ଏମାନେ ସୁଧୁରିବେ ନାହିଁ : ଚାଲୁଥିବା ଟ୍ରେନରେ ଚଢୁଥିବା ସମୟରେ ତଳେ ପଡିଗଲା ଯୁବକ, RPF ଜବାନ ବଞ୍ଚାଇଲେ ଜୀବନ, ଭିଡିଓ ହେଲା ଭାଇରାଲ, ଦେଖନ୍ତୁ

ସରକାର ଜନତାଙ୍କର ସୁବିଧା ପାଇଁ ଟ୍ରେନ କରିଛନ୍ତି । ଏହା ଆପଣଙ୍କୁ ନିଜର ଗନ୍ତବ୍ୟ ସ୍ଥାନରେ ପହଞ୍ଚିବା ପାଇଁ ସବୁଠୁ ଭଲ ଓ ଶସ୍ତା ମାଧ୍ୟମ ଅଟେ । ଏମିତିରେ ସମସ୍ତେ ଚାହାଁନ୍ତି କି କେବେ ବି ତାଙ୍କର ଟ୍ରେନ ମିସ ହୋଇ ନ ଯାଉ । ଟ୍ରେନକୁ ଧରିବା ପାଇଁ ଗୋଟିଏ ନିର୍ଦ୍ଧିଷ୍ଟ ସମୟ ଥାଏ । କିନ୍ତୁ କିଛି ଲୋକମାନେ ଏହି କଥାକୁ ବୁଝି ପାରନ୍ତି ନାହିଁ ଓ ଡେରି ହୋଇଗଲେ ଚଳନ୍ତି ଟ୍ରେନରେ ହିଁ ଚଢିବାକୁ ଚେଷ୍ଟା କରନ୍ତି ।

ଚାଲୁଥିବା ଟ୍ରେନରେ ଚଢିବା ବହୁତ ଭୟାନକ ପ୍ରମାଣିତ ହୋଇପାରେ । ଯଦି ଆପଣଙ୍କର ସନ୍ତୁଳନ ଖରାପ ହୋଇଯାଏ ତେବେ ଆପଣଙ୍କ ଜୀବନ ବି ଯାଇପାରେ ।

ଏହିଭଳି ଏକ ଦୃଶ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । କହିବାକୁ ଗଲେ ଏହି ଭିଡିଓକୁ ମିନିସ୍ଟ୍ରୀ ଅଫ ରେଲୱେ ନିଜର ଟ୍ୱିଟର ଆକାଉଣ୍ଟରେ ଶେୟାର କରିଛନ୍ତି । ଭିଡିଓ ମାଧ୍ୟମରେ ସେ ଜନତାଙ୍କୁ ଅନୁରୋଧ କରୁଛନ୍ତି କି ଏହିଭଳି ଭାବରେ ଚାଲୁଥିବା ଟ୍ରେନରେ ଚଢିବାର ଭୁଲ କରନ୍ତୁ ନାହିଁ । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ଏହି ଭିଡିଓରେ ଗୋଟିଏ ବ୍ୟକ୍ତି ଚାଲୁଥିବା ଟ୍ରେନରେ ଚଢିବା ପାଇଁ ପ୍ରୟାସ କରୁଥିଲା ।  ଏହି ସମୟରେ ତାହାର ସନ୍ତୁଳନ ଖରାପ ହୋଇଗଲା ଓ ସେ ଅଧା ଟ୍ରେନ ଓ ଅଧା ପ୍ଲାଟଫର୍ମ ମଧ୍ୟରେ ଘୋଷାଡ଼ି ହୋଇ ଯାଉଥିଲା । ସୋଭାଗ୍ୟ ବଶତଃ ସେହି ସମୟରେ ଆରପିଏଫ ର ଦୁଇ ଜଣ ଯବାନ ସେଠି ଉପସ୍ଥିତ ଥିଲେ । ଏମିତିରେ ସେ ଫୁର୍ତୀ ଦେଖାଇ ଯୁବକକୁ ଟ୍ରେନ ଭିତରକୁ ପେଲି ଦେଲେ । ଆରପିଏଫ ଯବାନ ମାନଙ୍କ ଦ୍ଵାରା ଯୁବକର ଜୀବନ ବଞ୍ଚିଗଲା । ସେଥିପାଇଁ ଆପଣ କେବେ ବି ଏହିଭଳି ଭୁଲ କରନ୍ତୁ ନାହିଁ ।

ରେଲୱେ ଟ୍ୱୀଟ କରି ଏହି ଭିଡିଓ ସମ୍ବନ୍ଧରେ ସୂଚନା ଦେଲେ କି “ ଜଣେ ଯାତ୍ରୀ ଅହମ୍ମଦାବାଦ ଷ୍ଟେସନରୁ ଚଳନ୍ତି ୧୨୯୧୫ Ashram Expରେ ଚଢିବା ପାଇଁ ପ୍ରୟାସ କରୁଥିଲା ଓ ସେହି ସମୟରେ ତାହାର ଗୋଡ ଖସିଗଲା । ସେହି ବ୍ୟକ୍ତି ଜଣକ ଟ୍ରେନ ଓ ପ୍ଲାଟଫର୍ମ ମଧ୍ୟରେ ପଡିବାର ଥିଲା କି, ତାକୁ RPF ଯବାନ ତୁରନ୍ତ ଟ୍ରେନର କୋଚ ଭିତରକୁ ପେଲି ଦେଲେ । ଆପଣ କେତେ ବି ଫିଟ ଓ ସ୍ମାର୍ଟ ହୋଇଥାନ୍ତୁ ନା କାହିଁକି, ଦୟାକରି ଚାଲୁଥିବା ଟ୍ରେନରେ ଚଢନ୍ତୁ ନାହିଁ ବା ଓଲ୍ହାଇବାକୁ ବି ଚେଷ୍ଟା କରନ୍ତୁ ନହିଁ ।“

ଅନ୍ୟ ପଟେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନଙ୍କର ଭିନ୍ନ ଭିନ୍ନ ରିଏକ୍ଶନ ଆସୁଛି । ଜଣେ ୟୁଜର ଲେଖିଲା କି ‘ଆରପିଏଫ ଯବାନ ଅସଲ ହିରୋ ଅଟନ୍ତି ।‘ ଆଉ ଜଣେ ଲେଖିଲା କି ଏମାନେ କେବେ ବି ସୁଧୁରିବେ ନାହିଁ ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।