ମୁମ୍ବାଇ ରୁ ଫେରୁଥିବା ସ୍ୱାମୀ ଙ୍କୁ ଦେଖି କବାଟ ବନ୍ଦ କରିଦେଲା, ସ୍ତ୍ରୀ ତାପରେ…

ଭାରତ ସରକାର କୋରାନା ଭଳି ମାରାତ୍ମକ ଭାଇରସ କୁ ସଂକ୍ରମଣ ରୋକିବା ପାଇଁ ପ୍ରଥମେ କୋରେଣ୍ଟଇନ୍ ଏବଂ ପରେ ସାରା ଦେଶରେ ଲାକଡାଉନ ଲଗାଇଥିଲେ । ଏହି ଲାକଡାଉନ ଧୀରେ ଧୀରେ ବୃଦ୍ଧି ଘଟି ୮୦ ଦିନରେ ଆସି ପହଁଚିଲା । ଭାରତ ରେ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭୁତାଣୁ । ଏହାର ଭ୍ୟାକ୍ସଇନ୍ ମଧ୍ୟ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ । ତେବେ ସରକାର ଏହି କରୋନା ଭାଇରସ କୁ ରୋକିବା ପାଇଁ ସ୍ଥାନ ସ୍ଥାନ ରେ କୋରେଣ୍ଟଇନ୍ ସେଣ୍ଟର ବନେଇ ଅଛନ୍ତି । ଏବଂ ଆହୁରି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । କିନ୍ତୁ ଏହି ସମୟରେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି । ଯେଉଁ ଘଟଣା ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

କିପରି କରୋନା ଜୀବାଣୁ ଭୟ ମହିଳାଙ୍କ ଜୀବନକୁ ନଷ୍ଟ କରିଦେଲା ସେ ବିଷୟରେ ଜାଣନ୍ତୁ । ମୁମ୍ବାଇରୁ ଫେରିବା ପରେ ଘର ଗେଟ ପାଖରୁ ସ୍ୱାମୀ ଙ୍କୁ ନିକଟ କୁ ନଆସି ସେହିଠାରୁ ଫେରିବାକୁ ମନା କରିବା ତାଙ୍କୁ ଆଜୀବନ ଯନ୍ତ୍ରଣା ଦେଇଥିଲା । ଏହି ଆଶ୍ଚର୍ଯ୍ୟଜନକ ମାମଲା ହେଉଛି ଉତ୍ତରପ୍ରଦେଶର କାନପୁର ଜିଲ୍ଲା ର ଜଣେ ବ୍ୟକ୍ତି ନିଜକୁ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ କାରଣ ତାଙ୍କ ପତ୍ନୀ ତାଙ୍କୁ କୋରେଣ୍ଟିନ୍ ସମୟ ସମାପ୍ତ କରିବା ପରେ ସାକ୍ଷାତ କରିବାକୁ କହିଥିଲେ । କିନ୍ତୁ ସେ ଫେରିବା ପରେ ସ୍ତ୍ରୀ ସ୍ୱାମୀ ଙ୍କୁ ଦେଖି କବାଟ ଲକ କରିଦେଇଥିଲେ ଖୋଲି ନଥିଲେ ଆଉ । ଏହା ପରେ ସ୍ବାମୀ ଜଣକ ଆତ୍ମହତ୍ୟା କରିଥିଲେ । ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ଏହି ଘଟଣାର ତଦନ୍ତ ଚାଲିଥିବା ପୋଲିସ କହିଛି ।

ସୂଚନାଯୋଗ୍ୟ ଏହା ଅଟେ ଯେ କାନପୁରର ଜୟକୁମାର ମୌର୍ଯ୍ୟ (32ବର୍ଷ) । ଜୟକୁମାର ମୌର୍ଯ୍ୟ ଗତ କିଛି ବର୍ଷ ଧରି ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଏକ ଟେଲିକମ୍ ଦୋକାନରେ କାମ କରୁଥିଲେ । କୋଭିଡ 19 ମହାମାରୀ ହେତୁ ଦେଶରେ ଲାକଡାଉନ ହୋଇଯାଇ ଥିବାରୁ କାମ ବନ୍ଦ ହୋଇଥିଲା ଚାରି ଦିନ ପୂର୍ବେ ମୁମ୍ବାଇରୁ ସେ ଉତ୍ତର ପ୍ରଦେଶ ନିଜ ଘରକୁ ଆସିଥିଲେ । ସେ ଘରକୁ ଯିବା ମାତ୍ରେ ତାଙ୍କ ସ୍ତ୍ରୀ ଘର କବାଟ ବନ୍ଦ କରିଦେଇଥିଲେ । ଏବଂ ଏହା କହିଥିଲେ କି ଘରେ ଛୋଟ ପୁଅ ଅଛି ତମ ଠାରୁ କରୋନା ଯଦି ପୁଅ କୁ ଆସେ ।

ଏହି ଆଶଙ୍କା କରି ସେ ଘର ମଧ୍ୟକୁ ଆସିବାକୁ ଦେଇ ନଥିଲେ । ବହୁତ ତର୍କ ବିତର୍କ ପରେ, ଏହା ପରେ ସେ ତାଙ୍କୁ ଗୃହରେ ରହିବାକୁ ପରାମର୍ଶ ଦେଇଥିଲେ । ଏହା ପରେ ଦୁହିଁଙ୍କ ମଧ୍ୟରେ ଘରେ ଅଶାନ୍ତି ଝଗଡ଼ା ସୃଷ୍ଟି ହୋଇଥିଲା । ଏହାପରେ ଘରୋଇ ହିଂସା ଘଟିଥିଲା ସ୍ତ୍ରୀ ଙ୍କ କଥା କୁ ସହ୍ୟ ନକରି ପାରି ଜୟ କୁମାର ନିଜ ଘର ମଧ୍ୟରେ ଆତ୍ମହତ୍ୟା କରିଥିଲେ । ସ୍ତ୍ରୀ ଙ୍କୁ ଯେବେ ପୋଲିସ କିଛି ପଚାରିଲା ତ ସ୍ତ୍ରୀ ନିଜ ମୁଣ୍ଡରୁ ଦୋଷ ଛଡ଼େଇ କଥା କହିଥିଲେ । ପୋଷ୍ଟ ମଟର୍ମ ରିପୋର୍ଟ ପାଇଁ ଏବେ ପୋଲିସ ଅପେକ୍ଷାରେ ରହିଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।