ଲକଡାଉନ ନିୟମ ଭାଙ୍ଗି ମନ୍ତ୍ରୀଙ୍କ ପୁଅ ଦେଲେ ଧମକ, ଅଧିକାରୀ ନେଲେ ନାହିଁ କିଛି କାର୍ଯ୍ୟାନୁଷ୍ଠାନ, ତାପରେ ମହିଳା ପୋଲିସ କଲେ ଏମିତି ଜାଣିଲେ ଆପଣ କରିବେ ତାରିଫ

ଗୁଜୁରାଟର ସୁରତ ସହରରେ ଜଣେ ମହିଳା କନସ୍ଟେବଲକୁ ମନ୍ତ୍ରୀର ପୁଅ ଠାରୁ ଧମକ ମିଳିବା ପରେ କନସ୍ଟେବଲ ମହିଳା ଜଣକ ବାଧ୍ୟ ହୋଇ ନିଜ ପଦରୁ ଇସ୍ତଫା ଦେଲେ । କହିବାକୁ ଗଲେ ମହିଳା କନସ୍ଟେବଲ ସକାଳେ ସ୍ୱାସ୍ଥ୍ୟ ରାଜ୍ୟ ମନ୍ତ୍ରୀ କୁମାର କନାନୀଙ୍କ ପୁଅ ପ୍ରକାଶ ଓ ତାହାର ବନ୍ଧୁଙ୍କୁ ନାଇଟ କରଫ୍ୟୁର ନିୟମର ଉଲଂଘନ ଓ ମାସ୍କ ନ ପିନ୍ଧିବା ରୁ ଚେକ ପୟେନ୍ଟ ଉପରେ ଅଟକାଇ ଥିଲେ ଓ ତାଙ୍କୁ ପଚରା ଉଚରା ବି କରିଲେ । କିନ୍ତୁ ଏହି ସମୟରେ ମନ୍ତ୍ରୀର ପୁଅ କନସ୍ଟେବଲକୁ ଧମକ ଦେଲେ ।

ସହାୟକ ପୋଲିସ ଆୟୁକ୍ତ (ବିଶେଷ ଶାଖା) ପୀଏଲ ଚୌଧରୀ କହିଲେ କି ମହିଳା କନସ୍ଟେବଲ ଓ ମନ୍ତ୍ରୀର ପୁଅ ମଧ୍ୟରେ ହୋଇଥିବା ଏକ ଅଡିଓ କ୍ଲିପ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏହି କ୍ଲିପ ରେ ମନ୍ତ୍ରୀ କୁମାର କନାନୀଙ୍କ ପୁଅ ପ୍ରକାଶ ମହିଳା କନସ୍ଟେବଲ ସୁନିତା ୟାଦବଙ୍କ ସହିତ ଝଗଡା କରୁଛନ୍ତି ଓ ନିଜର ରାଜନୈତିକ ସଂଯୋଗକୁ ନେଇ ଧମକ ଦେଉଛନ୍ତି । ସେ କହିଲେ କି ଏହି ଘଟଣା ପରେ ସୁନିତା ନିଜର ଶୀର୍ଷ ଅଧିକାରୀମାନଙ୍କ ସହ କଥାବାର୍ତ୍ତା କରିଲେ ।

ଯେଉଁଠି ଅଧିକାରୀମାନେ ଏହି ମାମଲାକୁ ରଫା ଦଫା କରିବା ଓ ଘଟଣା ସ୍ଥଳକୁ ଯିବା ପାଇଁ କହିଲେ । ଏହି ଘଟଣା ପରେ ମହିଳା କନସ୍ଟେବଲ ନିରାଶ ହୋଇଗଲେ ଓ ଏହା ପରେ ସେ ନିଜ ପଦରୁ ଇସ୍ତୀଫା ଦେଇ ଦେଲେ । ଆପଣଙ୍କୁ କହିଦେଉଛୁ କି ଏହି ଘଟଣା ବୁଧବାର ରାତିରେ ସୁରତର ମାନଗଢ ଚୌକ ଉପରେ ହୋଇଛି ।

ପୀଏଲ ଚୌଧରୀ ଆଗକୁ କହିଲେ କି ଯେତେବେଳେ ଅଡିଓ କ୍ଲିପ ବିଷୟରେ ସୁରତ ପୋଲିସ କମିଶ୍ନର ଆର ବୀ ବ୍ରହ୍ମଭଟ୍ଟଙ୍କୁ ଜଣା ପଡିଲା ତ ସେ ଏସୀପୀ (ଏ-ଡିଭିଜନ) ସୀକେ ପଟେଲଙ୍କୁ ମାମଲାର ଯାଞ୍ଚ କରିବା ପାଇଁ କହିଲେ । ଯାଞ୍ଚ ରିପୋର୍ଟର ଆଧାରରେ ଆଗକୁ କାର୍ଯ୍ୟକାରୀ କରାଯିବ । ଅଡିଓ କ୍ଲିପରେ ଯୁବକ ଜଣକ କହୁଛି କି ମୋର କନେକ୍ସନ ଏତେ ଅଛି କି ମୁଁ ତୁମକୁ ଏହି ସ୍ଥାନରେ ୩୬୫ ଦିନ ପର୍ଯ୍ୟନ୍ତ ଛିଡା କରାଇ ଦେବି ।

ଏହା ଉପରେ ମହିଳା କନସ୍ଟେବଲ କହୁଛନ୍ତି କି ସେ ତାଙ୍କର ଦାସୀ କିମ୍ବା ତାହାର ପିତାର ସେବକ ନୁହନ୍ତି କି ସେ ୩୬୫ ଦିନ ପର୍ଯ୍ୟନ୍ତ ଏହି ସ୍ଥାନରେ କାମ କରିବେ । ଏହା ପରେ ମହିଳା କନସ୍ଟେବଲ ନିଜର ଉଚ୍ଚ ଅଧିକାରୀଙ୍କୁ ଫୋନ କରି କରୋନା ଭାଇରସ ପାଇଁ ଲାଗିଥିବା କରଫ୍ଯୁ ସମୟରେ ୧୦ ଟା ପରେ ବିନା ମାସ୍କ ଲଗାଇ କାରରେ ବୁଲୁ ଥିବା ଲୋକମାନଙ୍କୁ ଯେତେବେଳେ ସେ ଅଟକାଇଲେ ତ ସେ ମନ୍ତ୍ରୀର ପୁଅ ପ୍ରକାଶକୁ ଡାକି ଦେଲେ ।

ଯେତେବେଳେ ପ୍ରକାଶ ସେଠି ପହଞ୍ଚିଲେ ତ ପ୍ରକାଶର ବନ୍ଧୁମାନେ ମହିଳା କନସ୍ଟେବଲକୁ ଧମକ ଦେଲେ ଓ ଖରାପ ବ୍ୟବହାର କରିଲେ । କିନ୍ତୁ ଅନ୍ୟ ପଟେ ମନ୍ତ୍ରୀ କହିଲେ କି ତାଙ୍କର ପୁଅ କରୋନା ଭାଇରସରେ ଚିକିତ୍ସିତ ହେଉଥିବା ନିଜର ଶଶୁରକୁ ଦେଖିବା ପାଇଁ ସିବିଲ ହସ୍ପିଟାଲ ଯାଉଥିଲା । କାରଣ ତାଙ୍କର ଅବସ୍ଥା ବହୁତ ଖରାପ ଥିଲା । ଏହା ମଧ୍ୟରେ ତାଙ୍କ ପୁଅକୁ କନସ୍ଟେବଲ ଅଟକାଇ ଦେଲେ ।

ମନ୍ତ୍ରୀ କହିଲେ କି ସେ ଯିବା ପାଇଁ ଅନୁରୋଧ କରିଲେ । ଏହା ପରେ ମହିଳା କନସ୍ଟେବଲ କହିଲେ କି ତାଙ୍କର ଗାଡିରେ ବିଧାୟକ କାହିଁକି ଲେଖା ହୋଇଛି । ତେବେ ସେ କହିଲେ କି ଏହା ତାଙ୍କ ପିତାଙ୍କ ଗାଡି ଅଟେ । ଏହା ପରେ ମହିଳା କନସ୍ଟେବଲ କହିଲେ କି ସେ ତାଙ୍କ ବାପାଙ୍କ ଗାଡିରେ କାହିଁକି ଆସିଛନ୍ତି । ମୁଁ ମାନୁଛି କି ତାଙ୍କୁ ଏହା ବୁଝିବାକୁ ଚେଷ୍ଟା କରିବା ଉଚିତ କି ମୋର ପୁଅ କଣ କହୁଛି । ମୁଁ ମାନୁଛି କି ଦୁଇ ପକ୍ଷଙ୍କୁ ପରସ୍ପର ସହିତ ବୁଝାମଣା କରିବାର ଥିଲା ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।