ଇଏ ହେଉଛି ଦୁନିଆର ସବୁଠୁ ଦାମୀ କାଠ, ବଜାରରେ ବିକ୍ରି ହେଉଛି ଲକ୍ଷାଧିକ ଟଙ୍କାରେ, ଏହାକୁ କିଣିବା ସମସ୍ତେଙ୍କ ପାଇଁ ସମ୍ଭବ ନୁହେଁ

ଦୁନିଆରେ ପ୍ରକୃତି ଏକ ଏମିତି ଗଛ ସୃଷ୍ଟି କରିଛି ଯାହାର କାଠର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ଅଟେ । ସାଧାରଣ ଭାବେ ଚନ୍ଦନ କାଠକୁ ଦାମୀ ବୋଲି କୁହାଯାଇ ଥାଏ ଯାହାର ମୂଲ୍ୟ ପ୍ରତି କିଲୋ ୫ ରୁ ୬ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇଥାଏ କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଦୁନିଆରେ ଏକ ଏମିତି କାଠ ମଧ୍ୟ ଅଛି ଯାହାର ମୂଲ୍ୟ ଚନ୍ଦନ କାଠ ଠାରୁ ବହୁତ ଅଧିକ ଅଟେ । ଏହି କାଠର ନାମ ଆଫ୍ରିକୀୟ ବ୍ଲାକଉଡ ।

ଏହି କାଠକୁ କିଣିବା ପୂର୍ବରୁ ବଡ ବଡ ଧନୀ ଲୋକ ମଧ୍ୟ ଦୁଇ ଚାରି ଥର ନିହାତି ଭାବନ୍ତି । କିଛି କାଠ ଗୁଡିକ ଅବିଶ୍ଵସନୀୟ ଭାବରେ ବହୁତ ଦାମୀ ହୋଇଥାଏ ତ ଆଉ କିଛି ବହୁତ ଦୁର୍ଲଭ ହୋଇଥାଏ । ଏହି କାଠ ସବୁଠାରୁ ମୂଲ୍ୟବାନ ସାମଗ୍ରୀ ଭିତରୁ ଗୋଟିଏ ଅଟେ । ଏହି କାଠର ଏକ କୋଲିଗ୍ରାମର ମୂଲ୍ୟ ୮ ହଜାର ପାଉଣ୍ଡ ବା ୭ଲକ୍ଷ ଟଙ୍କାରୁ ବି ଅଧିକ ଅଟେ । ଏଥିରେ ତ ଆପଣ ଗୋଟିଏ ଭଲ ବିଳାସପୂର୍ଣ କାର କିଣି ପାରିବେ ।

ଏହି କାଠରେ ଅଧିକାଂଶ ବ୍ୟବହାର ଶାହାନାଇ, ବଂଶୀ ଏବଂ ଗିଟାର ଭଳି ସଙ୍ଗୀତ ବାଦ୍ୟ ଜନ୍ତ୍ର ତିଆରି କରିବା କାମରେ ବ୍ୟବହାର କରାଯାଇ ଥାଏ । ଏହା ଛଡା ଏହି କାଠରେ ମଝବୁତ ଫର୍ନୀଚର ମଧ୍ୟ ତିଆରି କରାଯାଇ ଥାଏ ଏବଂ ଏହା ମଧ୍ୟ ବହୁତ ଦାମୀ ହୋଇ ଥାଏ । ଏତେ ଦାମୀ ହୋଇଥାଏ କି ଏହାକୁ ସାଧାରଣ ଲୋକ ମାନେ କିଣିବା ସମ୍ଭବ ନୁହେଁ ।

ଏହି ଗଛ ସମ୍ପୂର୍ଣ ଭାବରେ ତିଆରି ହେବାରେ ପ୍ରାୟ ୬୦ ବର୍ଷ ସମୟ ଲାଗି ଥାଏ କିନ୍ତୁ କେନ୍ୟା ଏବଂ ତଞ୍ଜାନିୟା ଭଳି ଦେଶରେ ବେଆଇନ କାଠ କାରୋବାର କାରଣରୁ ସମୟ ପୂର୍ବରୁ ଏହି ଗଛକୁ କାଟିଦିଆ ଯାଇଥାଏ । ଏଥିପାଇଁ ବ୍ଲାକଉଡ କାଠ ହ୍ରାସ ପାଇବାକୁ ଲାଗିଛି ଯେଉଁ କାରଣରୁ ଏହା ବହୁତ ଦୁର୍ଲଭ ହୋଇ ଯାଇଛି ।

ଆଫ୍ରିକୀୟ ବ୍ଲାକଉଡ ଗଛ ଅନ୍ୟ ଗଛ ତୁଳନାରେ ଧରିତ୍ରି ଉପରେ ବହୁତ କମ ଅଛି ବା ଏହି ଗଛ ଦୁର୍ଲଭ ଅଟେ । ଏହାର ଉଚ୍ଚତା ପ୍ରାୟ ୨୫-୪୦ ଫୁଟ ଅଟେ । ଏହି ଗଛ ମଧ୍ୟ ଏବଂ ଦକ୍ଷିଣ ଆଫ୍ରିକାର ୨୬ ଟି ଦେଶରେ ମିଳିଥାଏ । ଏହା ଅଧିକାଂଶ ଶୁଖିଲା ସ୍ଥାନରେ ମିଳିଥାଏ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।