସେ, ସେହି ବିଲ୍ ହଠାତ ୧୦୦ ଗୁଣ ଅଧିକ କେମିତି ହେଲା ? ସେ କେମିତି ବିଜୁଳିର ବ୍ୟବହାର କଲା ଯେ ତାର ବିଲ୍ ଏତେ ବଢିଗଲା ।

ବର୍ତ୍ତମାନ ଏହି ବିଲ୍ କୁ ସଂଶୋଧନ କରିବା ପାଇଁ ବୃଦ୍ଧ ଜଣକ ଅଫିସରଙ୍କ ପାଖକୁ ଯାଇଥିଲେ ଓ କହିଥିଲେ ସାର ପ୍ରଥମେ ମୋର ଏହି କାଗଜ ଦେଖନ୍ତୁ । ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ସେହି ବୃଦ୍ଧ ଜଣକ ହେଉଛନ୍ତି ଶାଦିପୁରା ଗାଁର କୃଷକ ସୁନେହରା ।

ଚିନ୍ତିତ ହୋଇ ସୁନେହରା କହିଥିଲେ, ସେ ଡିସେମ୍ବର ମାସରେ ତାଙ୍କର ସମସ୍ତ ବିଲ୍ ପୁରା କରିଥିଲେ । ହେଲେ ଏହିଥର ଆସିଥିବା ବିଲ୍ ଦେଖି ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । କାରଣ ଏହି ବିଲ୍ ଥିଲା ୧ ଲକ୍ଷ ୯ ସହ ୪୪ ଟଙ୍କା । ବିଲ୍ ଦେଖିବା ମାତ୍ରେ ସୁନେହରା ଦଉଡି ଦଉଡି ବିଜୁଳି ବିଭାଗକୁ ଯାଇଥିଲେ । ସେଠାରେ ଅନ୍ୟ ଲୋକ ମଧ୍ୟ ଠିଆ ହୋଇଥିଲେ । ସୁନେହରା ଅଫିସରଙ୍କୁ କହିଲେ, ସାର ମୋ ବିଲ୍ ଦେଖନ୍ତୁ ।

ଅଫିସର ଯେବେ ବିଲ୍ ଦେଖିଲା, ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ହେଲେ ବୃଦ୍ଧଙ୍କୁ କୌଣସି ଲୋକ ସାହାର୍ଯ୍ୟ କରିନଥିଲେ । ସୁନେହରା କହିଲେ କି, ଡିସେମ୍ବର ମାସରେ ସେ ୬୦୦ ଟଙ୍କାର ବିଲ୍ ଭରିଥିଲେ । ସେ କହିଲେ କି, ତାଙ୍କ ମିଟର ର ରିଡିଂ ଠିକ ଭାବରେ କରାଯାଇ ନାହିଁ । ହେଲେ ବିଜୁଳି ବିଭାଗ ବିଲ୍ ରେ ସୁଧାର କରିବାର ଆଶ୍ଵାସନା ଦେଇଛନ୍ତି ।