Chanakya Neeti- ଜୀବନରେ ବଡ଼ ହେବାକୁ ଚାହୁଁଛନ୍ତି ତ ଏହି 3 କଥାର ଅବଶ୍ୟ ରଖନ୍ତୁ ଧ୍ୟାନ

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାଜ୍ଞାନୀ ହେବା ସହ ଜଣେ ଉତ୍ତମ ନୀତିଜ୍ଞ ମଧ୍ୟ ଥିଲେ । ସେ ନିଜ ନୀତି ଗୁଡିକରେ ମନୁଷ୍ୟ ଜୀବନକୁ ସୁଖମୟ ବନାଇବା ନିମନ୍ତେ ବହୁତ ଗୁଡ଼ିଏ ମହତ୍ତ୍ୱପୂର୍ଣ୍ଣ କଥା ସବୁ ଲେଖିଛନ୍ତି । ଆଚାର୍ଯ୍ୟ ଚାଣକ୍ୟ ନିଜ ଶ୍ଲୋକ ରେ କହିଛନ୍ତି – ପ୍ରସ୍ତାବସଦ୍ରସଂ ବାକ୍ୟଂ ପ୍ରଭାବସଦ୍ରସଂ ପ୍ରୀୟମ୍, ଆତ୍ମଶକ୍ତିସମଂ କୋପଂ ୟୋ ଜାନାତି ସ ପଣ୍ଡିତଃ । ଏହି ଶ୍ଳୋକରେ ଆଚାର୍ଯ୍ୟ ଚାଣକ୍ୟ ୩ଟି କଥାର ବର୍ଣ୍ଣନା କରିଛନ୍ତି । ଆସନ୍ତୁ ଜାଣିବା ସେଗୁଡିକ କଣ ସବୁ ।

ପ୍ରଥମ କଥା- କେଉଁ ସ୍ଥିତିରେ କଣ କହିବେ, ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ଯେଉଁ ମନୁଷ୍ୟ କେଉଁ ସ୍ଥିତିରେ କଣ କହିବା ଉଚିତ୍ ତାହା ଜାଣିଥାଏ ସେ ବୁଦ୍ଧିମାନ ହୋଇଥାଏ । ଦୁଷ୍ଟ ଓ ମୂର୍ଖ ବ୍ୟକ୍ତି କେଉଁ ସ୍ଥାନରେ ମଧ୍ୟ ଅଭଦ୍ର ଭାଷା ପ୍ରୟୋଗ କରିବାକୁ ପଛାନ୍ତି ନାହିଁ । ସେମାନେ କାହାର ଅପମାନ କରିବା ପୂର୍ବରୁ ତିଳେ ହେଲେ ଚିନ୍ତା କରନ୍ତୁ ନାହିଁ ।

କେଉଁ ସଭାରେ ଗଲେ ତଥ୍ୟର ଅଭାବ ଥିଲେ ମଧ୍ୟ ଜାଣିଶୁଣି ଭୁଲ ଟିପ୍ପଣୀ ଦିଅନ୍ତି ଓ ନିଜେ ହିଁ ଅପମାନର ପାତ୍ର ହୋଇଯାନ୍ତି । ଯେଉଁ ବ୍ୟକ୍ତି ଜ୍ଞାନୀ ହୋଇଥାନ୍ତି ସେମାନେ ସବୁବେଳେ ଶୀତଳ ଓ ଶାନ୍ତ ସ୍ୱଭାବର ହୋଇଥାନ୍ତି । କେଉଁ ଜାଗାରେ କେଉଁ କଥା କହିବେ ଏହା ସେମାନଙ୍କୁ ଭଲ ଭାବେ ଜଣା ଥାଏ । କେଉଁ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ନ ଥିଲେ ସେମାନେ ମୁଁହ ଖୋଲନ୍ତି ନାହିଁ ।

ଦ୍ଵିତୀୟ କଥା- କାହାକୁ ପ୍ରେମ କରିବା ଉଚିତ୍, ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି କାହାକୁ ସମ୍ମାନ ଓ ପ୍ରେମ କରିବା ଉଚିତ୍ ଯେଉଁ ବ୍ୟକ୍ତି ଜାଣି ଥାଏ, ସେ ଜୀବନରେ କେବେ ଅସଫଳ ହୁଏ ନାହିଁ । ଧୂର୍ତ୍ତ କିମ୍ବା ମୂର୍ଖ ବ୍ୟକ୍ତିଙ୍କୁ ଯିଏ ପ୍ରେମ କରେ ସେ ଭବିଷ୍ୟତରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଏ ଓ ଶେଷରେ ନଷ୍ଟ ହୋଇଯାଏ । ବାହାର ସୋନ୍ଦର୍ଯ୍ୟ ଦେଖି ପ୍ରେମ କରନ୍ତୁ ।

ବ୍ୟକ୍ତିଙ୍କୁ ଓ ତାଙ୍କ ମନକୁ ଭଲ ରେ ଜାଣିବା ପରେ ତାଙ୍କୁ ପ୍ରେମ କରନ୍ତୁ । ସୁନ୍ଦରତା କିଛି ସମୟ ପାଇଁ ରହିଥାଏ, କିନ୍ତୁ ସ୍ଵଭାବ ବ୍ୟକ୍ତିଙ୍କ ଶେଷ ଦିନ ପର୍ଯ୍ୟନ୍ତ ତାଙ୍କ ସହ ରହିଥାଏ । କେବେ କେବେ ମିଠା କଥା କହୁଥିବା ବ୍ୟକ୍ତିଙ୍କ ମନରେ କପଟ ଥାଏ ଓ ଆମ ଭୁଲ ଦେଖାଇ ଦେଇ ଆମକୁ କଠୋର କଥା କହୁଥିବା ବ୍ୟକ୍ତି ଆମକୁ ପ୍ରକୃତରେ ପ୍ରେମ କରନ୍ତି । କିନ୍ତୁ ଆମେ ତାଙ୍କ ପ୍ରେମ ବୁଝି ପାରି ନ ଥାଉ ।

ତୃତୀୟ କଥା- କେଉଁଠାରେ କ୍ରୋଧ କରିବେ, କ୍ରୋଧୀ ମନୁଷ୍ୟ ଜୀବନରେ ସଫଳ ହୋଇ ପାରେ ନାହିଁ । କ୍ରୋଧ ହେତୁ ମନୁଷ୍ୟ ଅନେକ ସମାଲୋଚନା ର ଶିକାର ହୁଏ ଓ ନିଜ ମିତ୍ର ମାନଙ୍କୁ ମଧ୍ୟ ହରାଇ ବସେ । ବୁଦ୍ଧିମାନ ବ୍ୟକ୍ତି ଜାଣି ଥାଆନ୍ତି କେଉଁଠାରେ କିପରି କ୍ରୋଧ କରିବା ଉଚିତ୍ । ମୂର୍ଖ ବ୍ୟକ୍ତି କ୍ରୋଧ କରୁ କରୁ ବେଳେ ବେଳେ କ୍ରୋଧର ସୀମା ପାର କରି ଦିଅନ୍ତି ।

ଏହାର ପରିଣାମ ଭୟଙ୍କର ହୋଇଥାଏ ଓ ଏହାଦ୍ବାରା ବ୍ୟକ୍ତିର ବିନାଶ ହୋଇଥାଏ । ସେଥିପାଇଁ କ୍ରୋଧକୁ ବଶରେ ରଖନ୍ତି ତେବେ ଆପଣ ଜୀବନରେ ସଫଳ ହେବେ । ଉଦାହରଣ ସ୍ୱରୂପ, ଯଦି କେହି ଦୋକାନୀ କ୍ରୋଧର ବଶରେ ଆସି ଗ୍ରାହକଙ୍କୁ ଦୁର୍ବ୍ୟବହାର କରି ଥାଏ ତେବେ ତା ଦୋକାନକୁ ଯିବା ଆଗରୁ ଲୋକେ ବହୁତ ଥର ଚିନ୍ତା କରନ୍ତି । ସେଥିପାଇଁ କ୍ରୋଧକୁ ବଶରେ ରଖିବା ଅତ୍ୟନ୍ତ ଆବଶ୍ୟକ ଅଟେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।