ଥାନାରେ ଯାଇ ପହଞ୍ଚିଲା 6 ବର୍ଷର ପୁଅ, ଆଣିଲା ଏମିତି ସାଂଘାତିକ ଅଭିଯୋଗ ଶୁଣିଲେ ଆପଣ ବି ହେବେ ତାଜୁବ…

ଥାନାରେ ପହଞ୍ଚିଲେ ୬ ବର୍ଷର ଛାତ୍ର । ପୋଲିସକୁ ଭେଟି ନିଜ ସମସ୍ଯା ମଧ୍ୟ ଜଣାଇଲେ । ଛୋଟ ପିଲାର ସାହାସ ଦେଖି ତାଜୁବ ହୋଇଗଲେ ପୋଲିସ କର୍ମଚାରୀ । ୟୁକେଜିରେ ପଢୁଥିବା ମାତ୍ର ୬ ବର୍ଷର ଜଣେ କୁନି ପିଲା ଥାନାରେ ପହଞ୍ଚିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । କଣ ପାଇଁ ଏହି କୁନି ପିଲା ଥାନାକୁ ଆସିଲେ ତା’ର କାରଣ ଜାଣିବାକୁ ସମସ୍ତେ ବ୍ଯଗ୍ର । ତେବେ ଶିଶୁଟି ଏକ ସାଂଘାତିକ ଅଭିଯୋଗ ନେଇ ଥାନାକୁ ଆସିଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ଶିଶୁଟିର ଅଭିଯୋଗ ପୋଲିସ ଅଧିକାରୀ ଶୁଣୁ ଥିବାର ଦେଖିବାକୁ ମିଳିଛି । ରିପୋର୍ଟ ଅନୁସାରେ ଆନ୍ଧ୍ର ପ୍ରଦେଶର ଚିତ୍ତୋର ଜିଲ୍ଲାର ପାଲମାରେନ ଅଞ୍ଚଳରେ ଏହି ଘଟଣା ଘଟିଛି । ଯେତେବେଳେ ଜଣେ ୬ ବର୍ଷର କାର୍ତ୍ତିକ ଯିଏ ଆଦର୍ଶ ସ୍କୁଲରେ ୟୁକେଜିରେ ପାଠ ପଢୁଛି ହଠାତ ପାଲମାରେନ ଥାନାରେ ପହଞ୍ଚିଥିଲା । ପିଲାଟି ଥାନା ଅଧିକାରୀ ଏନ. ଭାସ୍କରଙ୍କୁ ଭେଟିବା ସହ ତାଙ୍କୁ ନିଜର ଅଭିଯୋଗ ଶୁଣାଇଥିଲା । କୁନିପିଲା କାର୍ତ୍ତିକ କହିଥିଲା ଯେ ଟ୍ରାକ୍ଟର ଯିବା ଆସିବା କରୁଥିବାରୁ ତାଙ୍କ ସ୍କୁଲ ପାଖ ରାସ୍ତା ଜାମ୍ ହେଉଛି ।

ଏମିତିକି ରାସ୍ତାକୁ ଖୋଳି ଦିଆଯାଇଛି ଯେଉଁଥି ପାଇଁ ଯିବା ଆସିବାରେ ବହୁତ ଅସୁବିଧା ହେଉଛି । ତେଣୁ ସେହି ସ୍ଥାନକୁ ଯାଇ ଦେଖିବା ସହ ଏହାର ସମାଧାନ କରିବା ପାଇଁ ଥାନାଧିକାରୀଙ୍କୁ ନିବେଦନ କରିଥିଲା କୁନି ପୁଅ କାର୍ତ୍ତିକ । ଜଣେ କୁନି ପୁଅ ଥାନାକୁ ଆସି ଏ ସମ୍ବନ୍ଧରେ ଅଭିଯୋଗ କରୁଥିବା ଦେଖି ଥାନା ଅଧିକାରୀ ମଧ୍ୟ ଖୁବ ପ୍ରଭାବିତ ହୋଇଥିଲେ । ସେ କାର୍ତ୍ତିକକୁ ପାଖରେ ବସେଇ ମିଠା ଖୁଆଇବା ସହ ସମସ୍ତ ସମସ୍ଯା ବିଷୟରେ ଅବଗତ ହୋଇଥିଲେ ।

ଏପରିକି ସେ କାର୍ତ୍ତିକଙ୍କୁ ଆଶ୍ଵାସନା ଦେଇଥିଲେ ଯ ତାଙ୍କ ଅଭିଯୋଗକୁ ଗ୍ରହଣ କରାଯିବା ସହ ଖୁବ ଶୀଘ୍ର ସବୁ ସମସ୍ୟାର ସମାଧାନ ହେବ । ଏହାସହ ନିଜ ମୋବାଇଲ ନମ୍ବର ମଧ୍ୟ କାର୍ତ୍ତିକଙ୍କୁ ଦେଇଥିଲେ ଏନ. ଭାସ୍କର । ସ୍କୁଲ ଯିବା ସମୟରେ ଯଦି କୌଣସି ଅସୁବିଧା ହୁଏ ତେବେ ତାଙ୍କ ନମ୍ବରରେ କଲ୍ କରିବାକୁ କହିଥିଲେ ଭାସ୍କର । ଏନେଇ ଥାନାଧିକାରୀ ଭାସ୍କର କହିଛନ୍ତି ଯେ, ସ୍କୁଲ ନିକଟରେ କାମ ଚାଲିଥିବାରୁ ରାସ୍ତା ଜାମ୍ ହେଉଥିଲା ।

ତାହା ବ୍ଯସ୍ତବହୁଳ ରାସ୍ତା ହୋଇଥିବାରୁ କୌଣସି କାମ ହେଲେ ଟ୍ରାଫିକ ସମସ୍ଯା ଉପୁଜିବା ସ୍ଵାଭାବିକ । କିନ୍ତୁ ଏ ବାବଦରେ କେହି କେବେ ଅଭିଯୋଗ କରି ନଥିବା ବେଳେ ଜଣେ ୬ ବର୍ଷର କୁନି ପୁଅ ତା’ ବାପାଙ୍କ ସହ ଆସି ଅଭିଯୋଗ କରିବା ତାଙ୍କୁ ବେଶ ପ୍ରଭାବିତ କରିଛି । ଏହି ସମସ୍ଯା ଯେପରି ଖୁବ ଶୀଘ୍ର ସମାଧାନ ହୋଇପାରିବ ସେନେଇ ଦୃଷ୍ଟି ଦେବୁ ବୋଲି ଭାସ୍କର କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।