ଚାହୁଁ ଚାହୁଁ ବ୍ରିଜରୁ ଖସି ବନ୍ୟାଜଳରେ ଭାସିଗଲା ସ୍କୁଲ ବସ୍, ଏହି ଭୟଙ୍କର ଦୃଶ୍ୟ ଦେଖିଲେ ଆପଣଙ୍କ ଛତି ଥରିଯିବ, ଦେଖନ୍ତୁ video

ଚାହୁଁ ଚାହୁଁ ବନ୍ୟା ପାଣିରେ ଭାସିଗଲା ସ୍କୁଲ ବସ୍ । ଉତ୍ତରାଖଣ୍ଡ ଡେରାଡୁନ ନିକଟସ୍ଥ ଟନକପୁର ବ୍ରିଜରେ ଘଟି ଯାଇଛି ଏଭଳି ଅଭାବନୀୟ ଘଟଣା । ଏହି ବ୍ରିଜ ଉପରେ ଦେଖୁ ଦେଖୁ ପାଣିରେ ବସ୍ ଟି ଭାସିଯାଇଛି । ଲଗାଣ ବର୍ଷା ଯୋଗୁଁ ରାସ୍ତା ଉପରେ ପାଣି ଚାଲୁଥିବା । ରାସ୍ତା ଉପରେ ପାଣିର ପରିମାଣ ଖୁବ କମ୍ ଥିଲେ ବି ପାଣିର ସୁଅ ଏତେ ପ୍ରଖର ଥିଲା ଯେ ବସ୍ ଟି ଧୀରେ ଧୀରେ ପାଣିରେ ବୋହିଯାଇ ବ୍ରିଜ ତଳକୁ ଖସି ପଡିଥିଲା ଓ ପାଣିରେ ଭାସି ଯାଇଥିଲା ।

ସେଠାରେ ପାଣିର ପରିମାଣ କମ୍ ଥିବା ଦେଖି ବସ୍ ଡ୍ରାଇଭର ରାସ୍ତା ପାର ହେବାକୁ ଚେଷ୍ଟା କରୁଥିଲେ । ହେଲେ ସୁଅ ପାଣିରେ ବସ୍ ଟି ରାସ୍ତା ପାର୍ ହେବା ସମୟରେ କେହି କିଛି ବୁଝିବା ଆଗରୁ ବସ୍ ଟି ନାଳ ତଳକୁ ଖସି ଯାଇଥିଲା । ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣା ଘଟିବ ସମୟରେ ବସ୍ ରେ କୌଣସି ଛାତ୍ର ଛାତ୍ରୀ ନଥିଲେ । କେବଳ ଡ୍ରାଇଭର ଓ ହେଲପର ସେହି ବସ୍ ରେ ଥିଲେ ।

ବସ୍ ଟି ବ୍ରିଜ ତଳେ ଥିବା ନାଲକୁ ଖସି ପଡିବା ପରେ ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି ବୋଲି ଜଣାପଡିଛି । ଏହି ଦୃଶ୍ୟ ଯିଏ ଦେଖୁଛି ସେ ଭୟଭୀତ ହୋଇପଡୁଛି । ଚାହୁଁ ଚାହୁଁ ବ୍ରିଜ ଉପରୁ ବସ୍ ଟି ନାଳ ମଧ୍ୟକୁ ଖସି ପଡିଥିଲା । ରାସ୍ତାରେ ପାଣି କମ୍ ଥିଲା କିନ୍ତୁ ସର୍ଟ ଏତେ ପ୍ରଖର ଥିଲା ଯେ ବସ୍ ଟିକୁ ବ୍ରିଜ ତଳକୁ ଭସାଇ ନେଇଥିଲା ।

ଡ୍ରାଇଭର ପାଣିର ସୁଅକୁ ଆକଳନ କରି ପାରି ନଥିଲେ ଓ ରାସ୍ତା ପାର୍ ହେବାକୁ ଚେଷ୍ଟା କରିଥିଲେ । ଯାହାଫଳରେ ବସ୍ ଟି ବ୍ରିଜ ତଳକୁ ଖସି ଦୁର୍ଘଟଣାର ଶିକାର ହୋଇଛି । ଏହି ବସ୍ ରେ କେହି ବି ଛାତ୍ର ଛାତ୍ରୀ ନଥିବା ହେତୁ ଏକ ବଡ ବିପଦରୁ ସମସ୍ତେ ବର୍ତ୍ତୀ ଯାଇଛନ୍ତି । ଏନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଖୁବ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି । ବସ୍ ରେ ଥିବା ଡ୍ରାଇଭର ଓ ହେଲପର ସାମାନ୍ଯ ଆହତ ହୋଇଥିବା ବେଳେ ସେମାନେ ସୁରକ୍ଷିତ ଥିବା ସୂଚନା ମିଳିଛି ।

ବସ୍ ଟି ସେହି ବ୍ରିଜ ପାରି ହେଉଥିବା ବେଳେ ସାମ୍ନା ପଟି କେହି ଜଣେ ଏହାର ଭିଡିଓ ଉତ୍ତୋଳନ କରିଥିଲେ, ଯାହାପରେ ସୋସିଆଲ ମିଡିଆରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।