୬ ଭାରତୀୟ କଳାକାର ଯାହାଙ୍କ ଏତେ କମ ବୟସରେ ନିଧନ ଦ୍ଵାରା ପୁରା ଦେଶରେ ଖେଳି ଗଲା ଶୋକର ଛାୟା

ଯେମିତି ଆପଣ ସମସ୍ତେ ଜାଣିଛନ୍ତି ୨୦୨୦ ବର୍ଷ ସମସ୍ତଙ୍କ ପାଇଁ ବହୁତ ଖରାପ ହୋଇ ଯାଇଛି । କହିବାକୁ ଗଲେ ବଲୀଉଡ ଇଣ୍ଡଷ୍ଟ୍ରିରେ ଏହାର ସବୁଠୁ ଅଧିକ ପ୍ରଭାବ ପଡିଛି । ଏହି ସମୟ ମଧ୍ୟରେ ବଲୀଉଡର କେତେକ ବଡ ବଡ କଳାକାରମାନଙ୍କ ନିଧନ ବି ହୋଇ ଯାଇଛି । ବର୍ତ୍ତମାନ ସୁଶାନ୍ତ ସିଂହ ରାଜପୁତଙ୍କ ନିଧନର ଖବର ସମସ୍ତଙ୍କୁ ଆଚମ୍ବିତ ବି କରି ଦେଇଛି ।

କେବଳ ସୁଶାନ୍ତ ନୁହନ୍ତି ଅନ୍ୟ କେତେକ ଅଭିନେତା ବି ଅଛନ୍ତି ଯେଉଁମାନଙ୍କ ଅକସ୍ମାତ ନିଧନର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲା । ଯେଉଁମାନେ ବହୁତ ଜଲ୍ଦି ଏହି ଦୁନିଆ ଛାଡି ଚାଲି ଯାଇଛନ୍ତି । ଆଜି ଆମେ ସେହି କଳାକାରମାନଙ୍କ ବିଷୟରେ କହିବୁ ଯେଉଁମାନଙ୍କ ମୃତ୍ୟୁ ଅକସ୍ମାତ ହୋଇଛି ।

୧. ସୁଶାନ୍ତ ସିଂହ ରାଜପୁତ – ୩୪ ବର୍ଷ

ସୁଶାନ୍ତ ସିଂହ ରାଜପୁତ ୧୪ ଜୁନ ୨୦୨୦ରେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଘରେ ଆତ୍ମହତ୍ୟା କରିଥିଲେ । ସେ ମାତ୍ର ୩୪ ବର୍ଷର ଥିଲେ । ସୁଶାନ୍ତ ପବିତ୍ର ରିସ୍ତା ଶୋ ରୁ ଅଧିକ ପ୍ରସିଦ୍ଧ ହୋଇଥିଲେ । ଏହା ପରେ ସେ ବଲୀଉଡ ଫିଲ୍ମରେ କାମ କରିବାକୁ ଲାଗିଲେ ଓ ଧୀରେ ଧୀରେ ସେ ବଲୀଉଡର ଜଣେ ଜଣା ଶୁଣା ଅଭିନେତା ହୋଇଗଲେ । ୨୦୧୬ରେ ପୂର୍ବ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ଏମଏସ ଧୋନୀଙ୍କ ବାୟୋପିକ କରି ସେ ପୁରା ବିଶ୍ଵରେ ପରିଚିତ ହୋଇ ଯାଇଥିଲେ ।

୨. ଜିୟା ଖାନ – ୨୫ ବର୍ଷ

ବ୍ରିଟିଶ ଓ ଆମେରିକା ଅଭିନେତା ଜିୟା ଖାନ, ଯିଏ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଫିଲ୍ମ ନିଶବ୍ଦ ଓ ଗଜନୀ ଭଳି ଫିଲ୍ମ ପାଇଁ ଜଣା ଯାଆନ୍ତି । କିନ୍ତୁ ୩ ଜୁନ ୨୦୧୩ରେ ମୁମ୍ବାଇ ସ୍ଥିତ ନିଜର ଆବାସରେ ସେ ଆତ୍ମହତ୍ୟା କରି ନେଲେ । ଜିୟା ଖାନ ସେହି ସମୟରେ ୨୫ ବର୍ଷର ଥିଲେ ।

୩. ଗୁରୁ ଦତ୍ତ – ୩୯ ବର୍ଷ

କାଗଜ କେ ଫୁଲ, ବାଜୀ ଔର ପ୍ୟାସା ଭଲି ଫିଲ୍ମ ପାଇଁ ପରିଚିତ ଥିବା ଅଭିନେତା ଗୁରୁ ଦତ୍ତ ୧୦ ଅକ୍ଟୋବର ୧୯୬୪ରେ ମୁମ୍ବାଇ ସ୍ଥିତ ପେଡର ରୋଡରେ ନିଜର ଭଡା ଘରେ ମୃତ ଅବସ୍ଥାରେ ମିଳିଥିଲେ । ସେହି ସମୟରେ ସେ ୩୯ ବର୍ଷର ଥିଲେ ।

୪. ସିଲ୍କ ସ୍ମିତା – ୩୫ ବର୍ଷ

ନିଜ ସମୟରେ ତାମିଲ ସିନେମାରେ ବୋଲ୍ଡ ସିନ ଦେଇ ପରିଚିତ ହୋଇଥିବା ବିଜୟଲକ୍ଷ୍ମୀ, ଯିଏ ସିଲ୍କ ସ୍ମିତା ନାମରେ ବି ଜଣା ଯାଆନ୍ତି । କିନ୍ତୁ ୧୯୯୬ରେ ସେ ଆତ୍ମହତ୍ୟା କରି ନେଲେ । ସେ ୨୦୦ରୁ ବି ଅଧିକ ଫିଲ୍ମରେ କାମ କରିଛନ୍ତି । ଯେଉଁଥିରେ ବନ୍ଦିଚକ୍କରମ, ମୂଂଦରୂ ମୁଗମ ଭଳି ଫିଲ୍ମ ବି ସାମିଲ ଅଛି । ସେହି ସମୟରେ ସେ ସବୁ ବଡ ବଡ ଅଭିନେତାଙ୍କ ସହ କାମ କରିଛନ୍ତି ।

୫. ମଧୁବାଲା – ୩୬ ବର୍ଷ

ବଲୀଉଡର ସବୁଠୁ ପ୍ରତିଷ୍ଠିତ ଅଭିନେତ୍ରୀ ମଧୁବାଲା କେବଳ ୩୬ ବର୍ଷ ବୟସରେ ହିଁ ଏହି ଦୁନିଆକୁ ଛାଡି ଚାଲି ଗଲେ । ହୃଦଘାତ କାରଣରୁ ତାଙ୍କର ନିଧନ ହୋଇଥିଲା । ମଧୁବାଲା ମୁଗଲ-ଏ-ଆଜ଼ମ, ଚଲତୀ କା ନାମ ଗାଡ଼ୀ, ମହଲ, ମିସ୍ଟର ଏଂଡ ମିସେଜ ୫୫, ଦୁଲାରୀ, ବେକାସୁର, ତରାନା ଓ ବାଦଲ ଭଳି ଫିଲ୍ମ ପାଇଁ ପରିଚିତ ଥିଲେ ।

୬. ଚିରଞ୍ଜିବୀ ସରଜା – ୩୯ ବର୍ଷ

ଲୋକପ୍ରିୟ କନ୍ନଡ ଫିଲ୍ମ ଅଭିନେତା ଚିରଞ୍ଜିବୀ ସରଜାଙ୍କ କାର୍ଡିୟକ ଆରେସ୍ଟ ପରେ ବେଙ୍ଗଲୁରୁର ଏକ ପ୍ରାଇଭେଟ ହସ୍ପିଟାଲରେ ନିଧନ ହୋଇଗଲା । ସେ ସେହି ସମୟରେ ୩୯ ବର୍ଷର ଥିଲେ । ସରଜାଙ୍କୁ ବହୁତ ଖରାପ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ପୁନଃ ଜୀବିତ କରିବାର ପ୍ରୟାସ ବି ବିଫଳ ହୋଇଗଲା ଓ ଶେଷରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରି ଦେଲେ ।