କ୍ୟାନ୍ସେଲ ଟିକେଟର ରିଫଣ୍ଡକୁ ନେଇ ଚିନ୍ତା କରିବାକୁ ପଡିବନି, ରେଲୱେ ଏବେ କଲା ଏହି ମୁଖ୍ୟ ଘୋଷଣା

ସେଣ୍ଟ୍ରାଲ ରେଲୱେ କ୍ୟାନ୍ସେଲ ଟିକେଟ ର ରିଫଣ୍ଡକୁ ନେଇ ଯାତ୍ରୀମାନଙ୍କୁ ଏକ ଖୁସି ଖବର ଦେଇଛି । ସେଣ୍ଟ୍ରାଲ ରେଲୱେ ର ଜଣେ ଅଧିକାରୀ କହିଲେ କି କ୍ୟାନ୍ସେଲ ଟିକେଟର ରିଫଣ୍ଡ ୩୦ ଜୁନ ପର୍ଯ୍ୟନ୍ତ ନୁହେଁ ଅଥବା ଯାତ୍ରାର କରିବାର ତାରିଖ ଠାରୁ ନେଇ ଆସନ୍ତା ୬ ମାସ ପର୍ଯ୍ୟନ୍ତ କାଉଣ୍ଟରରୁ ଆପଣ ନିଜର ରିଫଣ୍ଡର ଟଙ୍କା ନେଇ ପାରିବେ । ରେଲୱେ ତରଫରୁ ଏହିଭଳି ବୟାନ ରେଲୱେ କାଉଣ୍ଟର ଗୁଡିକରେ ରିଫଣ୍ଡକୁ ନେଇ ହେଉଥିବା ଭିଡକୁ ଦେଖି ଦିଆ ଯାଇଛି ।

କହିବାକୁ ଗଲେ ଏହା ପୂର୍ବରୁ ସେଣ୍ଟ୍ରାଲ ରେଲୱେ ଟ୍ୱୀଟ କରିଥିଲେ କି ଲକଡାଉନ ସମୟରେ ବନ୍ଦ ପଡିଥିବା ଟ୍ରେନ ଗୁଡିକର ରିଫଣ୍ଡ ୩୦ ଜୁନ ପର୍ଯ୍ୟନ୍ତ ଦେଇ ପାରିବେ । ସେଥିପାଇଁ ରେଲୱେ ଅନଲାଇନ ଓ ରେଲୱେ କାଉଣ୍ଟରରୁ ରିଫଣ୍ଡର ସୁବିଧା ବି ଦେଇଥିଲେ । କିନ୍ତୁ ଲକ୍ଷ ଲକ୍ଷ ଟିକେଟ କ୍ୟାନ୍ସେଲ ହେବା କାରଣରୁ ରେଲୱେ କାଉଣ୍ଟରରେ ରିଫଣ୍ଡ ନେଉଥିବା ଲୋକମାନଙ୍କ ଭିଡ ଲଗାତାର ବଢିବାକୁ ଲଗିଥିଲା ।

ଏହା ଦ୍ଵାରା କରୋନା ଭାଇରସରୁ ବଞ୍ଚିବାକୁ ନେଇ ଜାରି କରାଯାଇଥିବା ଗାଇଡଲାଇନ୍ସର ଉଲଂଘନ କରାଯାଉଥିଲା ଓ ସାମାଜିକ ଦୂରତା ନିୟମର ବି ଉଲଂଘନ କରାଯାଉଥିଲା । ସେଥିପାଇଁ ରେଲୱେ ବିଭାଗ ବର୍ତ୍ତମାନ ଏହା ଘୋଷଣା କରିଛି କି କ୍ୟାନ୍ସେଲ ଟିକେଟର ରିଫଣ୍ଡ ଯାତ୍ରାର ତାରିଖ ଠାରୁ ୬ ମାସ ପର୍ଯ୍ୟନ୍ତ ମିଳି ପାରିବ । ଏଥିପାଇଁ ଯାତ୍ରୀମାନେ ରେଲୱେ କାଉଣ୍ଟରରେ ଅଧିକ ଭିଡ ଲଗାନ୍ତୁ ନାହିଁ ।

ବିନା ଟଚରେ ହେଉଛି ଟିକେଟ ଚେକିଙ୍ଗ

ବିଜୟବାଡ଼ା ରେଲୱେ ଡିଭିଜନ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଏକ ଭଲ ଉପାୟ ଆପଣାଇଛନ୍ତି । ଯାତ୍ରୀମାନଙ୍କ ସମ୍ପର୍କ ନ ଆସି ତାଙ୍କର ଟିକେଟ ଚେକ କରାଯାଉଛି । କମ୍ପ୍ୟୁଟର ଆସିସ୍ଟେଡ କ୍ୟାମେରା ଓ ମନିଟରର ଉପଯୋଗ କରି ରେଲୱେ ଯାତ୍ରୀମାନଙ୍କ ଟିକେଟକୁ ଦୂରରୁ ହିଁ ଚେକ କରା ଯାଉଛି । ଏତିକି ନୁହେଁ ଥର୍ମଲ ସ୍କ୍ରୀନିଂଗ ପାଇଁ ବି ଯାତ୍ରୀମାନଙ୍କୁ ପାଖପାଖି ଯିବାର ସମସ୍ୟାକୁ ବି ଦୂର କରି ଦେଇଛନ୍ତି । ଏଠି ଡୋର ଫ୍ରେମ ମେଟଲ ଡିଟେକ୍ଟରୋଂରେ ଲାଗିଥିବା କ୍ୟାମେରାର ଉପଯୋଗ କରି ଯାତ୍ରୀମାନଙ୍କ ଥର୍ମଲ ସ୍କ୍ରୀନିଂଗ କରା ଯାଉଛି ।

ଟ୍ରେନର ଟାଇମିଙ୍ଗକୁ ନେଇ ବି ରେଲୱେ ବିଭାଗ କଡାକଡି ନିୟମ ଲାଗୁ କରିଛନ୍ତି । ଇଣ୍ଡିଆନ ରେଲୱେର ସମସ୍ତ ଜୋନ ଗୁଡିକୁ ବର୍ତ୍ତମାନ ଚାଲୁଥିବା ୨୩୦ଟି ସ୍ପେଶାଲ ଟ୍ରେନ ଗୁଡିକୁ ସଠିକ ଟାଇମରେ ସଠିକ ଜାଗାରେ ପହଞ୍ଚାଇବା ପାଇଁ ଉପଦେଶ ଦିଆ ଯାଇଛି । ରେଲୱେ ବିଭାଗ ଟ୍ରେନ ଗୁଡିକର ପରିଚାଳନାରେ ଶତ – ପ୍ରତିଶତ ସମୟକୁ ସୁନିଶ୍ଚିତ କରିବାକୁ କହିଛନ୍ତି ।

ରେଲୱେ ଜୋନର ପ୍ରମୁଖମାନଙ୍କୁ ଏହି ଟ୍ରେନ ଗୁଡିକର ସମୟ ଉପରେ ଦ୍ରୁଷ୍ଟି ରଖିବା ପାଇଁ ବି କହିଛନ୍ତି । ରେଲୱେ ଦ୍ଵାରା ସମସ୍ତ ଜୋନ ଗୁଡିକ ପଠାଯାଇଥିବା ମ୍ୟାସେଜରେ କୁହାଯାଇଛି କି ବର୍ତ୍ତମାନ ବହୁତ କମ ଟ୍ରେନ ଚାଲୁଅଛି ସେଥିପାଇଁ ଏଥିରେ କୌଣସି ଡେରି ହେବା ଉଚିତ ନୁହେଁ । ରେଲୱେର ୭ଟି ଜୋନ ଅଛି, ଯେଉଁଠି ଏହି କଥା କୁହାଯାଇଛି । ଏଥିରେ ପୂର୍ବ ତଟ ରେଲୱେ, ଦକ୍ଷିଣ ପୂର୍ବ ମଧ୍ୟ ରେଲୱେ, ପୂର୍ବ ମଧ୍ୟ ରେଲୱେ, ମଧ୍ୟ ରେଲୱେ, ପଶ୍ଚିମ ରେଲୱେ, ଉତ୍ତର ମଧ୍ୟ ରେଲୱେ ଓ ଉତ୍ତରୀ ରେଲୱେ ଜୋନ ସାମିଲ ଅଛି । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।