ଚୈତ୍ର ନବରାତ୍ରିରେ ଭୁଲରେ ବି କରନ୍ତୁ ନାହିଁ ଏହି ୫ଟି କାମ, ରାଗିଯାନ୍ତି ମା’ ଦୂର୍ଗା, ପୁରା ପରିବାର ହେଇଯାଏ ବର୍ବାଦ

ହିନ୍ଦୁ ଧର୍ମରେ ନବରାତ୍ରୀ ବା ଦୂର୍ଗା ପୂଜା ଏକ ବଡ ପର୍ବ ରହିଆସିଛି । ଯାହାକୁ ଆମେ ଖୁବ ଧୁମଧାମରେ ପାଳନ କରିଥାଉ । ଏହି ନବରାତ୍ରିରେ ମା ଦୂର୍ଗାଙ୍କ ଆରାଧନା କରିଲେ ଜୀବନରେ ସୁଖ ଶାନ୍ତି ଆସିଥାଏ । ଏହି ପୂଜାରେ ମାଙ୍କର ନଅଟି ଅଲଗା ଅଲଗା ରୂପର ପୂଜା ହୋଇଥାଏ । ମା ଦୂର୍ଗା ବୈଭବ, ବିଦ୍ୟା, କୌଶଳ, କୀର୍ତ୍ତି, ସନ୍ତାନ ପ୍ରାପ୍ତିର ମାର୍ଗ ହୋଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଚୈତ୍ର ନବରାତ୍ରରେ ଏମିତି କିଛି କାମ କରିବା ଉଚିତ ନୁହେ ଯାହା ଫଳରେ ମଣିଷ ଜୀବନରେ ଦୁଖର ସାମନା କରିବାକୁ ପଡିଥାଏ ।

ନବରାତ୍ରରେ ମାଙ୍କର ନୀତି ନିୟମକୁ ପାଳନ କରି ଶ୍ରଦ୍ଧାର ସହ ପୂଜା କରିଲେ ଆମ ଜୀବନରେ ସୁଖ ଶାନ୍ତି ଆସିଥାଏ । ଚୈତ୍ର ନବରାତ୍ରି ଆମ ଦେଶରେ ଖୁବ ଜାକଜମାରେ ପାଳନ କରାଯାଏ । ଏହି ବର୍ଷ ନବରାତ୍ରି ୧୩ ଏପ୍ରିଲ୍ରୁ ଆରମ୍ଭ ହୋଇ ୨୧ ମେ ରେ ଶେଷ ହେବ । ଏହି ୯ ଦିନ ମାଙ୍କୁ ଭକ୍ତିଭାବରେ ପୂଜା କରିବା ଉଚିତ । କିଛି ନିୟମକୁ ପାଳନ କରିଲେ ଜୀବନରେ ଉନ୍ନତି ଆସିଥାଏ ତାହା ନିମ୍ନରେ ଦିଆଗାଲା ।

୧- ଏହି ନବରାତ୍ରି ଦିନ ଭୁଲରେ ବି ଚୁଟି କା-ଟି-ବା ଉଚିତ ନୁହେ । ଏହାଛଡା ନଖ କା-ଟି-ବା ଉଚିତ ନୁହେ । ନବରାତ୍ରି ଆରମ୍ଭ ହେବା ପୂର୍ବରୁ ଏହି କାର୍ଯ୍ୟ ସବୁ କରିଦେବା ଉଚିତ । ଭୁଲରେ ବି ନିଜ ଶରୀରରେ ଲୁହା ଜିନିଷ ବ୍ୟବହାର କରିବା ଉଚିତ ନୁହେ ।

୨- ଏହି ନବରାତ୍ରିରେ ଭୁଲରେ ବି ପିଆଜ ରସୁଣ ଖାଇବା ଉଚିତ ନୁହେ । ଏହାଛଡା ଆମିଷ ଖାଇବା ମଧ୍ୟ ବର୍ଜନ କରିବା ଉଚିତ । ଏହି ସମୟରେ ମ-ଦ୍ୟ-ପା-ନ ମଧ୍ୟ କରିବା ଉଚିତ ନୁହେ । ରୋଷେଇ ଘରେ ଖାଇବା ତିଆରି କରିବା ସମୟରେ ସଫା ସୁତୁରା କରି ମାଙ୍କ ନାମ ନେଇ ଖାଦ୍ଯ ପ୍ରସ୍ତୁତ କରିବା ଉଚିତ ।

୩- ଏହି ପୂଜା ସମୟରେ କେବେ ବି ଘରକୁ ଅନ୍ଧାର କରି ରଖିବା ଉଚିତ ନୁହେ । ମାଙ୍କର ଏହି ନବରାତ୍ରିରେ ସ୍ଵାମୀ ଓ ସ୍ତ୍ରୀ ପରସ୍ପର ଭିତରେ ଶା-ରୀ-ର-କ ସ-ମ୍ପ-ର୍କ ରଖିବା ଉଚିତ ନୁହେ । ଘରର ମୁଖ୍ୟ ଦ୍ଵାରରେ ତୋରଣ ଲଗାଇ ରଙ୍ଗୋଲି ପକାଇବା ଉଚିତ । ସନ୍ଧ୍ୟା ସମୟରେ ସବୁବେଳେ ଦୀପ ଲଗାଇ ମାଙ୍କର ଆରାଧନା କରିବା ଉଚିତ । ଘରେ ସ୍ଵସ୍ତିକ ଚିହ୍ନ ଆଙ୍କିବା ଉଚିତ ।

୪- ଏହି ନବରାତ୍ରରେ ଭୁଲରେ ବି ନାରୀ ମାନଙ୍କ ଉପରେ ହାତ ଉଠାଇବା ଉଚିତ ନୁହେ କିମ୍ବା ହିଂ-ସା କରିବା ଉଚିତ ନୁହେ । ନଚେତ ମାଙ୍କର କ୍ରୋଧର ସାମ୍ନା କରିବାକୁ ପଡିଥାଏ । ଏହି ସମୟରେ ନାରୀ ମାନଙ୍କର ସମାନ କରିବା ଉଚିତ । ନବରାତ୍ରୀର ନଅ ଦିନରେ ସ୍ତ୍ରୀ ମାନଙ୍କର ଅପମାନ କରିବା ଅଶୁଭ ବୋଲି କୁହାଯାଏ ।

୫- ଏହି ନଅ ଦିନରୁ ଅଷ୍ଟମୀ ଦିନ ଛୋଟ କନ୍ୟା ମାନଙ୍କୁ ଭୋଜନ କରାଇ ତାଙ୍କର ପୂଜା କରିବା ଉଚିତ । ଏହା କରିବା ଫଳରେ ମାଙ୍କର ଆଶୀର୍ବାଦ ମିଳିଥାଏ । ଯଦି ଆପଣ ଘରେ କଳସ ସ୍ଥାପନ କରିଛନ୍ତି ତେବେ ଭୁଲରେ ବି ଘର ବନ୍ଦ କରିବେ ନାହି । କେହି ଜଣେ ସଦସ୍ୟ ଘରେ ରହିବା ଉଚିତ ।

ଏହି ସବୁ ନିୟମ ପାଳନ କରିଲେ ମା ଦୂର୍ଗାଙ୍କର କୃପା ପ୍ରାପ୍ତ ହୋଇଥାଏ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ଟିପ୍ପଣୀଟି ଭଲ ଲାଗିଥାଏ ଗୋଟିଏ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।ଧନ୍ୟବାଦ