ମକର ରାଶି (Capricorn) October 2022 ମାସିକ ରାଶିଫଳ, ମାସଟି ଆପଣଙ୍କ ପାଇଁ କିପରି ରହିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର ?

ମକର ରାଶିର ଲୋକଙ୍କ ପାଇଁ ୨୦୨୨ ଅକ୍ଟୋବର ମାସଟି ଅନୁକୂଳ ରହିଛି । କିନ୍ତୁ କ୍ଯାରିୟର ଦୃଷ୍ଟିରୁ ଏହି ମାସଟି ଆପଣଙ୍କ ପାଇଁ ଅସୁବିଧାରେ ପୂର୍ଣ୍ଣ ହୋଇପାରେ । ଆପଣଙ୍କୁ ଏହି ମାସରେ କାର୍ଯ୍ୟକ୍ଷେତ୍ରରେ କିଛି ବାଧାବିଘ୍ନର ସାମ୍ନା କରିବାକୁ ପଡିପାରେ । ଭଲ ଫଳାଫଳ ପାଇବା ପାଇଁ ମକର ରାଶିର ଲୋକଙ୍କୁ ଏହି ମାସରେ ଅତିରିକ୍ତ ପରିଶ୍ରମ କରିବାକୁ ପଡିବ । ଏହାସହ ଏହି ମାସରେ ଆପଣଙ୍କୁ ଆତ୍ମବିଶ୍ଵାସର ଅଭାବ ହେବାର ମଧ୍ୟ ସମ୍ଭାବନା ରହିଛି ।

ହେଲେ ଆପଣ ନିରାଶ ହୁଅନ୍ତି ନାହିଁ କି ନକରାତ୍ମକ ଚିନ୍ତା ଆପଣଙ୍କ ମନରେ ଉତ୍ପନ୍ନ ହେବାକୁ ଦିଅନ୍ତୁ ନାହିଁ । କାରଣ ଆପଣ ସଫଳତା ପାଇବେ ହେଲେ ଏଥିପାଇଁ ଆପଣଙ୍କୁ କେବଳ କଠିନ ପରିଶ୍ରମ କରିବାକୁ ପଡିବ । ଭାଗ୍ୟର ଆପଣଙ୍କ ଉପରେ ପୂର୍ଣ୍ଣ ସମର୍ଥନ ରହିବ । ଶିକ୍ଷା କ୍ଷେତ୍ରରେ ଥିବା ଲୋକଙ୍କୁ ଏହି ମାସରେ ଭଲ ଫଳ ମିଳିବ । ଉଚ୍ଚ ଶିକ୍ଷା ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ରହିଛି । ଆର୍ଥିକ ସ୍ଥିତି ଦୃଷ୍ଟିରୁ ଅକ୍ଟୋବର ମାସଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ ।

ଏହି ମାସରେ ଆପଣଙ୍କ ଆୟରେ ବୃଦ୍ଧି ହେବ, କିନ୍ତୁ ଖର୍ଚ୍ଚରେ ମଧ୍ୟ ବୃଦ୍ଧି ହୋଇପାରେ । ଏହି ଅବଧି ମଧ୍ୟରେ ଚାକିରି ଏବଂ ବ୍ୟବସାୟ ଉଭୟ କ୍ଷେତ୍ରରେ ଥିବା ଲୋକମାନେ ପ୍ରଚୁର ଟଙ୍କା ରୋଜଗାର କରିବାର ସମ୍ଭାବନା ରହିଛି । ଆର୍ଥିକ ଜୀବନରେ ଏହି ମାସରେ ଅପ୍ନା ଭାଗ୍ଯର ସଂପୂର୍ଣ୍ଣ ସହଯୋଗ ପାଇବେ ।

କିନ୍ତୁ ଆପଣ ଅନାବଶ୍ୟକ ଜିନିଷ କିଣିବାରେରେ ଟଙ୍କା ଖର୍ଚ୍ଚ ନ କରିବା ପାଇଁ ପ୍ରୟାସ କରନ୍ତୁ । ଏହି ମାସରେ ଆପଣଙ୍କ ପ୍ରେମ ଜୀବନ ବେଶ ଭଲ ରହିବ ଓ ଉଭୟଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ପାଇବ । କିନ୍ତୁ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବିବାଦ ସ୍ଥିତି ସୃଷ୍ଟି ହେବାର ମଧ୍ୟ ଆଶଙ୍କା ରହିଛି । ତେଣୁ ନିଜ କ୍ରୋଧ ଓ ବାଣୀକୁ ନିୟନ୍ତ୍ରଣରେ ରଖନ୍ତୁ । ଏହି ମାସରେ ଆପଣଙ୍କ ପ୍ରେମୀଙ୍କ ସହ ପ୍ରେମ ବିବାହ କଥା ଆଗେଇବାର ମଧ୍ୟ ବିଶେଷ ସମ୍ଭାବନା ରହିଛି ।

ବିବାହିତ ଲୋକଙ୍କ ପାଇଁ ମଧ୍ୟ ମାସଟି ଅନୁକୂଳ ରହିବ ଓ ଜୀବନସାଥିଙ୍କ ସହଯୋଗ ମଧ୍ୟ ପ୍ରାପ୍ତ କରିବେ । ପାରିବାରିକ ଜୀବନ ଦୃଷ୍ଟିରୁ ମଧ୍ୟ ମାସଟି ବେଶ ବିତିବ । ପରିବାର ସଦସ୍ୟଙ୍କ ପୂର୍ଣ୍ଣ ସମର୍ଥନ ପାଇ ଆପଣ ବେଶ ଖୁସି ରହିବେ ଏବଂ ପରିବାରରେ ଚାଲିଥିବା କୌଣସି ପୁରୁଣା ବିବାଦ ସମାଧାନ ମଧ୍ୟ କରିବାରେ ଆପଣ ସଫଳ ହେବେ ।

ମାସର ଆରମ୍ଭରେ ଆପଣଙ୍କ ସ୍ୱାସ୍ଥ୍ୟ ବେଶ ଭଲ ରହିବ କିନ୍ତୁ ମାସର ଦ୍ଵିତୀୟ ଭାଗକୁ ଆପଣଙ୍କୁ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ । ତେବେ ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତିଦିନ କପାଳରେ ତିଳକ ଲଗାନ୍ତୁ ଏବଂ ସ୍ନାନ କିଛି କ୍ଷୀର ମିଶାଇ ସ୍ନାନ କରନ୍ତୁ ।

ଏହାସହ ପ୍ରତ୍ଯେକ ଦିନ ଶନି ଚାଳିଶା ପାଠ କରିବା ସହ ହନୁମାନ ଚାଳିଶା ମଧ୍ୟ ପାଠ କରନ୍ତୁ ଏବଂ ସକ୍ଷମ ଅନୁଯାୟୀ ଗରିବ ଲୋକଙ୍କୁ କିଛି ଖାଇବାକୁ ଦିଅନ୍ତୁ । ଏହା ବ୍ଯତୀତ ପଶୁପକ୍ଷୀ ମାନଙ୍କୁ ମଧ୍ୟ ଖାଇବାକୁ ଦିଅନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।