ସାଧାରଣତଃ ପେଟ ଯ-ନ୍ତ୍ର-ଣା ହେବା ଏକ ସାଧାରଣ କଥା । କିନ୍ତୁ ଭୀଷଣ ପେଟ ଯ-ନ୍ତ୍ର-ଣା ହେବା କୌଣସି ରୋଗର ସଙ୍କେତ ହୋଇପାରେ । ଏହାକୁ ବିଲକୁଲ ମଧ୍ୟ ଅଣଦେଖା କରିବା ଉଚିତ ନୁହେଁ । ତେବେ କେଉଁ କାରଣରୁ ପେଟ ବ୍ୟଥା ହୁଏ, ଏହାର ପ୍ରାଥମିକ ଚିକିତ୍ସା କିପରି କରିବେ ଓ କେତେବେଳେ ଡାକ୍ତରଙ୍କ ପରାମର୍ଶ ନିହାତି ନେବା ଜରୁରୀ ଅଟେ, ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ ଅଟେ । ଏହି ସମ୍ବନ୍ଧରେ ଚାଲନ୍ତୁ ଜାଣିବା ବିଶିଷ୍ଟ ସର୍ଜରୀ ବିଶେଷଜ୍ଞ ଡାକ୍ତର ଏମ.ଶିବ ରାମା କ୍ରୀଷ୍ଣାଙ୍କ ଠାରୁ ।
ସାଧାରଣ ଲୋକଙ୍କ ପାଇଁ ପେଟ ତିନି ଭାଗରେ ବିଭକ୍ତ । ଯଥା:- ଉପର ପେଟ, ମଝି ପେଟ ଏବଂ ତଳି ପେଟ । ଗ୍ଯାସ ଯୋଗୁଁ ହେଉ ବା ଖରାପ ଖାଦ୍ଯାଭ୍ଯାସ ଯୋଗୁଁ ସାମାନ୍ଯ ପେଟ ବ୍ୟଥା ହେବା ଏକ ସାଧାରଣ ସମସ୍ଯା । ଏଥିପାଇଁ ଆମେ ପ୍ରଥମେ ଘରେ ଉପଚାର କରିଥାଉ । କିନ୍ତୁ ଯଦି ଏହି ପେଟ ବ୍ୟଥା ସମୟ ଗଡିବା ସହ ବଢୁଛି ତେବେ ଡାକ୍ତରଙ୍କ ପରାମର୍ଶ କରିବା ଆବଶ୍ୟକ ଅଟେ । ଗ୍ଯାସ ରୋଗୀ ମାନଙ୍କର ଉପାସ ରହିବା ଦ୍ଵାରା, ଅସମୟରେ ଖାଇବା ଦ୍ଵାରା ଏବଂ ଅଧିକ ତେଲମସଲା ଖାଇବା ଦ୍ଵାରା ପେଟ କାଟିଥାଏ ।
ଏହାସହ ପ୍ୟା-ନ-କ୍ରି-ୟା-ଟି-କ ଆ-ଟା-କ, ଗଲ୍ ବ୍ଳା-ଡ-ର ଷ୍ଟୋ-ନ, କି-ଡ-ନୀ ଷ୍ଟୋ-ନ କିମ୍ବା ଆ-ପେ-ଣ୍ଡି-ସା-ଇ-ଟି-ସ ଯୋଗୁଁ ମଧ୍ୟ ପେଟ କାଟିଥାଏ । ମାସିକ ଋ-ତୁ-ଚକ୍ର ସମୟରେ ମହିଳା ମାନଙ୍କର ସାଧାରଣତଃ ଭାବେ ପେଟ କାଟିଥାଏ । କିନ୍ତୁ ଏହି ଯ-ନ୍ତ୍ର-ଣା ଯଦି ଅଧିକ ଦିନ ପର୍ଯ୍ୟନ୍ତ ରହିଥାଏ ତେବେ ମଧ୍ୟ ଡାକ୍ତରକୁ ଦେଖାଇବା ଆବଶ୍ୟକ ରହିଛି । ଓ-ଭା-ରି-ଆ-ନ ସିଷ୍ଟ କିମ୍ବା ୟୁ-ଟେ-ର-ସ ଜନିତ କୌଣସି ସମସ୍ଯା ହୋଇଥାଇପାରେ ।
ଯଦି ପେଟବ୍ୟଥା ପାଇଁ କିଛି ଘରୋଇ ଉପଚାର କରି ଆରାମ କରିବା ପରେ ମଧ୍ୟ ଏହା ଭଲ ହେଉନାହିଁ ତେବେ ଡାକ୍ତରଙ୍କୁ ଦେଖାଇ ପରୀକ୍ଷା କରିନେବା ଉଚିତ । ଅନେକ ସମୟରେ ପେଟବ୍ଯଥା ରୋଗୀଙ୍କୁ ବାନ୍ତି ମଧ୍ୟ ହୋଇଥାଏ । ଆପଣଙ୍କ ଯ-ନ୍ତ୍ର-ଣା ଲକ୍ଷଣ ଦେଖି ସେହି ଅନୁସାରେ ଅ-ଲ-ଟ୍ରା-ସା-ଉ-ଣ୍ଡ ଏବଂ ରକ୍ତ ପରୀକ୍ଷା କରିବା ପାଇଁ ଡାକ୍ତର କହିଥାନ୍ତି ।
ରିପୋର୍ଟ ଦେଖିବା ପରେ ବା ଆପଣଙ୍କ ପେଟ ଯ-ନ୍ତ୍ର-ଣାର କାରଣ ଜଣାପଡିବା ପରେ ଡାକ୍ତର ସେହି ଅନୁସାରେ ଆପଣଙ୍କୁ ଚିକିତ୍ସା କରିଥାନ୍ତି ବା ସର୍ଜରୀ ଆବଶ୍ୟକ ଥିଲେ ତାହା ମଧ୍ୟ କରିବାକୁ କହିଥାନ୍ତି । ଆମ ଅଜା ଆଈ ଏବଂ ଜେଜେବାପା ଜେଜେମା ଅନେକ ବୟସ ହେବା ପରେ ମଧ୍ୟ ବିନା ମେଡ଼ିସିନରେ ବିଲକୁଲ ସୁସ୍ଥ ରହୁଛନ୍ତି । କିନ୍ତୁ ଆଜିକାଲି ଛୋଟ ଛୋଟ ପିଲାମାନଙ୍କୁ ମଧ୍ୟ ପେଟ ଯ-ନ୍ତ୍ର-ଣା, ଗ୍ଯାସ ଆଦି ରୋଗ ହୋଇଯାଉଛି ।
ଏହାର କାରଣ ହେଉଛି ଖାଦ୍ଯରେ ଅବହେଳା କରିବା, ଅସମୟରେ ଜଙ୍କ ଫୁଡ ବାହାରର ଖାଦ୍ୟ ଏବଂ ଚର୍ବିଜାତୀୟ ଖାଦ୍ୟ ଖାଇବା, ବ୍ୟାୟାମ ନ କରିବା । ସକାଳେ ଉଠିବା ମାତ୍ରେ ଶୀଘ୍ର ଅଳ୍ପ କିଛି ଖାଇବା ନିହାନ୍ତି ଆବଶ୍ୟକ ଅଟେ । ନଚେତ ପେଟରେ ଏସିଡ ସୃଷ୍ଟି ହୋଇ ଭବିଷ୍ୟତରେ ଆମ ପାଇନ ସମସ୍ଯା ସୃଷ୍ଟି କରିଥାଏ । ସେଥିପାଇଁ ଆପଣ ଜୀବନଶୈଳୀ ଏବଂ ଖାଦ୍ଯାଭ୍ଯାସରେ ପରିବର୍ତ୍ତନ କରିବା ଆବଶ୍ୟକ ରହିଛି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।