କ୍ୟାଲସିୟମର ଅଭାବ ହେବାଦ୍ୱାରା ଶରୀର ଦେଇଥାଏ ଏହି 5 ଟି ସଂକେତ, କରନ୍ତୁ ନାହିଁ ଅଣଦେଖା, ହେଇପାରେ ବଡ କ୍ଷତି

ଏମିତିରେ ତ ଶରୀର ପାଇଁ ସବୁ ପୋଷକ ତତ୍ତ୍ଵ ବହୁତ ମହତ୍ୱ ରଖିଥାଏ । କିନ୍ତୁ କ୍ୟାଲସିୟମ ଏହାକୁ ସୁସ୍ଥ ଓ ସବଳ ରଖିବା ପାଇନ ମୁଖ୍ୟ ଭୂମିକା ନେଇଥାଏ । ସବୁ ପ୍ରକାରର ମିନେରାଲ ବହୁତ ହିଁ ଜରୁରି ହୋଇଥାଏ କିନ୍ତୁ କିଛି ପୋଷକ ତତ୍ତ୍ଵ ବିନା ଜୀବନର କଳ୍ପନା କରା ଯାଇ ନଥାଏ , ଯେଉଁଥିରେ ଗୋଟେ ଏମିତି ହିଁ ବହୁତ ଜରୁରୀ ମିନେରାଲ କ୍ୟାଲସିୟମ ଅଟେ । କ୍ୟାଲସିୟମର ଅଭାବ ହେବା ଦ୍ଵାରା ଆମ ଶରୀର ସହଜରେ ରୋଗ ଗ୍ରସ୍ତ ହେଇଥାଏ ।

କ୍ୟାଲସିୟମ କେବଳ ଆମ ଶରୀରର ହାଡକୁ ଟାଣ କରି ନଥାଏ ଏହା ବ୍ୟତୀତ ଶରୀରର ବିକାଶ ଓ ମାଂସପେଶୀ ଗୁଡ଼ିକୁ ଟାଣ କରିବାପାଇଁ ସାହାଯ୍ୟ କରିଥାଏ । କ୍ୟାଲସିୟମ ଆମ ଶରୀର ପାଇଁ ଗୋଟେ ବହୁତ୍ ହିଁ ମହତ୍ପୂର୍ଣ୍ଣ ପୋଷକ ତତ୍ତ୍ଵ ଅଟେ । ଯିଏ ଆମ ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ ସାହାଯ୍ୟ କରିଥାଏ । ଆଜିକାଲି କେବଳ ମହିଳାମାନଙ୍କ ଠାରେ ନୁହେଁ ବରଂ ପୁରୁଷଙ୍କ ଠାରେ କ୍ୟାଲସିୟମର ଅଭାବର ସମସ୍ୟା ବହୁତ ବଢ଼ିବାରେ ଲାଗିଛି ।

ଏହା ପଛର କାରଣ ହେଉଛି ଦୈନିକ କାମ ଓ ସବୁଦିନ ବଦଳୁଥିବା ଖାଦ୍ୟ ପେୟ । କେତେ ଲୋକ କାମର ଚିନ୍ତାରେ ନିଜ ଶରୀରର ଯତ୍ନ ନେବାକୁ ଭୁଲି ଯାଆନ୍ତି । ଯେଉଁଥି ପାଇଁ କ୍ୟାଲସିୟମର ଅଭାବ ଶରୀରରେ ଉତ୍ପନ୍ନ ହୋଇ ଥାଏ । ସେଥିପାଇଁ ଏହି କଥାକୁ ଧ୍ୟାନ ଦେବା ନିହାତି ଦରକାର କି ଯଦି ଆମ ଶରୀରରେ କ୍ୟାଲସିୟମର ଅଭାବ ହୋଇଯାଏ ତେବେ ଆମକୁ କେତେକ ସ୍ଵାସ୍ଥ୍ୟ ଜନିତ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ ।

କ୍ୟାଲସିୟମର ଅଭାବ ହେଲେ ଜଣା ପଡି ନଥାଏ । ଯେଉଁ କାରଣରୁ ଅନ୍ୟ କେତେକ ସମସ୍ୟାରୁ ଭଲ ହେବା ପାଇଁ ଆମେ ମେଡ଼ିସିନ ଖାଇଥାଉ । ଯାହାପାଇଁ ସେହି ସମସ୍ୟା ଯେମିତି ସେମିତି ସେହି ଜାଗାରେ ହିଁ ରହିଥାଏ । ଯଦି ଆପଣ କ୍ୟାଲସିୟମର ଅଭାବ ଲକ୍ଷଣ ଜାଣି ପାରୁନାହାନ୍ତି ତେବେ ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଏହାର ସଂକେତ କଣ ରହିଥାଏ

କ୍ୟାଲସିୟମର ଅଭାବ ହେବା ଦ୍ଵାରା ଦେଇଥାଏ ଏହି ୪ ଟି ସଂକେତ

ବାଳ ଝଡ଼ିବା

କ୍ୟାଲସିୟମର ଅଭାବ ହେବାର ପ୍ରଭାବ ବାଳ ଉପରେ ଅଧିକ ପଡ଼ିଥାଏ ଓ ବାଳ ଝଡ଼ିବାକୁ ଲାଗିଥାଏ । କେବଳ ଏତିକି ନୁହେଁ ଏହାର ଚମକ ମଧ୍ୟ ଏକଦମ ଗାୟବ ହୋଇଯାଇଥାଏ । ଏଥିପାଇଁ ଯଦି ଆପଣଙ୍କ ଚୁଟି ଅଧିକ ଝଡିବାକୁ ଲାଗିଥାଏ ତେବେ ଆପଣ ବୁଝିଯିବେ କି ଆପଣଙ୍କ ଶରୀରକୁ ଦରକାର ଥିବା କ୍ୟାଲସିୟମ ମିଳିପାରୁ ନାହିଁ ।

ଦାନ୍ତ କମଜୋର ହେବା

କ୍ୟାଲସିୟମର ଅଭାବ ହେବା କାରଣରୁ ଦାନ୍ତ ଖରାପ ହେବାର ସମସ୍ୟା ଉତ୍ପନ୍ନ ହୋଇଥାଏ । କ୍ୟାଲସିୟମର ଅଭାବରୁ କେବଳ ହାଡ ଉପରେ ନୁହେଁ ଦାନ୍ତ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ ଓ ଦାନ୍ତ କମଜୋର ହୋଇଯାଏ । ଯଦି ଆପଣଙ୍କ ଦାନ୍ତରେ ଦରଜ ହେବାକୁ ଲାଗୁଛି ଓ ଦାନ୍ତ ଖରାପ ହେବାର ଦେଖା ଯାଉଛି ତେବେ ଏହା କ୍ୟାଲସିୟମର ଅଭାବ ପାଇଁ ହେଉଛି ଓ ଛୋଟ ପିଲାଙ୍କର ଯଦି କ୍ୟାଲସିୟମ ଅଭାବ ହୁଏ ତେବେ ତାଙ୍କ ଦାନ୍ତ ଭାଙ୍ଗିଯାଏ ।

ମାଂସପେଶୀ ଦରଜ ହେବା

କ୍ୟାଲସିୟମ ଅଭାବ ହେବାରୁ ଆମ ଶରୀରର ମାଂସପେଶୀ ବିନ୍ଧିବାର ସମସ୍ୟା ଉତ୍ପନ୍ନ ହେବାକୁ ଲାଗିଥାଏ । ଯଦି ମାଂସପେଶୀରେ କଷ୍ଟ ହେବାକୁ ଲାଗିଥାଏ ତେବେ ଏହା କ୍ୟାଲସିୟମର ଅଭାବର ସଙ୍କେତ ବୋଲି ଜଣା ଯାଇଥାଏ ।

ନଖ କମଜୋର ହେବା

କ୍ୟାଲସିୟମର ଅଭାବ ହେବା ପରେ ଆମ ନଖ ବହୁତ୍ କମଜୋର ହେଇ ଭାଙ୍ଗିବାକୁ ଲାଗିଥାଏ । ତା ସହିତ ବାଳ ମଧ୍ୟ ଝଡିବାକୁ ଲାଗିଥାଏ । ନଖ ପାଇଁ କ୍ୟାଲସିୟମ ବହୁତ ହିଁ ଜରୁରି ବୋଲି ଜଣା ଯାଇଥାଏ ଓ କ୍ୟାଲସିୟମର ଅଭାବ ହେବା ଦ୍ଵାରା ନଖର ବିକାଶ ଠିକ ସେ ହୋଇପାରି ନଥାଏ । ଯେଉଁ ଲୋକଙ୍କ ମଧ୍ୟରେ କ୍ୟାଲସିୟମର ଅଭାବ ହୋଇଥାଏ ସେମାନଙ୍କ ନଖ ଏକଦମ ପତଳା ହୋଇ ଯାଇଥାଏ ଓ ସହଜରେ ଭାଙ୍ଗିବାକୁ ଲାଗେ ।

ଏହି ଜିନିଷର କରନ୍ତୁ ସେବନ

ଯେଉଁ ଲୋକମାନେ ଭାବନ୍ତି କି ସେମାନଙ୍କ ଶରୀରରେ କ୍ୟାଲସିୟମର ଅଭାବ ନାହିଁ ବୋଲି ଏହା ସେମାନଙ୍କର ଭୁଲ ଧାରଣା ହୋଇପାରେ । କେବଳ ବୟସ୍କ ବ୍ୟକ୍ତିକୁ ହିଁ କ୍ୟାଲସିୟମର ଅଭାବ ହୋଇଥାଏ ତାହା ନୁହେଁ ବରଂ ଅନ୍ୟମାନଙ୍କୁ ମଧ୍ୟ ଏହା ହୋଇପାରେ ।

କ୍ୟାଲସିୟମର ଅଭାବ ହେଲେ ଆପଣ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଯେମିତି କ୍ଷୀର , ଦହି , ବାଦାମ, ଲିଚି, ଅଖରୋଟ , ଚଣା , ମୁଗ ଓ ଫୁଡ ଇତ୍ୟାଦି ପ୍ରକାରର ଜିନିଷ ସେବନ କରନ୍ତୁ । ଏହି ଜିନିଷକୁ ଲଗାତାର ଗୋଟେ ମାସ ପର୍ଯ୍ୟନ୍ତ ଖାଆନ୍ତୁ ଦେଖିବେ କ୍ୟାଲସିୟମର ମାତ୍ରା ବଢିବାକୁ ଲାଗିବ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।