Exclusive: ଭାଇରାଲ ହେଉଛି Barsha ଓ Tunguru ଙ୍କ ଖରାପ ଭିଡିଓ, କ୍ୟାମେରା ସାମ୍ନାକୁ ଆସି ହାତ ଯୋଡିଲେ ବର୍ଷା, କଣ କହିଲେ ଦେଖନ୍ତୁ Video

ବହୁଚର୍ଚ୍ଚିତ ବର୍ଷା ଓ ଟୁଙ୍ଗୁରୁ ଭୋଳ ମାମଲାର ନାୟିକା ବର୍ଷା ଭୋଳ ଏବେ ପୁଣି ଥରେ ସାମ୍ନାକୁ ଆସିଛନ୍ତି । ତେବେ ଏଥର ତାଙ୍କର କ୍ୟାମେରା ସାମ୍ନାକୁ ଆସିବାର କାରଣ ଏକଦମ ଅଲଗା ରହିଛି । ବର୍ଷା ଓ ଟୁଙ୍ଗୁରୁଙ୍କ ପ୍ରେମ ସମ୍ପର୍କ ମାମଲା ସାମ୍ନାକୁ ଆସିବା ପରେ ସବୁଆଡେ ଏହାକୁ ଚର୍ଚ୍ଚା ହେଉଥିଲା । ଯାହାପରେ ଟୁଙ୍ଗୁରୁ ଓ ବର୍ଷା ଖୁବ ଭାଇରାଲ ହୋଇଥିଲେ । ଟୁଙ୍ଗୁରୁଙ୍କ ଉପରେ କିଛି ମ୍ୟୁଜିକ ସଂସ୍ଥା ଗୀତ ତିଆରି କରିଥିଲେ ଏପରିକି ଉଭଯଙ୍କୁ ଅଭିନୟ ପାଇଁ ସୁଯୋଗ ମିଳିଥିଲା ।

କିନ୍ତୁ ଏଭଳି ଏକ କଳଙ୍କିତ ପ୍ରେମ ମାମଲାକୁ ପ୍ରଶ୍ରୟ ନଦେବା ପାଇଁ ଅନେକ ଲୋକ ଅଭିଯୋଗ କରୁଛନ୍ତି । ସେପଟେ ବର୍ଷା ଓ ଟୁଙ୍ଗୁରୁଙ୍କୁ ନେଇ ଅନେକ ୟୁଟ୍ଯୁବ ଚ୍ଯାନେଲ ରୋଷ୍ଟିଂ କରିବା ମଧ୍ୟ ଆରମ୍ଭ କରି ଦେଇଛନ୍ତି । ଏହାକୁ ନେଇ ଏବେ ବର୍ଷା କ୍ୟାମେରା ଆଗରେ ହାତଯୋଡି ଏଭଳି ନ କରିବା ପାଇଁ ଅନୁରୋଧ କରିଛନ୍ତି । ବର୍ଷାଙ୍କୁ କହୁଥିବାର ଦେଖିବାକୁ ମିଳୁଛି କି, ଓଡିଶାର ବାପା ଭାଇମାନଙ୍କୁ ନମସ୍କାର କରୁଛି ଓ ହାତଯୋଡି ଅନୁରୋଧ କରୁଛି କି ମୋତେ ଏବଂ ଟୁଙ୍ଗୁରୁଙ୍କୁ ନେଇ ଯେଉଁ ସବୁ ଖରାପ ଭିଡିଓ ବନାଉଛନ୍ତି ସେସବୁ ଆଉ ବନାନ୍ତୁନି ।

ତାଙ୍କର ଓ ଟୁଙ୍ଗୁରୁ ମଧ୍ୟରେ ଭୁଲ ବୁଝାମଣା ହୋଇ ଯାଇଥିଲା ବୋଲି ସେ କହିଛନ୍ତି । ବର୍ଷା କହିଛନ୍ତି କି ଆମକୁ ଅଭିନୟରେ ସୁଯୋଗ ମିଳିଲା ଓ ଆମେ ଶୁଟିଙ୍ଗ କରିବାକୁ ଯାଉଥିଲୁ ଯଦି ଆପଣ ସେଇଟା ବନ୍ଦ କରିଦେଲେ ତେବେ ଗୋଟେ ଝିଅକୁ ନେଇ ଖରାପ ଭିଡିଓ ବନାଯାଉଛି ସେଇଟା କାହିଁକି ବନ୍ଦ କରାଯାଉନି ?

ସେ ଏନେଇ ଓଡିଶା ସରକାରଙ୍କୁ ମଧ୍ୟ ହାତଯୋଡି ଅନୁରୋଧ କରିଛନ୍ତି । ବାରମ୍ବାର ସେହି ଖରାପ ଭିଡିଓ ସବୁ ବନା ଯାଉଥିବାରୁ ତାଙ୍କୁ ଅନେକ ଲାଜ୍ୟା ଅପମାନର ସାମ୍ନା କରିବାକୁ ପଡୁଛି ବୋଲି କହିଛନ୍ତି ବର୍ଷା । ଟୁଙ୍ଗୁରୁ ତାଙ୍କ ସହ ଖେଳି ତାଙ୍କୁ ଛାଡିଦେଲେ ଆଉ ଜଣେ ନାରୀ ହିସାବରେ ତାଙ୍କୁ କିଛି ବି ନ୍ୟାୟ ମିଳିଲା ନାହିଁ । ତେଣୁ ଆଗକୁ ପୁଅମାନେ ଏଭଳି କରିବାକୁ ଡରିବେ ନାହିଁ ।

ତେଣୁ ତାଙ୍କୁ ନ୍ୟାୟ ମିଳୁ ବୋଲି ବର୍ଷା ହାତଯୋଡି ଅନୁରୋଧ କରିଛନ୍ତି । ଟୁଙ୍ଗୁରୁ ନିଜେ ସବୁ ଫଟୋ ଭାଇରାଲ କରିଛି । ଆଉ ସେସବୁକୁ ନେଇ ଖରାପ ଭିଡିଓ ବନାଯାଉଛି ତେଣୁ ସେସବୁ ଭାଇରାଲ କରନି ବୋଲି ବର୍ଷା କାନ୍ଦି କାନ୍ଦି କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।