“ସେଲିବ୍ରିଟି ହେଇଗଲି, ଆଇ ଲଭ ୟୁ କହି ସେ ଯଉ ଷ୍ଟାଇଲରେ ନାଚୁଛି ଆଲବମ କରୁଛି ତାକୁ ଦେଖି ଆମ ପିଲାମାନେ…” ଶୁଣନ୍ତୁ ବର୍ଷା ଟୁଙ୍ଗୁରୁଙ୍କୁ ନେଇ କଣ କହିଲେ ଏହି ମହିଳା, ଦେଖନ୍ତୁ Video

ବର୍ଷା ଓ ଟୁଙ୍ଗୁରୁ ଭୋଳଙ୍କ ପ୍ରେମ କାହାଣୀ ଏବେ ସାରା ରାଜ୍ୟରେ ଚର୍ଚ୍ଚିତ ବିଷୟ ସାଜିଛି । ସେମାନଙ୍କ ପ୍ରେମ ସମ୍ପର୍କ ସାମ୍ନାକୁ ଆସିବା ପରେ କିଛି ଗଣମାଧ୍ୟମ ବାରମ୍ବାର ସେମାନଙ୍କ ଖବର ଦେଖାଇବା ଆରମ୍ଭ କରି ଦେଇଥିଲେ । ଏହାପରେ କିଛି ଓଡିଆ ମ୍ୟୁଜିକ ସଂସ୍ଥା ମଧ୍ୟ ସେମାନଙ୍କୁ ନେଇ ଗୀତ ବନେଇବା ସହ ପ୍ରଥମେ ଟୁଙ୍ଗୁରୁ ଓ ପରେ ବର୍ଷାଙ୍କୁ ନେଇ ମ୍ୟୁଜିକ ଭିଡିଓ ମଧ୍ୟ ବନେଇବା ଆରମ୍ଭ କରି ଦେଇଛନ୍ତି । ଯାହାକୁ ନେଇ ସମାଜରେ ଅନେକ ଏସବୁକୁ ନିନ୍ଦା କରୁଛନ୍ତି ।

ବର୍ଷା ଓ ଟୁଙ୍ଗୁରୁ ଏବଂ ସେମାନଙ୍କୁ ଭାଇରାଲ କରାଉଥିବା କିଛି ଲୋକ ସମାଜରେ ଏକ ଭୁଲ ଧାରଣା ସୃଷ୍ଟି କରୁଛନ୍ତି ବୋଲି ଲୋକେ ଅଭିଯୋଗ ଆଣୁଛନ୍ତି । ଅନେକ ସ୍ଥାନରେ ବର୍ଷା ଓ ଟୁଙ୍ଗୁରୁଙ୍କ ନାମରେ ମାମଲା ମଧ୍ୟ ରୁଜୁ ହୋଇସାରିଛି । ଏହାକୁ ନେଇ ଜଣେ ସମାଜସେବୀଙ୍କ ପ୍ରତିକ୍ରିୟା ମଧ୍ୟ ମିଳିଛି । ସେ ଏହି ମାମଲାରେ ପ୍ରଥମେ ବର୍ଷାଙ୍କୁ ଦୋଷ ଦେଇଛନ୍ତି । କାରଣ ଟୁଙ୍ଗୁରୁଙ୍କ ବୟସ ମାତ୍ର ୨୧ ବର୍ଷ । ଏହି ବୟସରେ ପିଲାଙ୍କ ମାନସିକତା ସେତେ ବିକାଶ ହୋଇ ନଥାଏ ।

ସେମାନଙ୍କୁ ଯେଉଁ ବାଟରେ ନିଆଯାଏ ସେମାନେ ସେହି ବାଟରେ ଚାଲିଯାନ୍ତି । ତେଣୁ ବର୍ଷା ବିବାହିତା ଓ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ତେଣୁ ସେ ଟୁଙ୍ଗୁରୁଙ୍କ ସହ ପ୍ରେମ ସମ୍ପର୍କ ଗଢିବା ଆଗରୁ ଚିନ୍ତା କରିବା ଜରୁରୀ ଥିଲା । ଯିଏ ନିଜ ସ୍ଵାମୀ ଓ ଦୁଇ ପିଲାଙ୍କର ହୋଇପାରିଲା ନାହିଁ ସେ ଆଉ କାହାର ହୋଇପାରିବ ନାହିଁ । ବର୍ଷା ଓ ଟୁଙ୍ଗୁରୁ ଆଜିକାଲି ପିଲାଙ୍କ ପାଇଁ ଏକ ଭୁଲ ଉଦାହରଣ ସୃଷ୍ଟି କରୁଛନ୍ତି ।

ଏହାକୁ ଗଣମାଧ୍ୟମ ମଧ୍ୟ ଅଧିକ ପ୍ରଶ୍ରୟ ଦେବା ଏକଦମ ଭୁଲ । କାରଣ ଏସାବୁ ଦେଖି ଅନ୍ୟ ପିଲାମାନେ ମଧ୍ୟ ଆଣ୍ଟି ଓ ମା’ମାନଙ୍କୁ ଭଲପାଇବା ପାଇଁ କୁଣ୍ଠାବୋଧ କରିବେ ନାହିଁ । କଥାରେ ଅଛି ବାଟରେ ହଗିଲେ ବି ନାଁ ପଡେ, ବାଟରେ ମନ୍ଦିର ତୋଳିଲେ ବି ନାଁ ପଡେ । ବର୍ଷା ଓ ଟୁଙ୍ଗୁରୁ ଯଦି ବାଟରେ ହଗିକି ନାଁ କମେଇ ପାରୁଛନ୍ତି ତେବେ ଆଜିକାଲି ପିଲା ଏହା ଦେଖି ଭାବିବେ ଆମେ ଏତେ ପାଠ ପଢି ବି ଆମକୁ କେହି ଚିହ୍ନି ନାହାନ୍ତି ଆମେ ବି ସେମିତି କିଛି କଲେ ଆମକୁ ଲୋକ ଚିହ୍ନିବେ ।

ଆମ ଓଡିଶାର ଓଡିଶୀ ନୃତ୍ୟ ଓ ପରମ୍ପରା ସାରା ବିଶ୍ବରେ ପ୍ରସିଦ୍ଧ । ତେଣୁ ଏସବୁ ଆମ ରାଜ୍ୟକୁ ନେଇ ମଧ୍ୟ ଖରାପ ପ୍ରଭାବ ସୃଷ୍ଟି କରୁଛି । ଏସବୁ ଅପସଂସ୍କୃତି ଆମ ସମାଜକୁ ଘାଣ୍ଟିବାରେ ଲାଗିଛି । ଏସବୁକୁ ଯଥାଶୀଘ୍ର ବନ୍ଦ କରାଯାଉ ଓ ଆମ ରାଜ୍ୟର କଳା ସଂସ୍କୃତି ଉପରେ ବିଶେଷ ଧ୍ୟାନ ଦିଆଯାଉ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।