Chanakya Niti- ଏହି 3ଟି ଲୋକଙ୍କୁ ସାହାଯ୍ୟ କେବେବି କରିବେ ନାହିଁ, ନିଜେ ପଡିବେ ଅସୁବିଧାରେ

ଆପଣଙ୍କୁ ସବୁବେଳେ ଏହା କୁହାଯାଏ କି ସମସ୍ତଙ୍କର ଭଲ କରିବା ଉଚିତ ଅର୍ଥାତ ସାହାର୍ଯ୍ୟ କରିବା ଉଚିତ । ଏହା ଦ୍ୱାରା ଭଗବାନ ଆପଣଙ୍କୁ ସାହାଯ୍ୟ କରିଥାନ୍ତି । କିନ୍ତୁ ଏହା ସତ କଥା ନୁହେଁ । ଚାଣ୍ୟକ୍ୟ ଏମିତି ୩ ଜଣ ବ୍ୟକ୍ତିଙ୍କ ବିଷୟରେ କହିଛନ୍ତି ଯେଉଁମାନଙ୍କୁ ସାହାଯ୍ୟ କରିବା ଦ୍ଵାରା ଆପଣଙ୍କୁ କେବଳ ଦୁଃଖ ମିଳିଥାଏ । ଆଚାର୍ଯ୍ୟ ଚଣ୍ୟକ୍ୟଙ୍କ ନୀତି ଅନୁସାରେ ଜଣେ ବ୍ୟକ୍ତିଙ୍କୁ ଏମିତି ୩ ଜଣ ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବ ଉଚିତ । ଏମାନଙ୍କର ସାହାଯ୍ୟ କେବେ ବି କରିବା ଉଚିତ ନୁହେଁ ।

ପ୍ରଥମ ନୀତି ବାଣୀ ହେଲା ଦୁଷ୍ଟ ସ୍ୱଭାବର ମହିଳାଙ୍କର ଭରଣ ପୋଷଣ କେବେ ବି କରିବା ଉଚିତ ନୁହେଁ । ଯଦି କୌଣସି ମହିଳା ଲୋକ ଚରିତ୍ର ହୀନ ଅଟନ୍ତି, କଟୁ କଥା କୁହନ୍ତି ଓ ଦୁଷ୍ଟ କିମ୍ବା ଖରାପ ସ୍ୱଭାବର ଅଟନ୍ତି, ତେବେ ସେହି ମହିଳାର ଭରଣ ପୋଷଣ କରୁଥିବା ପୁରୁଷକୁ ବି ସୁଖ ପ୍ରାପ୍ତ ହୁଏ ନାହିଁ ।

ଏହି ମହିଳାମାନେ କେବଳ ଟଙ୍କା ଲୋଭୀ ହୋଇଥାନ୍ତି । ଯେଉଁ ପୁରୁଷମାନେ ଏହି ମହିଳାମାନଙ୍କର ସମ୍ପର୍କରେ ରହିବେ ତେବେ ସମାଜ ଓ ଘର – ପରିବାରରେ ଏହି ଲୋକମାନେ ସବୁବେଳେ ଅପମାନ ଓ ବେଇଜ୍ଜତ ହେବେ । ଏହା ସହିତ ଯେ କୌଣସି ମହିଳା ଧର୍ମ ପଥରୁ ବିଚଳିତ ହୋଇଯାଏ । ସେ ନିଜେ ବି ପାପ କରନ୍ତି ଅନ୍ୟକୁ ମଧ୍ୟ ନିଜ ପାପର ଭାଗିଦାର କରି ଦେଇଥାନ୍ତି । ତେଣୁ ସଜ୍ଜନ ପୁରୁଷ ଏହିଭଳି ମହିଳାମାନଙ୍କ ସହ କେବେ ବି ସମ୍ବନ୍ଧ ରଖିବା ଉଚିତ ନୁହେଁ ।

ଦୂତୀୟ ନୀତି ହେଲା ମୂର୍ଖ ଶିଷ୍ୟଙ୍କୁ ଉପଦେଶ ଦେବା । ଚଣ୍ୟକ୍ୟ କୁହନ୍ତି କି ଯଦି କୌଣସି ମହିଳା କିମ୍ବା ପୁରୁଷ ମୂର୍ଖ ହୁଅନ୍ତି ତେବେ ତାଙ୍କୁ କେବେ ହେଲେ ଉପଦେଶ ଦେବା ଉଚିତ ନୁହେଁ । ଆମେ ଯଦି ମୁର୍ଖ ବ୍ୟକ୍ତିମାନଙ୍କୁ ଜ୍ଞାନ ଦେଇ ଭଲ କରିବାକୁ ଚାହିଁବୁ, କିନ୍ତୁ ସେହି ମୂର୍ଖ ବ୍ୟକ୍ତି କିଛି କଥା ବୁଝି ପାରିବ ନାହିଁ । ପୁଣି ବୁଦ୍ଧି ହୀନ ଲୋକମାନଙ୍କ ଆଗରେ ଜ୍ଞାନର କଥା କହିବା ଉଚିତ ନୁହେଁ । କାରଣ ସେମାନେ କିଛି ବୁଝି ପାରିବେ ନାହିଁ । ଏହା ଦ୍ୱାରା ଆମର ସମୟ କେବଳ ବ୍ୟର୍ଥ ହୋଇଥାଏ ।

ମୁର୍ଖଙ୍କୁ ଯେତେ ବି ବୁଝାଇଲେ ମଧ୍ୟ ସେ ବୁଝି ପାରି ନ ଥାଏ ଓଲଟା ଆମର ମୁଣ୍ଡ ଖରାପ ହୋଇଥାଏ । ସେଥିପାଇଁ ଏହିଭଳି ଲୋକଙ୍କ ଠାରୁ ଦୂରରେ ରହିବା ଉଚିତ । ତୃତୀୟ ନୀତି ହେଲା ଯେଉଁ ବ୍ୟକ୍ତି ଅକାରଣରେ ଦୁଃଖରେ ରହିଥାଏ । ଆଚର୍ଯ୍ୟ ଚାଣକ୍ୟ କୁହନ୍ତି ଯେଉଁ ଲୋକ ଭାଗବାନଙ୍କ ଦ୍ୱାରା ଦିଆଯାଇଥିବା ସୁଖ ସମୃଦ୍ଧିରେ ସନ୍ତୁଷ୍ଟ ନ ହୋଇ ବିଳାପ କରନ୍ତି ଆଉ ଦୁଃଖି ହୋଇ ରୁହନ୍ତି ତାଙ୍କ ସହ ରହିଲେ ଆମକୁ ମଧ୍ୟ ଦୁଃଖ ପ୍ରାପ୍ତ ହୁଏ । ବୁଦ୍ଧିମାନ ଲୋକକୁ ଯାହା ମିଳେ ସେ ସେଥିରେ ହିଁ ସନ୍ତୁଷ୍ଟ ରୁହେ ।

ଅକାରଣରେ ଦୁଃଖୀ ରହୁଥିବା ଲୋକ ଅନ୍ୟ ମାନଙ୍କର ସୁଖ ଦେଖିଲେ ଇର୍ଷା କରିବା ସହିତ ସେମାନଙ୍କ ସହିତ ଆକ୍ରୋସ ମୂଳକ ପଦକ୍ଷେପ ନିଅନ୍ତି । ନିଜେ କିଛି ପ୍ରୟାସ କରନ୍ତି ନାହିଁ ସେ ସବୁବେଳେ ଦୁଃଖି ହିଁ ରହିଥାନ୍ତି । ଏହିପରି ଇର୍ଷା ଭାବ ରଖୁଥିବା ବ୍ୟକ୍ତି ଓ ଅକାରଣରେ ସବୁବେଳେ ଦୁଖରେ ରହୁଥିବା ଲୋକଙ୍କ ଠାରୁ ଦୂରେଇ ରହିବା ଉଚିତ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।