ବସ୍ ପାଲଟିଛି ଦେହଲୋଭୀଙ୍କ ଆଡ୍ଡା ସ୍ଥଳୀ, ଖୁଲମଖୁଲା ଚାଲିଛି ମଦ ମାଂସ ର ଆସର ଓ ଦେହ ବେପାର, ଦେଖିଲେ ଆଖି ବୁଜି ଦେବେ, ଦେଖନ୍ତୁ video

ବସ୍ ଭିତରେ ଆଉ ବାହାରେ ପଡିଛି ମାଳ ମାଳ ଗର୍ଭ ପ୍ରତିରୋଧକ । ବସ୍ ର ସିଟ୍ ସବୁ ଶୋଇ ରହିଛି । ଦେଖିଲେ ମନେ ହେବ ସତେ ଯେମିତି କେଉଁ ରେଡଲାଇଟ ଏରିଆ । ହେଲେ ଏହା କେଉଁ ରେଡଲାଇଟ ଏରିଆ ନୁହେଁ କି ଅଳିଆ ପକାଇବା ସ୍ଥାନ ନୁହେଁ । ବିଶ୍ଵ ପ୍ରସିଦ୍ଧ ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳର ପାର୍କିଂ ସ୍ଥାନରେ ଦେଖିବାକୁ ମିଳିଛି ଏଭଳି ଆପତ୍ତିଜନକ ଦୃଶ୍ୟ । ଏହି ଅଞ୍ଚଳରେ ପର୍ଯ୍ୟଟକ ମାନେ ଗାଡି ପାର୍କ କରି ଖଣ୍ଡଗିରିର ମନଲୋଭା ଦୃଶ୍ୟ ଦେଖିବାକୁ ଯାଆନ୍ତି ।

ହେଲେ ଏହି ପର୍ଯ୍ୟଟନ ସ୍ଥଳୀ କେତେ ସୁରକ୍ଷିତ ଏସବୁ ଚିତ୍ର ତାହା ବୟାନ କରୁଛି । ଏହି ବିଷୟକୁ ନେଇ ପୂର୍ବରୁ ମଧ୍ୟ ଖବର ପ୍ରସାରଣ ହୋଇଥିଲା । ସେହି ସମୟରେ ଖଣ୍ଡଗିରି ଅଞ୍ଚଳରେ ପଡି ରହିଥିବା ଏହି ତିନୋଟି ବସ୍ କୁ ସଫା କରି ସେଠାରୁ ଶୀଘ୍ର ହଟାଇବାକୁ କହିଥିଲେ ପ୍ରଶାସନ । ଏହାକୁ ତିନି ମାସ ବିତି ଯାଇଥିଲେ ମଧ୍ୟ ଏବେ ବି ସେହିଠାରେ ପଡିରହିଛି ବସ୍ ଓ ପୂର୍ବ ଭଳି ଚାଲିଛି ଯୌ-ନ-ପି-ପା-ସୁ ମାନଙ୍କର କୁକାର୍ଯ୍ୟ ।

ପ୍ରତିଦିନ ସୂର୍ଯ୍ୟ ଅସ୍ତ ହେବା ପରେ ଏହି ସ୍ଥାନରେ ଜମୁଛି ଅସାମାଜିକ ଲୋକଙ୍କ ଆଡ୍ଡା । କିଏ ଏଠି ମଦ ମାଂସର ଆସର ଜମାଉଛି ତ ଆଉ କିଏ ଏଠି ଦେହ ବ୍ୟବସାୟ କରୁଛି । ତେବେ କେବଳ ବସ୍ ଭିତର ଦୃଶ୍ୟ ଏଭଳି ନୁହେଁ ବସ୍ ବାହାରେ ମଧ୍ୟ ଏଭଳି ଅନେକ ଆପତ୍ତିଜନକ ଜିନିଷ ପଡିରହିଛି, ଯାହା ଦେଖିଲେ ଆପଣ ଆଖି ବୁଜି ଦେବେ ।

ଏସବୁ ଦୃଶ୍ୟ ଦେଖି ଖଣ୍ଡଗିରି ଭଳି ଐତିହ୍ୟସ୍ଥଳୀରୁ ଅନେକ ପର୍ଯ୍ୟଟକ ମୁହଁ ଫେରାଉଥିବା ଦେଖିବାକୁ ମିଳିଛି । ପର୍ଯ୍ୟଟକ ମାନଙ୍କୁ ଖଣ୍ଡଗିରି ଆସିବାକୁ ଆକୃଷ୍ଟ କରିବାକୁ ହେଲେ ପ୍ରଶାସନ ଏସବୁ ଦିଗ ପ୍ରତି ଧ୍ୟାନ ଦେବା ସହ ଉଚିତ ପଦକ୍ଷେପ ନେବା ଉଚିତ ବୋଲି ସମସ୍ତେ କହୁଛନ୍ତି । କାରଣ ଏଭଳି ଦୃଶ୍ୟ ଦେଖିଲେ ଯେ କେହି ନିଜ ପରିବାରକୁ ନେଇ ଏହି ସ୍ଥାନକୁ ଆସିବା ସୁରକ୍ଷିତ ମନେ କରିବ ନାହିଁ ।

ତେଣୁ ପ୍ରଶାସନ ଯଥା ଶୀଘ୍ର ଏହି ବସ୍ ସବୁ ସେଠାରୁ ହଟେଇ ଏହିସବୁ କାର୍ଯ୍ୟକୁ ପ୍ରଶ୍ରୟ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ଉଚିତ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।