ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗ୍ରହଙ୍କ ଚଳନ ଓ ସ୍ଥିତିକୁ ଅନୁଧ୍ୟାନ କରି କୌଣସି ବ୍ୟକ୍ତିଙ୍କ ସ୍ଵଭାବ, ଭାଗ୍ୟ ଓ ଭବିଷ୍ୟତ ବିଷୟରେ ଅନେକ କିଛି ଜାଣିହୁଏ । ସେଥିପାଇଁ ଲୋକମାନେ ଜୀବନର ପ୍ରତିଟି ପଦକ୍ଷେପରେ ଜ୍ଯୋତିଷ ଶାସ୍ତ୍ର ଉପରେ ନିର୍ଭର କରିଥାନ୍ତି । ଗ୍ରହଙ୍କ ଚଳନରେ ପରିବର୍ତ୍ତନ ଯୋଗୁଁ ଆମ ଜୀବନରେ ମଧ୍ୟ ନିରନ୍ତର ପରିବର୍ତ୍ତନ ଲାଗି ରହିଥାଏ । ଗ୍ରହଙ୍କ ସ୍ଥିତିକୁ ଆଧାର କରି ଆସନ୍ତୁ ଜାଣିବା ମକର ରାଶି ପାଇଁ ୨୦୨୨ ଜୁଲାଇ ମାସଟି କିପରି ରହିବ ଓ ଅଶୁଭ ଖଣ୍ଡନ ପାଇଁ କଣ ପ୍ରତିକାର କରିପାରିବେ ।

ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି ନୀଳ, ଆକାଶିଆ ଏବଂ କଳା ଓ ରାଶିର ଶୁଭବାର ହେଉଛି ଶନିବାର । ଶୁଭଦେବତା ହେଉଛନ୍ତି ଭଗବାନ ଶନିଦେବ ଓ ଶିବ ଭଗବାନ ଏବଂ ଶୁଭଦେବୀ ହେଉଛନ୍ତି ମା କାଳୀ । ରାଶିର ବ୍ରତ ଉପବାସ ବାର ହେଉଛି ଶନିବାର ଏବଂ ସୋମବାର । ଏହିଦିନରେ ମାନସିକ ରଖି ବ୍ରତ ଉପବାସ କଲେ ମାନସିକ ପୂରଣ ହେବା ସହ ଶୁଭଫଳ ପ୍ରାପ୍ତି ହୋଇଥାଏ । ଶୁଭସଂଖ୍ୟା ହେଉଛି ୮ ଏବଂ ପ୍ରତ୍ଯେକ ମାସର ୮, ୧୭ ଏବଂ ୨୬ ଅତ୍ୟନ୍ତ ଶୁଭଦାୟକ ।
ମକର ରାଶି ୨୦୨୨ ମସିହା ଜୁଲାଇ ମାସଟି ଅତ୍ୟନ୍ତ ଶୁଭ ସମୟ ନେଇ ଆସୁଛି । କ୍ଯାରିୟର ଓ ବେପାର କ୍ଷେତ୍ରରେ ମାସଟି ଆପଣଙ୍କ ପାଇଁ ବେଶ ଉତ୍ତମ ଏବଂ ଅନୁକୂଳ ରହିବ । ଏହି ମାସରେ ନିଯୁକ୍ତି ଏବଂ ବ୍ୟବସାୟ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିଛି ।

କାର୍ଯ୍ୟକ୍ଷେତ୍ରରେ ଚାଲିଥିବା ସମସ୍ତ ଅସୁବିଧା ଦୂର ହେବ ଓ ଆପଣ ନିଜ ପରିଶ୍ରମର ଫଳ ଦୁଇଗୁଣା ପାଇବେ । ବ୍ୟବସାୟରେ ଆପଣ ନୂତନ ଯୋଜନା ଆପଣେଇବେ ଓ ବ୍ୟବସାୟ ପ୍ରତିଯୋଗୀତାରେ ବିଜୟୀ ହେବେ । ଛାତ୍ର ଛାତ୍ରୀମାନଙ୍କ ପାଇଁ ଏହି ମାସଟି ବେଶ ଅନୁକୂଳ ରହିଛି । ଛାତ୍ରମାନଙ୍କ ପାଇଁ ଶିକ୍ଷାର ପଥ ସହଜ ହେବ ।
କିନ୍ତୁ ଏହି ମାସରେ ପରିବାରରେ ଉତ୍ତେଜନା ଦେଖା ଦେଇପାରେ । ଗୃହରେ କୌଣସି କାରଣରୁ ବିବାଦ ବୃଦ୍ଧି ପାଇବ । ଆପଣଙ୍କ ପ୍ରେମ ଜୀବନ ଭଲରେ ଚାଲିବ ଓ ଉଭୟଙ୍କ ମଧ୍ୟରେ ସମ୍ପର୍କ ମଧୁର ଏବଂ ଶକ୍ତିଶାଳୀ ହେବ । ଏହି ସମୟ ମଧ୍ୟରେ ଆପଣଙ୍କ ଆର୍ଥିକ ଅବସ୍ଥା ସୁଧୁରିବାର ସମ୍ଭାବନା ମଧ୍ୟ ରହିଛି ।

ଆପଣଙ୍କ ଆରଥି ସ୍ଥିତି ମଜବୁତ ହେବ ଓ ଆପଣ ଉପକୃତ ହେବେ କିନ୍ତୁ ଏଥିପାଇଁ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ହେବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆପଣଙ୍କୁ ସତର୍କ ରହିବାକୁ ହେବ । କିନ୍ତୁ କୌଣସି ବଡ ରୋଗରୁ ଆପଣ ମୁକ୍ତି ପାଇପାରିବେ । ଆପଣଙ୍କ ପାଇଁ ପ୍ରତିକାର ହେଉଛି ଆପଣ ପ୍ରତ୍ଯେକ ଦିନ ଭଗବାନ ଶନିଦେବଙ୍କ ବୀଜମନ୍ତ୍ର ଜପ କରନ୍ତୁ କିମ୍ବା ଶୁଣନ୍ତୁ ।
ବୁଧବାର ସନ୍ଧ୍ୟାରେ କଳାତେଲ ମଞ୍ଜି ଦାନ କରନ୍ତୁ ଓ ଗୋମତାଙ୍କୁ ସବୁଜ ଚାରା କିମ୍ବା ସବୁଜ ପାଳଙ୍ଗ ଖାଇବାକୁ ଦିଅନ୍ତୁ । ଯାହାସବୁ ଅଶୁଭ ରହିଛି ନିଶ୍ଚିତ ଭାବେ ଖଣ୍ଡନ ହେବ ଓ ଶୁଭଫଳ ପ୍ରାପ୍ତି ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।