ଭୁବନେଶ୍ଵର ରେ ପୋଡା ହେବ ଅଚିହ୍ନା ଶବ, ଭରତପୁର ମଶାଣି ରେ ଗଦା ହେଲାଣି କାଠ

ରାଜଧାନୀରେ ପୋଡା ହେବ ବଳକା ଶବ । ସଢି ଯାଉ ଥିବାରୁ ଅଧିକ ଦିନ ଯାଏଁ ରଖି ହେବ ନାହିଁ । ଭରତପୁର ଶ୍ମଶାନରେ ଗଦା ହେଲାଣି କାଠ । ପଡିଲାନି କାଠ ସଫା ହେଲାଣି ମଶାଣି ସ୍ଥାନ ଆଉ ପ୍ରସ୍ତୁତ ହେଲେଣି BMC ଅଧିକାରୀ । ଖୁବ କମ ସମୟ ମଧ୍ୟରେ ଆରମ୍ଭ ହେବ ଶବ ଦାହ ପ୍ରକ୍ରିୟା । ଜୁଇ ରେ ଜଳିବ ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ଶବ । ଅଚିହ୍ନା ଲୋକଙ୍କର ଶବ ଦାହ କରିବ BMC ।

ହଁ ଦର୍ଶକ ବନ୍ଧୁ ଏ ହେଉଛି ସେହି ମଶାଣି ଯେଉଁ ଠାରେ କରମଣ୍ଡଳରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତ ଦେହ । ବାହାନଗା ଟ୍ରେନ ଦୁର୍ଘଟଣାକୁ 8 ଦିନ ବୀତି ଗଲାଣି । ଏହାରି ଭିତରେ ଅନେକ ଶବ ଚିହ୍ନଟ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇଛି । ହେଲେ ଏବେ ବି ଅନେକ ମୃତ ଦେହ ଚିହ୍ନଟ ନ ହୋଇ BMC ରେ ରଖା ଯାଇଛି ଯାହାକୁ ନେଇ ଚିନ୍ତାରେ ପଡିଛି ପ୍ରଶାସନ ।

ମୃତ ଦେହ ଚିହ୍ନଟ କରିବା କଷ୍ଟ ହେବାରୁ ଶବ ଗୁଡିକ କମ ଦିନ ଭିତରେ ବ୍ୟବଛେଦ ପାଇଁ ଆରମ୍ଭ କରିଛି BMC ପ୍ରସ୍ତୁତି । ଆଉ ଏହା ପରେ ଆରମ୍ଭ ହେବ ଶବ ଦାହ ।  ଏଭଳି ନିସ୍ପତି ହୋଇଛି କାରଣ ଶବ ଗୁଡିକ ଏବେ ସଢିବାକୁ ଲାଗିଲାଣି । ଯେଉଁଥି ପାଇଁ ଅଧିକ ଦିନ ଯାଏଁ ଶବ ଗୁଡିକୁ ର ଅକ୍ଷି ହେଉ ନାହିଁ । ଏବେ ବି ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ ।

ନା ସେମାନଙ୍କୁ ନେବାକୁ କେହି ଆସୁଛନ୍ତି । ସେଥିପାଇଁ BMC ଏମିତି କିଛି ପଦକ୍ଷେପ ନେବାକୁ ଯାଉଛି । ଶବ ଦାହ ପାଇଁ ସବୁ ପ୍ରସ୍ତୁତି ସରିଛି । ଭରତପୁର ମଶାଣି ରେ 11ଟି ପିଣ୍ଡି କରାଯିବା ସହ 50 କୁଇଣ୍ଟାଲ ରୁ ଅଧିକ କାଠ ମହଜୁଦ କରା ଯାଇଛି । ଖାଲି ଅପେକ୍ଷା ରହିଛି ନିର୍ଦ୍ଦେଶ କୁ । ନିର୍ଦ୍ଦେଶ ଆସିବା ମାତ୍ରେ ଆରମ୍ଭ ହେବ ଶବ ଦାହ କାମ । ତେବେ ଜୁନ 2 ତାରିଖରେ ହୋଇଥିଲା ବାହାନଗା ରେ ଟ୍ରେନ ଦୁର୍ଘଟଣା ।

ଯେଉଁଥି ରେ 275 ରୁ ଅଧିକ ଲୋକଙ୍କର ଜୀବନ ଯାଇଥିଲା । ହେଲେ ଏବେ ଆହୁରି 80 ରୁ ଅଧିକ ଲୋକଙ୍କର ମୃତ ଦେହ ଚିହ୍ନଟ କରାଯାଇ ନାହିଁ । ଯାହାକୁ ଏବେ ଦାହ କରିବାକୁ BMC ତରଫରୁ ଚାଲିଛି ପ୍ରସ୍ତୁତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।