ନମସ୍କାର ବନ୍ଧୁଗଣ । ଆଜିକାଲି ଅନେକ ଲୋକଙ୍କୁ କ୍ୟାନସର ଭଳି ମାରାତ୍ମକ ରୋଗ ହେଉଛି । ଯାହା ପାଇଁ ଲୋକଙ୍କର ଜୀବନ ମଧ୍ୟ ଚାଲି ଯାଉଛି । ତେବେ ଆଜି ଆମେ ଏମିତି ଜଣେ ଦମ୍ପତି ଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ କ୍ୟାନ୍ସର ସହ ଏବ ବି ସଂଘର୍ଷ ଜାରି ରଖିଛନ୍ତି । ସଙ୍ଘମିତ୍ରା ନାମକ ମହିଳାଙ୍କର ଏ ହେଉଛି କାହାଣୀ । ଯିଏ କି କ୍ୟାନ୍ସର ରେ ପୀଡିତ ଅଛନ୍ତି । ତାଙ୍କ ସ୍ଵାମୀ ଗଣମାଧ୍ୟମରେ ନିଜ ସ୍ତ୍ରୀ ଙ୍କ କ୍ୟାନସର ବିଷୟରେ କିଛି କଥା କହିଛନ୍ତି ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ସଙ୍ଘମିତ୍ରା ଙ୍କ ସ୍ଵାମୀ କହିଛନ୍ତି ଯେ “ଆମର ତ ଲଭ ମ୍ୟାରେଜ ହୋଇଥିଲା । ପ୍ରଥମରୁ ମୁଁ ତାକୁ ଯେମିତି ଭଲ ପାଉଥିଲି ସେମିତି ଭଲ ପାଉଛି । ଆଉ କର୍ତ୍ତବ୍ୟ ଗୋଟେ ଜିନିଷ ଯାହା ଦୁନିଆରେ କରି ଚାଲିଲେ କିଛି ବି ଅସୁବିଧା ହେବ ନାହିଁ । ମୁଁ ତ ଏଗୁଡା କେବେ ଭାବିନି । 10-12 ଦିନ ତଳେ ମୁଁ ମୋ ଭାଇ ସହ ମୋ ସ୍ତ୍ରୀ ର ରିପୋର୍ଟ ଆଣିବାକୁ ପାଥୋ ଲ୍ୟାବ କୁ ଯାଇଥିଲୁ ।
ରିପୋର୍ଟ ଆଣିବା ପରେ ମୁଁ ତାଙ୍କୁ ଟିକେ ପଚାରି ଦେଲି । କିନ୍ତୁ ମୋ ମନରେ ସେମିତି କିଛି ନ ଥିଲା । ଲ୍ୟାବ ରେ କହିଲେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ । ମୁଁ ତାଙ୍କୁ ପଚାରିଥିଲି କଣ କ୍ୟାନ୍ସର ଅଛି । ସେମାନେ ଉତ୍ତରରେ କହିଥିଲେ ହଁସେଭଳି ଲାଗୁଛି । ନଈ ବନ୍ଧରେ ବସି କି ମୁଁ ଓ ଭାଇ ବହୁତ କାନ୍ଦିଲୁ । ତାପରେ ମୁଁ ମୋ ନିଜକୁ ପ୍ରଶ୍ନ କରିଲି ଯଦି ମୁଁ ଏମିତି କାନ୍ଦିବି ତେବେ ମୋ ପରିବାରକୁ କେମିତି ବୁଝାଇବି ।

ତେଣୁ ମୋ ଆଖି ରୁ ମୁଁ ଲୁହ ପୋଛି ଦେଲି । ଆଉ ସେହି ଦିନ ଠାରୁ କାନ୍ଦିବା ବନ୍ଦ କରିଦେଲି । ତା ପରେ ଆମେ ଡାକ୍ତରଙ୍କ ସହ ପରାମର୍ଶ କରିଲୁ । କିନ୍ତୁ ଆମେ ଓଡିଶାରେ କେଉଁଠି ନ ଦେଖାଇ ବମ୍ବେ ଚାଲିଗଲୁ । ଆଉ ସେଠାରେ ଚିକିତ୍ସା ଆରମ୍ଭ ହେଲା । ସେଠାରେ 10-12 ଲକ୍ଷ ଟଙ୍କା ଖର୍ଚ୍ଚ ହେଲା । ତାପରେ ଆମେ ଭୁବନେଶ୍ଵର ରେ ମଧ୍ୟ ଦେଖାଇ ଥିଲୁ । ଏବେ ତ ସେ ଠିକ ଅଛନ୍ତି । ପ୍ରତି ବର୍ଷକୁ ଥରେ ଆମେ ବମ୍ବେ ଯାଉଛୁ ଖାଲି ଚେକପ କରିବା ପାଇଁ ।
ଏବେ ବି ମୋ ସ୍ତ୍ରୀ ସେମିତି ସୁନ୍ଦର ଦେଖା ଯାଉଛନ୍ତି ଯେମିତି କ୍ୟାନସର ହେବା ପୂର୍ବରୁ ଦେଖା ଯାଇଥିଲେ । ମୋ ସ୍ତ୍ରୀ ଙ୍କୁ ମାତ୍ର 35 ବର୍ଷ ବୟସ ରେ କ୍ୟାନସର ହେବାର ଶୁଣି ବହୁତ ଭାଙ୍ଗି ପଡିଥିଲି । କିନ୍ତୁ ପରେ ନିଜକୁ ବୁଝାଇଥିଲି ଆଉ ଆଜି ଯାଏଁ ଆମେ ଦୁହେଁ ମିଶି କ୍ୟାନ୍ସର ସହ ଲଢେଇ କରୁଛୁ” । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।