ଲୋନ ସୁଝି ନ ପାରିବାରୁ ବ୍ୟାଙ୍କ ଅଫିସର ଘରକୁ କରିଦେଲେ ସିଜ, ଯେତେବେଳେ ସତ କଥା ଜାଣିଲେ ତ କଲେ କିଛି ଏମିତି କାମ

ମିଡିଲ କ୍ଳାସ ଫ୍ୟାମିଲି ନିଜର କିଛି ଇଚ୍ଛା ପୂରଣ କରିବାକୁ ଲୋନ ବା କରଜ ନେଇଥାଏ । ସେତେବେଳେ ଯାଇ ସେ ତାର ସଉକ ପୁରା କରି ପାରିଥାଏ ଓ ଧୀରେ ଧୀରେ ନିଜେ କରିଥିବା ଋଣକୁ ସୁଝିଥାନ୍ତି । ଯଦି ଆପଣ କୌଣସି ବ୍ୟାଙ୍କରୁ ଲୋନ ନେଇଥାନ୍ତି ଓ କୌଣସି କାରଣରୁ ତାକୁ ସୁଝି ପାରନ୍ତି ନାହିଁ ତେବେ ଆପଣଙ୍କୁ ଏହାର ପରିଣାମ ଭୋଗିବାକୁ ପଡିଥାଏ । ବ୍ୟାଙ୍କ ବାଲା ଆପଣଙ୍କ ପ୍ରପର୍ଟି ଜବତ କରି ନିଅନ୍ତି ବା ପୁଣି କିଛି ଏମିତି ହୋଇଥାଏ କି ଲୋନ ନେଇଥିବା ଲୋକକୁ ଅଧିକ କିଛି ଦେବାକୁ ପଡିଥାଏ ।

ଏମିତି ଏକ ମାମଲା ହୋଇଛି ମଧ୍ୟ ପ୍ରଦେଶରେ ଯେବେ ଲୋନ ସୁଝି ନ ପାରିବାରୁ ବ୍ୟାଙ୍କ ଅଫିସର ଘର ସିଜ କଲା, କିନ୍ତୁ ଯେତେବେଳେ ଅଫିସର କୁ ସତ କଥା ଜଣା ପଡିଲା ସେତେବେଳେ ସେ ଏମିତି କିଛି କଲା ଆପଣ ବୋଧେ କେବେ ଏହା ଶୁଣି ନଥିବେ ।

ଲୋନ ସୁଝି ନ ପାରିବାରୁ ବ୍ୟାଙ୍କ ଅଫିସର ଘର କଲା ସିଜ

Image courtesy: Google

ହାରାହାରି 8 ମାସ ପୂର୍ବରୁ ହର ଗୋବିନ୍ଦ ଝା ଙ୍କର ବ୍ଲଡ କ୍ୟାନ୍ସର ହେବା କାରଣରୁ ଡେଥ ହୋଇ ଯାଇଥିଲା ଓ ସେ ହୋମ ଲୋନ କମ୍ପାନୀ ରୁ ଘର ତିଆରି କରିବା କରିବା ପାଇଁ 1 ଲକ୍ଷ ଟଙ୍କାର ଲୋନ ନେଇଥିଲେ । ତାଙ୍କ ମରିବା ପରେ ଘର ଲୋକ ବହୁତ ଚେଷ୍ଟା କରିଥିଲେ କିନ୍ତୁ କରଜ ସୁଝି ପାରିଲେ ନାହିଁ । କମ୍ପାନୀ ଅଫିସର ଲୋନ ର କିସ୍ତି ନେବା ପାଇଁ ଘରେ ପହଞ୍ଚିଲେ ଓ ଯେତେବେଳେ ସେଠାକାର ପରିସ୍ଥିତି ଦେଖିଲେ ତ ଚକିତ ହୋଇଗଲେ ।

ସେହି ଅଫିସର ଦେଖିଲେ କି ଘରର ସ୍ଥିତି କିଛି ଏମିତି ଥିଲା କି 900 ଟଙ୍କା ପ୍ରତି ମାସର କିସ୍ତି ଦେଇ ପାରିବେ ନାହିଁ । ସେଇଠି ହରଗୋବିନ୍ଦ ଙ୍କର ତିନିଟି ଝିଅ ମଧ୍ୟ ଅଛନ୍ତି , ଯାହାର ଆର୍ଥିକ ସ୍ଥିତି ଖରାପ ହେବା କାରଣରୁ ପଢା ମଧ୍ୟ ବନ୍ଦ ହୋଇ ଯାଇଥିଲା । ଏହା ପରେ ବ୍ୟାଙ୍କ ଅଫିସର ତାଙ୍କ ପରିସ୍ଥିତି ବୁଝିଲେ ଓ ତାଙ୍କ ପରିବାରର ଲୋନ ସୁଝି ଦେଲେ । କେବଳ ଏତିକି ନୁହେଁ ବରଂ ତିନି ଝିଅଙ୍କର ପଢା ଖର୍ଚ୍ଚ ମଧ୍ୟ ଉଠାଉଛନ୍ତି । ସ୍ଵର୍ଗୀୟ ହରଗୋବିନ୍ଦ ଝା ଏକ ମେଡିକାଲ ଷ୍ଟୋର ରେ କାମ କରୁଥିଲେ ଓ ସେଥିରେ ତାଙ୍କୁ କେବଳ 5 ହଜାର ଟଙ୍କା ମିଳୁଥିଲା ।

Image courtesy: Google

ହରଗୋବିନ୍ଦ ଝା ଙ୍କ ପତ୍ନୀ କହିଲେ କି “ ହାରାହାରି ତିନି ବର୍ଷ ପୂର୍ବେ ସେ ତାଙ୍କର ଘର କିଣିଥିଲେ ଓ ନିଜ ସ୍ଵପ୍ନର ଘରକୁ ନିଜ ନାମରେ କରିବା ପାଇଁ ସେ 1 ଲକ୍ଷ ଟଙ୍କାର ଲୋନ ନେଇଥିଲେ । ଏହା ପରେ ତାଙ୍କର ସ୍ଵପ୍ନ ପୁରା ହୋଇଗଲା ଓ ସେ ଟାଇମ ରେ କିସ୍ତି ମଧ୍ୟ ଭରି ଦେଉଥିଲେ କିନ୍ତୁ ଅଚାନକ ତାଙ୍କୁ ବ୍ଲଡ କ୍ୟାନ୍ସର ହୋଇଗଲା ଓ ଜୁନ 2018 ରେ ତାଙ୍କର ଦେହାନ୍ତ ହୋଇଗଲା । ମୁଁ ବହୁତ ଚେଷ୍ଟା ମଧ୍ୟ କରିଥିଲି କିନ୍ତୁ ମୋ ପାଖରେ ଏତେ ପଇସା ନଥିଲା କି ମୁଁ କିସ୍ତି ସୁଝି ପାରିବି”।

ଏମିତିରେ ଯଦି ବ୍ୟାଙ୍କ ଅଫିସର ତାଙ୍କୁ ସାହାର୍ଯ୍ୟ କରି ନଥାନ୍ତେ ତେବେ ତାଙ୍କ ଝିଅମାନେ ଆଗକୁ ବଢି ପାରିନଥାନ୍ତେ । ଏମିତି ସବୁ ମଣିଷକୁ ହେବା ଦରକାର । ପରସ୍ପରକୁ ସାହାର୍ଯ୍ୟ କରିବା ଆବଶ୍ୟକ । ପୋଷ୍ଟଟିକୁ ଅଧିକରୁ ଅଧିକ ଶେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି ।