ବୃହସ୍ପତି ଚଳିଲେ ମକର ରାଶିକୁ, ଏହି ୫ଟି ରାଶିରେ ହେବ ଧନର ବର୍ଷା

ବୃହସ୍ପତି ଉତ୍ତରାଶାଢ଼ା ନକ୍ଷତ୍ର ୨ ପାଦ ମକରକୁ ସଞ୍ଚାର କରିବେ । ବୃହସ୍ପତିଙ୍କ ଏହି ଗୋଚର କେଉଁ ରାଶୀଙ୍କ ପାଇଁ କଣ ରହିଅଛି ଆସନ୍ତୁ ଜାଣିବା । କେଉଁ ରାଶି ମାନଙ୍କ ପାଇଁ ଶୁଭଫଳ ପ୍ରଦାନ କରିବା ଓ କଣ ସବୁ ସୁଭଫଳ ପ୍ରଦାନ କରିବା ଏହା ଜାଣିବା ପାଇଁ ସମସ୍ତେ ଇଛୁକ ଥିବେ । ବୃହସ୍ପତିଙ୍କ ଗୋଚରରେ ବୃଷ, କର୍କଟ, କନ୍ୟା, ଧନୁ ଏବଂ ମିନରାଶି ମାନଙ୍କ ପାଇଁ ଶୁଭଫଳ ପ୍ରଦାନ କରିବେ ।

ବୃହସ୍ପତି ନଭେମ୍ବର ୨୦ ତାରିଖ ଦିନ ଦିବା ୧ ଘଣ୍ଟା୨୧ ମିନିଟ୍ ସମୟରେ ମକର ରାଶିକୁ ଚଳନ କରିଛନ୍ତି । ମେଷ, ବୃଷ, କର୍କଟ, କନ୍ୟା, ଧନୁ ଏବଂ ମୀନ ରଶୀଙ୍କ ଚନ୍ଦ୍ର ଶୁଦ୍ଧି ପାଇଁ ଶୁଭଫଳ ପ୍ରଦାନ କରିବେ । ଗ୍ରହ ନକ୍ଷତ୍ର ମାନଙ୍କର ପ୍ରଭାବ ଆମ ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ । ଗ୍ରହ ନକ୍ଷତ୍ର ପରିବର୍ତ୍ତନ ଦ୍ଵାରା ଆମ ଜୀବନରେ ବହୁତ୍ ପରିବର୍ତ୍ତନ ହୋଇଥାଏ ।

ବହୁ ଦିନ ପରେ ଗୁରୁ ଗ୍ରହ ଚଳନ ହେଇଚି । ଯାହାର ପ୍ରଭାବ ଅନ୍ୟ ମାନଙ୍କ ଉପରେ ମଧ୍ୟ ପଡ଼ିବ । ବହୁ ବର୍ଷ ପରେ ପରିବର୍ତ୍ତନ ହେବା ଦ୍ବାରା କିଛି ରାଶିଙ୍କ ପାଇଁ ଏହା ସୌଭାଗ୍ୟ ଶାଳୀ ହେବ । ଆଜି ଆମେ ଆପଣଙ୍କୁ ସେହି ରାଶି ବିଷୟରେ ଆପଣମାନଙ୍କୁ ଜଣାଇବୁ । ଯେଉଁ ମାନଙ୍କ ଉପରେ ଗୁରୁ ଗ୍ରହଙ୍କର ରାଶି ପରିବର୍ତ୍ତନ ଶୁଭ ପ୍ରଭାବ ରହିବ ।

ବୃଷ ରାଶି- ଏହି ରାଶି ବ୍ୟକ୍ତି ମାନଙ୍କ ସମସ୍ତ ମନୋସ୍କାମନା ପୁରଣ ହେବ । କଷ୍ଟ କାମ ମଧ୍ୟ ସହଜରେ ହୋଇଯିବ । ଗୁରୁ ଗ୍ରହଙ୍କ ଶୁଭ ଦୃଷ୍ଟି ଏମାନଙ୍କ ଜୀବନରେ ସୁଖ ଶାନ୍ତି ଭାରି ଦେବ ।

କର୍କଟ ରାଶି – ବୃହସ୍ପତି ଚଳନ ଯୋଗୁଁ ବହୁତ୍ କିଛି ସକାରାତ୍ମକ ଭାବନା ମନକୁ ଆସିବ । ଧନଧାନ୍ୟ ବୃଦ୍ଧି ଘଟିବ । ପାରିବାରିକ ଜୀବନରେ ହଜି ଯାଇଥିବା ଖୁସି କୁ ଫେରିପାଇବେ । କୌଣସି ନୂଆ କାମ ଆରମ୍ଭ କରିବା ନିମନ୍ତେ ଏହି ସମୟ ଅନୁକୂଳ ଅଟେ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ବହୁତ ଭଲ ଅଟେ ।

କନ୍ୟା ରାଶି- ଜୀବନରେ ନୂଆ ନୂଆ ଅନୁଭୂତି ମିଳିବା ସହିତ କାର୍ଯ୍ୟ କ୍ଷେତ୍ରରେ ନିଜର ନୂଆ ସ୍ଥାନ ବନେଇପାରିବେ । ନିଜର ଦେଲି ରୁଟିନ ରୁ ସମୟ କାଢି ନିଜର କିଛି କାମରେ ଲଗାଇ ପାରିବେ । ଅପାର ଧନ ପ୍ରାପ୍ତିର ସୁଯୋଗ ରହିଛି ।

ଧନୁ ରାଶି- ପରିବାରରେ ଖୁସିର ବାତାବରଣ ଲାଗିରହିିବ । ଆତ୍ମବିଶ୍ବାସ ର ଉନ୍ନତି ପରିଲିଖିତ୍ ହେବ । ଅଟକି ରହିଥିବା ସମସ୍ତ କାର୍ଯ୍ୟ ପୂରଣ ହେବ । ଜୀବନରେ ଧନ ଲାଭ ସହିତ ପରିବାରରେ ସୁଖଶାନ୍ତି ର ବାତାବରଣ ଲାଗି ରହିବ ।

ମୀନ ରାଶି- ଅଟକି ରହିଥିବା ସମସ୍ତ କାର୍ଯ୍ୟ ପୂରଣ ହେବାର ଲାଗିବ । ଧନ ଉପାର୍ଜନ ର ମାର୍ଗ ଫିଟିଯିବ । ଏହି ରାଶି ପାଇଁ ସବୁଠାରୁ ଅଧିକ ଶୁଭଫଳ ମିଳିବ ଗୁରୁଗ୍ରହଙ୍କ ଚଳନ ହେତୁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।