Chanakya Niti- ଖରାପ ହୁଅ ତେବେ ହିଁ ମିଳିବ ସଫଳତା

ପିଲାଦିନୁ ଆପଣ ଏହା ଶୁଣି ଆସୁ ଥିବେ କି ଜୀବନରେ ସବୁବେଳେ ଭଲ କାମ କରିବା ଉଚିତ ଓ ସମସ୍ତଙ୍କର ଭଲ ଚିନ୍ତା କର । କାରଣ ଭଲ ଲୋକମାନନୁ ସବୁବେଳେ ସବୁ ସ୍ଥାନରେ ମାନ ସମ୍ମାନ ମିଳିଥାଏ । କିନ୍ତୁ ଚାଣକ୍ୟଙ୍କ ଦ୍ଵାରା ରଚିତ ନୀତି ଶାସ୍ତ୍ରରେ ଚାଣକ୍ୟ କହିଛନ୍ତି କି ଖରାପ ହୁଅନ୍ତୁ ତେବେ ଯାଇ ଆପଣଙ୍କୁ ସଫଳତା ମିଳିବ । ଏହା ସହିତ ମନକୁ ଖୁସି ମଧ୍ୟ ମିଳିବ । ଚାଣକ୍ୟଙ୍କ ଅନୁସାରେ ଗୁଡ ଭଳି ମିଠା ଓ ସରଲ ରହୁଥିବା ବ୍ୟକ୍ତିଙ୍କୁ ଦୁନିଆର ଲୋକମାନେ ଦେଖନ୍ତି ନାହିଁ ।

ଏହା ସହିତ ଏହି ଲୋକମାନେ ସର୍ବଦା କଷ୍ଟର ସାମ୍ନା କରିଥାନ୍ତି । କହିବାକୁ ଗଲେ ଚାଣକ୍ୟଙ୍କ ଏହିଭଳି କହିବା ପଛରେ ଏକ କାରଣ ଅଛି । ଆଜି ଆମେ ଆପଣ ଏହି କାରଣ ବିଷୟରେ ଓ ସଫଳତା କେମିତି ହାସଲ କରିବେ ସେହି ବିଷୟରେ କହିବୁ ।

ଚାଣକ୍ୟଙ୍କ ଅନୁସାରେ ମନୁଷ୍ୟକୁ ପ୍ରଥମେ ଖରାପ ହେବା ଉଚିତ । କାରଣ ଜଙ୍ଗଲରେ ଥିବା ସିଧା ଗଛ ଓ ଭଲ ଗଛ ଗୁଡିକୁ ପ୍ରଥମେ କଟା ଯାଇ ଥାଏ ଓ ବଙ୍କା କିମ୍ବା ଖରାପ ଥିବା ଗଛ ଛାଡି ଦିଆଯାଏ । କାରଣ ଏହି ଖରାପ ଗଛ ଗୁଡିକ କୌଣସି କାମରେ ଆସି ନ ଥାଏ । ସେଥିପାଇଁ ଆବଶ୍ୟକତା ଠାରୁ ଅଧିକ ସରଲ ହେବା ବି ଜଣେ ବ୍ୟକ୍ତି ବହୁତ ଖରାପ ହୋଇଥାଏ । ଏହା ସହିତ ଚାଣକ୍ୟ କହୁଛନ୍ତି କି ଜୀବନରେ ବେଳେ ବେଳେ ଏମିତି ପରିସ୍ଥତି ଆପଣଙ୍କ ସାମ୍ନାକୁ ଆସିଯାଏ ଯେଉଁଠି ମନୁଷ୍ୟକୁ ଖରାପ ହେବାକୁ ପଡିଥାଏ ।

ଏହା ଛଡା ଚାଣକ୍ୟ କୁହନ୍ତି କି ଯଦି ଆପଣ କାହାର ଚାପରେ ନିଜର ଜୀବନ ଅତି ବାହିତ କରୁଛନ୍ତି ତେବେ ଆପଣଙ୍କ ଜୀବନ ବ୍ୟର୍ଥ ଅଟେ । କାରଣ ପ୍ରତ୍ୟକ ବ୍ୟକ୍ତିକୁ ସ୍ଵତନ୍ତ୍ରତାର ସହ ବଞ୍ଚିବାର ଅଧିକାର ଅଛି । ପ୍ରତ୍ୟକ ବ୍ୟକ୍ତିର ଆୟୁଷ କାଳ ୭୦ ରୁ ୮୦ ବର୍ଷ ହୋଇଥାଏ । ଏମିତିରେ ଭଗବାନଙ୍କ ଆଶୀର୍ବାଦରେ ମିଳିଥିବା ଏହି ଜୀବନକୁ ସମସ୍ତେ ନିଜ ହିସାବରେ ଉପଭୋଗ କରନ୍ତୁ । ନାହିଁ କି କାହାର ଚାପରେ ରହି ନିଜର ଜୀବନକୁ ଉପଭୋଗ କରନ୍ତୁ ।

ଚାଣକ୍ୟ ନିଜର ନୀତିରେ ଏହା ବି କହିଛନ୍ତି କି ବ୍ୟକ୍ତିକୁ କେବେ ବି ନିଜର ସମ୍ପର୍କୀୟମାନଙ୍କ ସମ୍ମୁଖରେ ଚୁପଚାପ ରହିବା ଉଚିତ ନୁହେଁ । କାରଣ ମନୁଷ୍ୟକୁ ନିଜ ହିସାବରେ ନିଜର ଜୀବନକୁ ଉପଭୋଗ କରିବାର ପୁରା ଅଧିକାର ଅଛି । ଚାଣକ୍ୟ କୁହନ୍ତି କି ଯେଉଁ କାମ କରିବା ଦ୍ଵାରା ଆପଣ ଖୁସି ଅନୁଭବ କରୁଛନ୍ତି ସେହି କାମକୁ ହିଁ ଆପଣ କରନ୍ତୁ । ଅନ୍ୟ କାହାର କଥାରେ ଆସି କୌଣସି ବି କାମ କରନ୍ତୁ ନାହିଁ ।

ଚାଣକ୍ୟ ଆଗକୁ କହୁଛନ୍ତି ବି ବ୍ୟକ୍ତିର ମନରେ ସବୁବେଳେ ଏହା ଡର ଥାଏ କି ସାମ୍ନାରେ ଥିବା ବ୍ୟକ୍ତିକୁ ଯଦି ସେ ମନା କରିଦିଏ ତେବେ ତାକୁ ଖରାପ ଲାଗି ପାରେ କିମ୍ବା ସେ ତାହା ଠାରୁ ଦୂରେଇ ଯାଇ ପାରେ । ଏମିତିରେ ଚାଣକ୍ୟଙ୍କ ମତରେ ଏହିଭଳି ବ୍ୟକ୍ତିକୁ ନିଜ ଜୀବନ ଠାରୁ ଦୂରେଇ ଦେବା ଉଚିତ । କାରଣ ଏହିଭଳି ଲୋକଙ୍କ ଠାରୁ ଦୂରେଇ ରହିବା ହିଁ ଆପଣଙ୍କ ପାଇଁ ଭଲ ଅଟେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।