ରାସ୍ତାରେ ବେଲୁନ ବିକୁଥିଲା ଏହି ପିଲା, ନୁସରତ ଜହାଁ ଦେଖିଲେ ତ କଲେ ଏମିତି ସୁନ୍ଦର କାମ

ତୃଣମୂଳ କଂଗ୍ରେସର ସାଂସଦ ଓ ବଙ୍ଗାଳୀ ଅଭିନେତ୍ରୀ ନୁସରତ ଜହାଁ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି । ସବୁବେଳେ ନୁସରତ ଇଂଷ୍ଟାଗ୍ରାମରେ ଫଟୋ ସେୟାର କରନ୍ତି । କିଛିଦିନ ତଳେ ନୁସରତ ତାଙ୍କର ଇଂଷ୍ଟାଗ୍ରାମରେ ଏମିତି କିଛି ଫଟୋ ସେୟାର କରିଛନ୍ତି, ଯାହା ପାଇଁ ସେ ବହୁତ ଚର୍ଚ୍ଚାରେ ଅଛନ୍ତି । ସେହି ଫଟୋରେ ନୁସରତ ଏକ ଛୋଟ ପିଲା ସହ ଫଟୋ ଛାଡିଛନ୍ତି ଯାହାକୁ ସେ ବହୁତ ଗେଲ୍ହା କରୁଛନ୍ତି ।

ନୁସରତ ପିଲାଟି ସହ ତିନୋଟି ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ ନୁସରତ ପିଲାଟିକୁ କିସ୍ କରୁଛନ୍ତି ଓ ବାକି ଦୁଇଟି ଫଟୋରେ ନୁସରତ ସେହି ପିଲାଟିକୁ ଗେଲ କରୁଛନ୍ତି । ନୁସରତ ଯେଉଁ ଛୁଆଟିକୁ ଏତେ ଭଲ ପାଉଛନ୍ତି ସେହି ଛୁଆଟି ରାସ୍ତାରେ ବେଲୁନ ବିକୁଥିଲା । ଫଟୋ ସେୟାର କରି ନୁସରତ ସେହି ପିଲାଟି ପାଇଁ ଏକ ଭଲ କ୍ୟାପ୍ସନ ମଧ୍ୟ ଲେଖିଛନ୍ତି ।

ନୁସରତ ଲେଖିଛନ୍ତି ” ବେଲୁନ ବିକୁଥିବା ଏହି ଦେଢ ବର୍ଷର ପିଲାଟି ମୋର ୱିକେଣ୍ଡକୁ ସ୍ପେଶାଲ କରିଦେଲା, ଯିଏ ବେଲୁନ ଠାରୁ ମଧ୍ୟ ଅଧିକ କଲରଫୁଲ୍” । କିଛିଦିନ ତଳେ ନୁସରତଙ୍କୁ ଡଷ୍ଟ ଏଲର୍ଜୀ ହୋଇଥିଲା ଯାହା ଫଳରେ ତାଙ୍କୁ ଏକ ଛୋଟ ଆସ୍ଥମା ଆଟାକ ଆସିଥିଲା । ସେଥିପାଇଁ ସେ କଲିକତାର ଆପୋଲୋ ହସ୍ପିଟାଲରେ ଆଡମିଡ୍ ହୋଇଥିଲେ । ଦୁଇ ଦିନରେ ତାଙ୍କ ସ୍ୱାସ୍ଥ୍ୟ ଭଲ ହୋଇଯାଇଥିଲା ।

ନୁସରତ ଜହାଁ ଏହି ବର୍ଷ ଜୁନ ୧୯ ରେ ବିଜିନେସ ମ୍ୟାନ ନିଖିଲ ଜୈନଙ୍କ ସହ ବିବାହ କରିଥିଲେ । ବିବାହ ପରେ ନୁସରତଙ୍କୁ ବହୁତ ଟ୍ରୋଲ କରାଯାଇଛି । ବିବାହ ପରେ ନୁସରତ ଏକ ବହୁତ ଭଲ ଜୀବନ ବିତାଉଛନ୍ତି ।

https://www.instagram.com/p/B5Daql0n2Pw/?utm_source=ig_embed&utm_campaign=loading