ଜାଣନ୍ତୁ କିପରି ଏକ ବସ କଣ୍ଡକ୍ଟର ଝିଅ ହେଲେ ଆଇପିଏସ ଅଫିସର, ପ୍ରଧାନ ମନ୍ତ୍ରୀ ଓ ଗୃହ ମନ୍ତ୍ରୀ ଦେଲେ ସମ୍ମାନ

ଜୀବନରେ ସଫଳ ହେବା ପାଇଁ କେବଳ କିଛି କଥା ଜରୁରୀ ହୋଇଥାଏ, ତାହା ହେଲା ଉଦ୍ୟମ ଓ ଇଚ୍ଛା ଶକ୍ତି । ଯଦି ଆପଣଙ୍କ ମନରେ ଏହି ଦୁଇଟି ଜିନିଷ ଅଛି ଓ ଜୀବନରେ ସଫଳ ହେବା ପାଇଁ କିଛି କରିବାର ଆଶା ଅଛି ତେବେ ଆପଣ କେବେ ବି ଅସଫଳ ହେବେ ନାହିଁ । ଆପଣଙ୍କର ପରିଶ୍ରମ ଓ ଉଦ୍ୟମ ବଳରେ ଆପଣ ନିଜର ସବୁ ସ୍ଵପ୍ନକୁ ପୁରା କରି ପାରିବେ ।

ଆପଣ ଫିଲ୍ମ ରେ ଦେଖିଥିବେ କି କେମିତି ଗୋଟିଏ ପିଲା ଗୋଟିଏ ଛୋଟ ଗାଁ ଓ ଘରୁ ଆସି ଗୋଟିଏ ବଡ ପୋଲିସ ଅଫିସର ହୋଇଯାଏ ଓ ଦେଶର ସେବା କରିଥାଏ । କିନ୍ତୁ ଆମେ ଆପଣଙ୍କୁ ଜଣାଇ ଦେଉଛୁ କି ଏମିତି କେବଳ ଫିଲ୍ମ ରେ ହୋଇନଥାଏ ପରନ୍ତୁ ପ୍ରକୃତ ଜୀବନରେ ମଧ୍ୟ ଏହା କିଛି ଲୋକଙ୍କ ସହିତ ହୋଇଥାଏ ଓ ଏହା ପଛରେ ଥାଏ ତାଙ୍କର ଦୃଢ ବିଶ୍ଵାସ ଓ ପରିଶ୍ରମ । ଆଜି ଆମେ ଆପଣଙ୍କୁ ଏମିତି ଗୋଟିଏ ଝିଅ ବିଷୟରେ କହିବୁ ଯିଏ ଗୋଟିଏ ଛୋଟ ଗାଁରୁ ଆସି ଆଜି ଆଇପିଏସ ଅଫିସର ହୋଇଛି ।

ହିମାଚଳର ଊନା ର ଠଠ୍ଠଲ ଗାଁ ରେ ଜନ୍ମ ନେଇଥିବା ଶାଲିନୀ ଅଗ୍ନିହୋତ୍ରୀଙ୍କର ଜନ୍ମ ୧୪ ଜାନୁୟାରୀ ୧୯୮୯ ରେ ହୋଇଥିଲା । ପିଲା ଦିନରୁ ହିଁ ଶାଲିନୀ ଦେଶର ସେବା କରିବାର ସ୍ଵପ୍ନ ଦେଖିଥିଲେ ଓ ଆଜି ତାହା ପୁରା କରି ଦେଖାଇଛନ୍ତି । ଜଣାଇ ଦେଉଛୁ କି ଶାଲିନୀ ଆଜି ଏକ ଆଇପିଏସ ଅଫିସର ହୋଇ ସାରିଛନ୍ତି । କେବଳ ଆଇପିଏସ ଅଧିକାରୀ ନୁହେଁ ପରନ୍ତୁ ସର୍ବଶ୍ରେଷ୍ଠ ଟ୍ରେନି ର ଟାଇଟଲ ନିଜ ନାମରେ କରିଛନ୍ତି । ଶାଲିନୀ ନିଜ ବ୍ୟାଚର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଟ୍ରେନି ଭାବରେ ବଛା ଯାଇଛନ୍ତି ଯାହା ପାଇଁ ତାଙ୍କୁ ପ୍ରଧାନ ମନ୍ତ୍ରୀଙ୍କର ପ୍ରତିଷ୍ଟିତ ବେଟନ ଓ ଗୃହ ମନ୍ତ୍ରୀଙ୍କ ସର୍ବ ଶ୍ରେଷ୍ଠ ରିବଲ୍ବର ଦେଇ ତାଙ୍କୁ ସମ୍ମାନିତ କରା ଯାଇଅଛି ।

ଜଣାଇ ଦେଉଛୁ କି ଶାଲିନୀଙ୍କର ପିତା ଏଚଆରଟିସି ବସ ରେ କଣ୍ଡକ୍ଟର ଅଛନ୍ତି ଓ ମା ଗୃହିଣୀ ଅଟନ୍ତି । ଶାଲିନୀଙ୍କର ପିଲା ଦିନର ପାଠ ପଢା ଧର୍ମଶାଳାର ଡ଼ିଏଭିରୁ ହୋଇଥିଲା ଯାହା ପରେ ସେ ହିମାଚଳ ପ୍ରଦେଶର ଏଗ୍ରୀକଲଚର ଇଉନିଭର୍ସିଟି ରୁ ନିଜର ଗ୍ରାଜୁଏସନ କମ୍ପ୍ଲିଟ କରିଥିଲେ । ଯାହା ପରେ ସାଲିନି UPSC ପଢିବାକୁ ଆରମ୍ଭ କଲେ ।

ଶାଲିନୀ ୨୦୧୧ ମସିହାରେ ପରୀକ୍ଷା ଦେଲେ ଓ ରିଟିନ ରେ ଉତିର୍ଣ୍ଣ ହେବା ପରେ ୨୦୧୨ରେ ଇନ୍ଟରଭିଉ ଦେଲେ ଯାହା ସେ ପାସ କରିଲେ ଓ ତା ପରେ ସେ ଟ୍ରେନିଂ ରେ ଯାଇଥିଲେ, ସେ ନିଜ ବ୍ୟାଚ ର ଟପର ଥିଲେ । ଶାଲିନୀ କହିଥିଲେ କି ତାଙ୍କର ଏହି ସଫଳତା କେବଳ ତାଙ୍କ ଘର ଲୋକଙ୍କ ପାଇଁ । ତାଙ୍କ ମାତା ପିତା ସବୁବେଳେ ତାଙ୍କୁ ସପୋର୍ଟ କରୁଥିଲେ ଓ କେବେ ବି କୌଣସି ପ୍ରକାରର ବାଧା ଦେଇ ନଥିଲେ । ଏଥି ପାଇଁ ସେ ଆଜି ଏଠାରେ ପହଞ୍ଚି ପାରିଛନ୍ତି । ଶାଲିନୀ କହିଲେ କି ସେ ଯଦି ଆଜି କୌଣସି କେସ ର ସମାଧାନ କରିଦିଅନ୍ତି ଓ ଦୋଷିକୁ ଦଣ୍ଡ ମିଳେ ତେବେ ତାଙ୍କୁ ବହୁତ ଖୁସି ମିଳିଥାଏ ।

ଏହି ଆଇପିଏସ ଅଫିସରଙ୍କ ପାଇଁ ହୃଦୟରୁ ଗୋଟେ ଲାଇକ କରନ୍ତୁ ଓ ଶେୟାର କରନ୍ତୁ।