ଛାଡପତ୍ର ପରେ ନିଜର ପିଲାମାନଙ୍କୁ ପାଳିବା ପାଇଁ ଅଟୋ ଚଳାଉଛନ୍ତି ୨୮ ବର୍ଷର ହେମଲତା, ଲୋକେ ଯେତେବେଳେ ତାଙ୍କୁ ଅଟୋ ଷ୍ଟାଣ୍ଡରେ ଦେଖିଲେ…

ଜୟପୁରରେ ୨୮ ବର୍ଷର ହେମଲତା ଅଟୋ ଚଳାଇ ନିଜ ପିଲାମାନଙ୍କୁ ପାଳୁଛନ୍ତି । ଯେତେବେଳେ ସେ ନିଜର ୫ ମାସର ପିଲା ସହିତ ଅଟୋ ଷ୍ଟାଣ୍ଡରେ ପହଞ୍ଚିଲେ ତେବେ ସମସ୍ତେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ହେମଲତାଙ୍କର ଜୀବନ ବହୁତ କଷ୍ଟକର ଥିଲା । ତାଙ୍କର ବାହାଘର ପର ଠାରୁ ହିଁ ତାଙ୍କର ସ୍ଵାମୀ ସବୁଦିନ ମଦ ପିଇ ଆସି ତାଙ୍କୁ ମାରୁଥିଲେ ।

ଏହା ପରେ ସେ ନିଜର ସ୍ଵାମୀଙ୍କ ଠାରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଲେ ଓ ନିଜର ୫ ମାସର ପୁଅ ସହିତ ସେ ଅଟୋ ଚଳାଇବା ଆରମ୍ଭ କରିଦେଲେ । ହେମଲତା କୋର୍ଟରେ ନିଜ ସ୍ଵାମୀଙ୍କ ଠାରୁ ଛାଡପତ୍ର ପାଇଁ ଆବେଦନ ବି କରିଛନ୍ତି ଓ ତାଙ୍କର ଭରଣ ପୋଷଣ ପାଇଁ ତାଙ୍କୁ କିଛି ଟଙ୍କା ଦେବା ପାଇଁ ମଧ୍ୟ କହିଛନ୍ତି ।

କାରଣ ହେମଲତା ଜାଣିଛନ୍ତି କି ଯଦି ତାଙ୍କ ସ୍ଵାମୀଙ୍କୁ ସେ ଛାଡପତ୍ର ଦେଇ ଦେଉଛନ୍ତି ତେବେ ତାଙ୍କର ସ୍ଵାମୀ ପୁଣି ଅନ୍ୟ ଏକ ଝିଅ ସହ ବିବାହ କରି ତାର ଜୀବନକୁ ନଷ୍ଟ କରିଦେବ । ହେମଲତା କହିଲେ କି ସେ ଗତ ୧୫ ବର୍ଷ ହେବ ନିଜ ପରିବାର ସହିତ ଗୋଟିଏ ଭଡା ଘରେ ରହୁଛନ୍ତି ।  ସେ ନିଜ ବାପା ମାଙ୍କର ବି ପୁରା ଖର୍ଚ୍ଚ ଉଠାଉଛନ୍ତି ।

ହେମଲତାଙ୍କୁ ଡାନ୍ସର ହେବାର ବହୁତ ଇଚ୍ଛା ଥିଲା ଓ ସେ ଛୋଟ ମୋଟ ଡାନ୍ସ ପରଫର୍ମ କରି ନିଜ ଘର ଚଳାଉଥିଲେ । କିନ୍ତୁ ଧୀରେ ଧୀରେ ତାଙ୍କୁ ଘର ଚଳାଇବାରେ ବହୁତ ଅସୁବିଧା ହେଉଥିଲା । ଏହା ଛଡା ହେମଲତା ଶ୍ୟାମଳ ରଙ୍ଗର ହୋଇଥିବାରୁ ସେ ଭଲ ଡାନ୍ସ କରୁଥିବା ସତ୍ତ୍ୱେ ତାଙ୍କୁ ସବୁବେଳେ ପରଫର୍ମ କରିବା ପାଇଁ ପଛରେ ରଖାଯାଉଥିଲା ।

ହେମଲତା ଅଷ୍ଟମ ପାସ ଥିଲେ ସେଥିପାଇଁ ତାଙ୍କୁ ଭଲ ଚାକିରି ବି ମିଳିଲା ନାହିଁ । ଏହା ପରେ ସେ ନିଜର ଡ୍ରାଇଭିଙ୍ଗ ଲାଇସେନ୍ସ ବନାଇଲେ ଓ ତାଙ୍କର ଭାଇ ତାଙ୍କୁ ଏକ ଅଟୋ କିଣିବାରେ ସାହାର୍ଯ୍ୟ କଲେ । ହେମଲତା କହିଲେ କି ସେ ପ୍ରଥମେ ନିଜର ପିଲାମାନଙ୍କୁ ସ୍କୁଲ ଛାଡନ୍ତି ଓ ଏହା ପରେ ଅଟୋ ଚଲାନ୍ତି ଏବଂ ପୁଣି ସେ ନିଜର ପିଲାମାନଙ୍କୁ ସ୍କୁଲରୁ ଆଣିବାକୁ ଯାଆନ୍ତି । ହେମଲତା ବହୁତ ବର୍ଷ ହେବ ଅଟୋ ଚଲାଉଛନ୍ତି ।