କାର୍ପେଲ ଟନଲ ସିଣ୍ଡ୍ରୋମ କଣ ? ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ଚିକିତ୍ସା- Dr Rajendra Sahoo

କାର୍ପେଲ ଟନଲ ସିଣ୍ଡ୍ରୋମ ହେଉଛି ଏକ ପ୍ରକାର ସ୍ନାୟୁଜନିତ ସମସ୍ଯା । ହାତ ଗୋଡ ବ ଶରୀରର ବିଭିନ୍ନ ସ୍ଥାନରେ ଥିବା ସ୍ନାୟୁ ସଙ୍କୁଚିତ ହେବାକୁ କାର୍ପେଲ ଟନଲ ସିଣ୍ଡ୍ରୋମ ବୋଲି କୁହାଯାଏ । ଏହା ଯୋଗୁଁ କଚୋଟି ଏବଂ ଆଙ୍ଗୁଠିରେ ଝିମଝିମ ହେବା, କାଲୁଆ ପଡିଯିବା, ଛୁଞ୍ଚି ଫୋଡି ହେବା ଭଳି ଲାଗିବା ଏବଂ ଜିନିଷ ଧରିବାରେ ଅସୁବିଧା ହେବା ଆଦି ଲକ୍ଷଣ ଦେଖାଦିଏ । ଆସନ୍ତୁ ଜାଣିବା ବିଶିଷ୍ଟ ଡାକ୍ତର ରାଜେନ୍ଦ୍ର ସାହୁଙ୍କ ଠାରୁ କାର୍ପେଲ ଟନଲ ସିଣ୍ଡ୍ରୋମର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ।

କାର୍ପେଲ ଟନଲ ସିଣ୍ଡ୍ରୋମ ହେଉଛି ଆଣ୍ଠୁଗଣ୍ଠି ଯନ୍ତ୍ରଣା, ଆଥ୍ରାଇଟିସ, ସ୍ପଣ୍ଡିଲାଇଟିସ ଏସବୁ ଠାରୁ ସଂପୂର୍ଣ୍ଣ ଭାବେ ଏକ ଭିନ୍ନ ସମସ୍ଯା । ଆମ ବ୍ରେନ ଓ ସ୍ପାଇନାଲ କର୍ଡରୁ ସ୍ନାୟୁ ଗୁଡିକ ଆମ ଶରୀରର ଚାରିଆଡେ ଯାଇଛି । ଏହି ସ୍ନାୟୁଗୁଡିକ କେଉଁଠି ନା କେଉଁଠି ଚାପି ହୋଇଯାନ୍ତି । ଫଳରେ ରକ୍ତକଣିକା ସେହି ସ୍ଥାନରେ ପହଞ୍ଚି ନପାରିବା ହେତୁ ଯନ୍ତ୍ରଣା ହୋଇଥାଏ । ପ୍ରଥମରୁ ଏହା ବିଶେଷ କିଛି ଲକ୍ଷଣ ଦେଖାଇ ନଥାଏ ।

କିନ୍ତୁ ବହୁଦିନ ଧରି ସ୍ନାୟୁ ବା ନର୍ଭଟି ଚାପି ହୋଇ ରହିବା ଫଳରେ ଏହା ଲକ୍ଷଣ ଦେଖାଇବା ଆରମ୍ଭ କରେ । ଫଳରେ ହାତ ଆଙ୍ଗୁଠି ଗୁଡିକ ଝିମଝିମ ଲାଗିବା, କାଲୁଆ ଲାଗିବା, ପୋକ ଚାଲିବା ଭଳି ଲାଗିବା ଏବଂ ଅଧିକ ହେଲେ ଜିନିଷପତ୍ର ମଧ୍ୟ ଧରିବାରେ ଅସୁବିଧା ହେବା ଆଦି ଲକ୍ଷଣ ଦେଖାଦିଏ ।

ଏମିତି ଆମ ଶରୀରର ଅନେକ ସ୍ନାୟୁ ଅନେକ ସ୍ଥାନରେ କମ୍ପ୍ରେସ ହୋଇପାରେ । କିନ୍ତୁ ହାତ କଚୋଟିରେ (wrist) ଏହି ସମସ୍ଯା ସବୁଠୁ ଅଧିକ ଦେଖାଦିଏ । ଅଧିକାଂଶ ମହିଳାଙ୍କ କ୍ଷେତ୍ରରେ ଏହି ସମସ୍ଯା ଦେଖାଦିଏ । ଏହାସହ ଡାଇବେଟିସ, ଥାଇରଏଡ, ହାଇପରଟେନସନ, ରୁମାଟାଇଡ଼ ଆଥ୍ରାଇଟିସ ଥିବା ଆଦି ରୋଗୀଙ୍କ କ୍ଷେତ୍ରରେ ମଧ୍ୟ ଅଧିକ ମାତ୍ରାରେ ଏହି ସମସ୍ଯା ଦେଖାଯାଏ । ଅନେକ ସମୟରେ ବେକରୁ ସ୍ନାୟୁ ଚାପି ହୋଇ ମଧ୍ୟ ହାତ ପର୍ଯ୍ୟନ୍ତ ଯାଇ ଏହି ସିଣ୍ଡ୍ରୋମ ଦେଖାଦିଏ ।

ନର୍ଭ କଣ୍ଡକ୍ସନ ଷ୍ଟଡି ଦ୍ଵାରା ଏହି ସମସ୍ଯାକୁ ଚିହ୍ନଟ କରିହୁଏ । ଆଜିକାଲି ଅଲଟ୍ରାସାଉଣ୍ଡ ମାଧ୍ୟମରେ ସଠିକ ଭାବେ ଏହି ସମସ୍ଯା ଜାଣିହେଉଛି । ଏହାସହ ଏଭଳି ସମସ୍ଯା ଦେଖାଦେବାର କାରଣ ମଧ୍ୟ ଏଥିରୁ ଜଣା ପଡିଥାଏ । ତେଣୁ ଡାକ୍ତର ପରୀକ୍ଷା କରି କିଛି ଷ୍ଟ୍ରେଚିଙ୍ଗ ଏକ୍ସରସାଇଜ କରିବାକୁ କୁହନ୍ତି ଏବଂ ସ୍ପ୍ରିଣ୍ଟ ବାନ୍ଧିବାକୁ ମଧ୍ୟ କୁହନ୍ତି ।

ଏହାସହ ଜେଲ୍ ଲଗାଇବା ପାଇଁ ଓ ମେଡ଼ିସିନ ମଧ୍ୟ ଦେଇଥାନ୍ତି । ଏହାସହ ଅନ୍ୟ ଯେଉଁ ସମସ୍ଯା ପାଇଁ ଏହି ସିଣ୍ଡ୍ରୋମ ଦେଖାଦେଇଛି ସେସବୁକୁ ମଧ୍ୟ ନିୟନ୍ତ୍ରଣରେ ରଖିବା ପାଇଁ ଡାକ୍ତର ମେଡ଼ିସିନ ଦିଅନ୍ତି । ଯଦି ମେଡ଼ିସିନରେ ସେତେ ଭଲ କାମ କରୁନାହିଁ ତେବେ ଏକ ନନସର୍ଜିକାଲ ଟ୍ରିଟମେନ ମାଧ୍ୟମରେ ନର୍ଭକୁ ଫ୍ରି କରାଯାଏ । ଯଦି ସମସ୍ଯା ଗୁରୁତର ରହିଛି ତେବେ ଡାକ୍ତର ସର୍ଜରୀ କରିବା ପାଇଁ କହିଥାନ୍ତି ।

ତେବେ ଚିକିତ୍ସା ପରେ ମଧ୍ୟ କିଛି ସମୟ ବ୍ଯବଧାନରେ ଏହି ସମସ୍ଯା ପୁଣି ଥରେ ଦେଖା ଦେଇପାରେ । ତେଣୁ ଯେଉଁ ରୋଗ ଯୋଗୁଁ ଏହି ସମସ୍ଯା ଦେଖାଦେଉଛି ତାକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।