Dimple Cheema ବର୍ଷକୁ 2 ଥର Vikram Batra ଙ୍କ ମାତା-ପିତାଙ୍କୁ କରନ୍ତି ଫୋନ, ଏ ପର୍ଯ୍ୟନ୍ତ କରି ନାହାଁନ୍ତି ବିବାହ

ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡଭାନୀଙ୍କ ଅଭିନୀତ ଫିଲ୍ମ ‘ଶେରଶାହ’ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ଶହୀଦ କ୍ଯାପଟେନ ବିକ୍ରମ ବାତ୍ରାଙ୍କ ଜୀବନୀ ଉପରେ ଏହି ଫିଲ୍ମଟି ଆଧାରିତ । ବିକ୍ରମ ବାତ୍ରାଙ୍କ ପିତାମାତା ମଧ୍ୟ ଏହି ଫିଲ୍ମ ଟିକୁ ଖୁବ ପସନ୍ଦ କରିଛନ୍ତି । ଫିଲ୍ମରେ ବିକ୍ରମ ବାତ୍ରା ଓ ଡିମ୍ପଲ ଚୀମାଙ୍କ ଲାଭଷ୍ଟୋରି ମଧ୍ୟ ପ୍ରଦର୍ଶିତ କରାଯାଇଛି । ବିକ୍ରମ ବାତ୍ରା ଡିମାଳ ଚୀମାଙ୍କୁ ବିବାହ କରିବାର ଥିଲା । କିନ୍ତୁ ଏହା ପୂର୍ବରୁ ହିଁ ସେ ଶହୀଦ ହୋଇ ଯାଇଥିଲେ । ବିକ୍ରମ ବାତ୍ରାଙ୍କୁ ଡିମ୍ପଲ ଚୀମା ଏତେ ପ୍ରେମ କରୁଥିଲେ ଯେ, ସେ ଆଜି ପର୍ଯ୍ୟନ୍ତ ମଧ୍ୟ ଅବିବାହିତ ଅଛନ୍ତି ।

ବିକ୍ରମ ବାତ୍ରାଙ୍କ ପରିବାର ସହ ମଧ୍ୟ ଆଜି ପର୍ଯ୍ୟନ୍ତ ଡିମ୍ପଲ ସମ୍ପର୍କ ରଖିଛନ୍ତି । ବର୍ଷରେ ଦୁଇ ଥର ଯେମିତି ହେଲେ ସେ ବିକ୍ରମଙ୍କ ପିତା ଗିରିଧର ଲାଲ ବାତ୍ରା ଓ କମଲ କାନ୍ତା ବାତ୍ରାଙ୍କୁ ନିଶ୍ଚିତ କଲ୍ କରନ୍ତି । ବିକ୍ରମଙ୍କ ପିତା ନିଜେ ଏହି କଥାର ଖୁଲାସା କରିଛନ୍ତି । ଟାଇମସ ଅଫ ଇଣ୍ଡିଆ ସହ ଇଣ୍ଟରଭ୍ୟୁ ବେଳେ ସେ କହିଥିଲେ, “ଯେତେବେ ଯାଏ ମୋ ପିଲା ଭୁଲ ରାସ୍ତାରେ ଯାଇନାହିଁ, ମୁଁ ସବୁବେଳେ ଗୋଟିଏ ଳିବେରାଲ ପିତା ରହି ଆସିଛି । ବିକ୍ରମ ଆମକୁ ଡିମ୍ପଲ ଏବଂ ତାଙ୍କ ସହ ବିବାହ କରିବାକୁ ସ୍ଥିର କରିଥିବା କଥା କହିଥିଲେ ।

ତାଙ୍କର ଏହି ଫଇସଲାରେ ମୁଁ ତାଙ୍କ ସହ ଅଛି ବୋଲି କହିକଥିଲି । ମୁଁ ଆରମ୍ଭରୁ ଜାଣିଥିଲି କି ଡିମ୍ପଲ ଜଣେ ବହୁତ ସମ୍ମାନଜନକ ଝିଅ । ଯିଏ ସମ୍ପର୍କକୁ ବୁଝିପାରେ ।” ବିକ୍ରମଙ୍କ ପିତା ଡିମ୍ପଲଙ୍କ ବିଷୟରେ ମଧ୍ୟ କଥା ହୋଇଥିଲେ । ଡିମ୍ପଲ ତାଙ୍କ ସହ ସମ୍ପର୍କରେ ଅଛନ୍ତି କି ନାହିଁ ପଚରା ଯିବାରୁ ସେ ଉତ୍ତର ଦେଇଥିଲେ, “ସେ ଆମକୁ ବର୍ଷରେ ଦୁଇ ଥର ଆମ ଜନ୍ମଦିନରେ କଲ୍ କରନ୍ତି ।” ସେ ଆହୁରି ମଧ୍ୟ କହିଥିଲେ, “କା-ର୍ଗି-ଲ ଯୁ-ଦ୍ଧ ପରେ ଆମେ ତାଙ୍କୁ ବିବାହ କରିବାକୁ କହିଥିଲୁ, କାରଣ ତାଙ୍କର ଆଗକୁ ଜୀବନ ଅଛି ।

ଡିମ୍ପଲଙ୍କ ପିତାମାତା ମଧ୍ୟ ତାଙ୍କୁ ବିବାହ କରିବାକୁ କହିଥିଲେ । କିନ୍ତୁ ସେ କହିଲେ କି, ସେ ବିବାହ କରିବେ ନାହିଁ । ବାକି ଜୀବନ ବିକ୍ରମଙ୍କୁ ସ୍ମରଣରେ ବିତାଇବେ ।” ଡିମ୍ପଲ ଚୀମା ତାଙ୍କ କଥା ରାଖୀ ଆଜି ଯାଏ ସିଙ୍ଗଲ ଅଛନ୍ତି ଓ ବିକ୍ରମଙ୍କ ଜାଗା ଆଜି ଯାଏ କାହାକୁ ମଧ୍ୟ ଦେଇ ନାହାନ୍ତି । ସେ ଏବେ ଚଣ୍ଡିଗଡରେ ଏକା ରହୁଛନ୍ତି । ପାଠପଢା ସମୟରେ ଚଣ୍ଡିଗଡରେ ତାଙ୍କ ସାକ୍ଷାତ ବିକ୍ରମଙ୍କ ସହ ହୋଇଥିଲା ।

ଫିଲ୍ମରେ ଡିମ୍ପଲ ଓ ବିକ୍ରମଙ୍କ ଲାଭଷ୍ଟୋରି ଖୁବ ଭଲ ଭାବେ ଦେଖାଯାଇଛି । କିଆରା ଆଡଭାନୀ ଡିମ୍ପଲଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ଏହି ଭୂମିକାକୁ ସଠିକ ଭାବେ ତୁଲାଇବା ପାଇଁ କିଆରା ଚଣ୍ଡିଗଡରେ ଡିମ୍ପଲଙ୍କ ସହ ସାକ୍ଷାତ ମଧ୍ୟ କରିଥିଲେ ଓ କଥା ହୋଇଥିଲେ । ଡିମ୍ପଲଙ୍କ ସହ ସାକ୍ଷାତ କଥା କିଆରା ଏକ ଇଣ୍ଟରଭ୍ୟରେ କହିଥିଲେ । କିଆରା ସେହି ସମୟରେ କହିଥିଲେ, “ଡିମ୍ପଲ ନିଜ ପାଇଁ ଏପରି ଜୀବନ ବାଛିଥିଲେ ।

ଆଉ ଏବେ ବି ସେମିତି ଖୁସି ରହୁଛନ୍ତି ଯେମିତି କ୍ଯାପଟେନ ବାତ୍ରା ତାଙ୍କ ଆଖପାଖରେ ଅଛନ୍ତି । ଯେତେବେଳ ମୁଁ ଡିମ୍ପଲଙ୍କୁ ପଚାରିଲି ଏକା ରହିବାର ଅନେକ ବର୍ଷ ବିତିଗଲାଣି । କିନ୍ତୁ ସେ କହିଥିଲେ, ମୁଁ ବିକ୍ରମଙ୍କ ଉପରେ ରୁଷିଛି । କିନ୍ତୁ ଯେତେବଳେ ତାଙ୍କୁ ଆଉ ଥରେ ଭେଟିବି, ସବୁ ଶିକାୟତ ଦୂର କରିଦେବି ।” ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।