ଆଜିର ରାଶିଫଳ, 22 ନଭେମ୍ବର 2020, ରବିବାର, ସୂର୍ଯ୍ୟଦେବଙ୍କ କୃପା ରହିବ ଏହି ୪ଟି ରାଶି ଉପରେ, ସବୁ କ୍ଷେତ୍ରରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ । ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୨୨ ନଭେମ୍ବର ୨୦୨୦ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ

ଆଜି ଆପଣଙ୍କ ପ୍ରିୟ ଆପଣଙ୍କ ସହିତ ସମୟ ବିତାଇବା ପାଇଁ ଏବଂ ଉପହାର ଆଶା କରି ପାରନ୍ତି । କ୍ୟାରିୟର କ୍ଷେତ୍ରରେ ଆପଣଙ୍କର ଭଲ ଆକାଂକ୍ଷା ପୁରା ହେବ । ଭାଗ୍ୟ ଆପଣଙ୍କ ସହିତ ଅଛି । ଆପଣ ଏହାର ଅଧିକ ଲାଭ ଉଠାଇବାକୁ ଚେଷ୍ଟା କରନ୍ତୁ । କାର୍ଯ୍ୟ କ୍ଷେତ୍ରରେ କୌଣସି ଗମ୍ଭୀର ସମସ୍ୟା ସୃଷ୍ଟି ହୋଇପାରେ । ବାପା ମାଆଙ୍କ ରୋଜଗାରରେ ବୃଦ୍ଧି ହେବ । ସରକାରୀ କାମରେ ଆପଣଙ୍କର ବିଜୟ ହେବ । ଘର ପାଇଁ କୌଣସି ବଡ ଜିନିଷ କିଣି ପାରନ୍ତି, ଯାହାଦ୍ୱାରା ଆପଣଙ୍କ ଘରର ଶୋଭା ବଢିବ ।

ବୃଷ

ଆଜି ଦିନ ଆପଣଙ୍କୁ କିଛି କରି ଦେଖାଇବାର ସୁଯୋଗ ଦେବ । ଯଦି ଆପଣ ନିଜ ସ୍ଵପ୍ନକୁ ପୁରା କରିବା ପାଇଁ ଚାହୁଁଛନ୍ତି ତାହେଲେ ସେଥିପାଇଁ ମଧ୍ୟ ଆଜି ଅନୁକୂଳ ସମୟ ଅଛି । ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ମାନାସିକ ଚିନ୍ତା ରହିବ । ସରକାରୀ ଲାଭ ମିଳିବାର ମଧ୍ୟ ଯୋଗ ଅଛି । କାର୍ଯ୍ୟ କ୍ଷେତ୍ରରେ ବ୍ୟସ୍ତ ରହିବେ ଏବଂ କାମର ଭାର ଆପଣ ମାନଙ୍କୁ ଚିନ୍ତା ଦେଇପାରେ । ଆଜି ଦିନରେ ଆପଣଙ୍କର ଆନ୍ତରାଷ୍ଟ୍ରୀୟ କାରୋବାର ସଫଳ ରହିବ ଏବଂ ଏଥିରେ ବିସ୍ତାର ହେବାର ସମ୍ଭାବନା ମଧ୍ୟ ଅଛି । ପରିବାରରେ ବୟସ୍କ ବ୍ୟକ୍ତି ମାନଙ୍କର ସହଯୋଗ ସବୁଠାରୁ ଅଧିକ ମିଳିବ ।

ମିଥୁନ

ଆଜି ଯାତ୍ରାର ଆୟୋଜନ ସଫଳ ହେବ ନାହିଁ । କଳାକାର, କାରିଗର ଏବଂ ଲେଖକ ମାନଙ୍କୁ ନିଜର ପ୍ରତିଭା ଦେଖାଇବାକୁ ସୁଯୋଗ ମିଳିବ । ଛୋଟ ଯାତ୍ରାରେ ଯାଇ ପାରନ୍ତି । ବାପାଙ୍କ ସ୍ୱାସ୍ଥ୍ୟ ଚିନ୍ତାର କାରଣ ହେବ । ଛୋଟ ଭାଇ ଭଉଣୀଙ୍କ ସହିତ ଝଗଡା ହୋଇପାରେ । ଅଫିସରେ ଅଧିକ ସମୟ ବିତାଇବା ଦ୍ଵାରା ଘରେ ସମସ୍ୟା ସୃଷ୍ଟି କରିପାରେ । ଲୋକ ମାନଙ୍କ ଉପରେ ଭରସା କରିବା ବନ୍ଦ କରନ୍ତୁ, କାରଣ ସେମାନେ ଆପଣଙ୍କର ବୁଦ୍ଧିମତ୍ତାର ଉପଯୋଗ କରୁଛନ୍ତି । ନିବେଶ ଆପଣଙ୍କ ଆୟକୁ ବଢାଇ ପାରେ ।

କର୍କଟ

ଏହି ରାଶିର ଲୋକ ଆଜି ନିଜର କାମ ଉପରେ ଧ୍ୟାନ ଦେବେ । କ୍ୟାରିୟର ନୂଆ ମୋଡ ନେଇପାରେ । ଆପଣ ନିଜର ମନୋଭାବକୁ ସଚ୍ଚୋଟ ଏବଂ ଖୋଲା ରଖ । ପ୍ରିୟଙ୍କ ଭାବନାକୁ ଧ୍ୟାନ ଦେବେ । ଗୁରୁତ୍ଵପୂର୍ଣ ଲୋକଙ୍କ ସହିତ ଆପଣଙ୍କର ଦେଖା ହୋଇପାରେ । କାର୍ଯ୍ୟ କ୍ଷେତ୍ରରେ ସମ୍ପର୍କର ଲାଭ ମିଳିବ । ଚାକିରି ପରିବର୍ତ୍ତନ କରିବାର ବିଚାର କରିବେ । ଛାତ୍ରମାନଙ୍କର ପରିଶ୍ରମ ରଙ୍ଗ ଆଣିବ । ବନ୍ଧୁଙ୍କର ସମ୍ପୂର୍ଣ ସହଯୋଗ ମିଳିବ । ବେପାରରେ ବିସ୍ତାର ହେବ । ଆପଣ ଆରାମ ଅନୁଭବ କରିବେ କାରଣ ମାଆଙ୍କ ସ୍ଵାସ୍ଥ୍ୟରେ ସୁଧାର ଆସିବ ।

ସିଂହ

ପରିବାର ସହିତ ସାମାଜିକ ଗତିବିଧି ଆଜି ସମସ୍ତଙ୍କୁ ଖୁସି ରଖିବ । ପାରିବାରିକ ଜୀବନକୁ ଅଧିକ ସମୟ ଦେବା ସହିତ ଧ୍ୟାନ ମଧ୍ୟ ଦିଅନ୍ତୁ । ଶାରୀରିକ କଷ୍ଟ ଦେଖାଦେଇ ପାରେ । ଚାକିରିରେ ପ୍ରଗତି ମିଳିବାର ଯୋଗ ଅଛି । ନିୟମିତ ଆଧାରରେ ପ୍ରଦର୍ଶନରେ ଭଲ ସୁଧାର ହେବ । ନିଜ ଲଭ ପାର୍ଟନରଙ୍କ ସହିତ ରୋମାଣ୍ଟିକ ସମୟ ଅତିବାହିତ କରିବା ସମୟରେ କୌଣସି ଝଗଡା କରନ୍ତୁ ନାହିଁ । ଜୀବନସାଥିଙ୍କ ସହିତ କୌଣସି କଥା ପାଇଁ ମତଭେଦ ହୋଇପାରେ । ସ୍ଵଭାବରେ ଚିଡଚିଡା ଦେଖିବାକୁ ମିଳିବ ।

କନ୍ୟା

ହନୁମାନଙ୍କ କୃପାରୁ ବିଗିଡି ଯାଇଥିବା ଏବଂ ଅଟକି ଥିବା କାମ ଦ୍ରୁତଗତିରେ ପୁରା ହେବ । କୌଣସି ବି ପ୍ରକାରର ନିବେଶ କରିବା ପୂର୍ବରୁ ସେହି ବ୍ୟକ୍ତିଙ୍କ ବିଷୟରେ ଭଲ ଭାବରେ ବୁଝି ନିଅନ୍ତୁ । ଗାଡି ଚଲାଇବା ସମୟରେ ସମ୍ପୂର୍ଣ ସାବଧାନ ରୁହନ୍ତୁ । ଶଶୁରଘର ତରଫରୁ ଆର୍ଥିକ ଲାଭ ମିଳିବାର ଯୋଗ ଅଛି । ନୂଆ ଯୋଜନା କରିବେ । କୌଣସି ନୂଆ କାମ ଆରମ୍ଭ ହୋଇପାରେ । ସାଂସାରିକ ସୁଖ ସୁବିଧାରେ କମି ଆସିବ ଏବଂ ନିଜର ଲକ୍ଷକୁ ପାଇବାରେ ବାଧା ଆସିବ । ଯେଉଁ ଲୋକ ଅବିବାହିତା ଅଛନ୍ତି ତାଙ୍କ ଜୀବନରେ କୌଣସି ନୂଆ ବ୍ୟକ୍ତିଙ୍କ ପଦାର୍ପଣ ହୋଇପାରେ ।

ତୁଳା

ଆଜି ଜିଦ ଛାଡି ସମାଧାନକାରୀ ଭାବରେ ରୁହନ୍ତୁ ଆପଣଙ୍କ ପାଇଁ ଭଲ ହେବ । ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ, ଡକ୍ଟରଙ୍କ ଠାରୁ ପରାମର୍ଶ ନିଅନ୍ତୁ । ଆପଣ ଆପଣଙ୍କ ବିରୋଧୀ ମାନଙ୍କ ଉପରେ ପ୍ରଭାବୀ ରହିବେ । କାର୍ଯ୍ୟ କ୍ଷେତ୍ରରେ ଛୋଟ ସମସ୍ୟା ହୋଇପାରେ କିନ୍ତୁ ବିଚଳିତ ନହୋଇ ଆଗକୁ ବଢନ୍ତୁ, ନିଶ୍ଚିନ୍ତ ସଫଳତା ମିଳିବ । ସମ୍ପତ୍ତି କିଣିବାର ଯୋଗ ଅଛି । ନିଜ ପରିବାରକୁ ଏହି କଥାର ଅନୁଭବ କରାଇବେ କି ଆପଣ ସେମାନଙ୍କର ଧ୍ୟାନ ରଖୁଛନ୍ତି । ଆପଣଙ୍କର ସକାରାତ୍ମକ ଭାବନା ଆପଣଙ୍କୁ ଭଲ ଫଳ ଦେବ ।

ବିଛା

ଆଜି ଦିନ ଆପଣଙ୍କ ପାଇଁ ବହୁତ ବ୍ୟସ୍ତ ରହିବ, କିମ୍ବା ଆପଣଙ୍କ ପାଖକୁ କେହି ଅତିଥି ଆସିବେ କିମ୍ବା ଆପଣ କୌଣସି ଯାତ୍ରାରେ ଯାଇ ପାରନ୍ତି । ଆତ୍ମବିଶ୍ଵାସରେ ବୃଦ୍ଧି ହେବ । ପାରିବାରିକ ଜୀବନ ସାମାନ୍ୟ ରହିବ । ବୈବାହିକ ଲୋକଙ୍କ ଜୀବନରେ ଖୁସି ଭରି ରହିବ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଭଲ ସମୟ ଆସିବ । ମନ ଅଶାନ୍ତ ରହିବ । ଏହି କାରଣରୁ ପ୍ରତିକ୍ରିୟା ତେଜ ହୋଇପାରେ ଯେଉଁଥିରେ ସମସ୍ୟା ଆସିପାରେ ।

ଧନୁ

ଆଜି ଆପଣଙ୍କ ଯାତ୍ରା ମନୋରଞ୍ଜନ ରହିବ । କୌଣସି ବଡ ଯୋଜନା ଏବଂ ବିଚାର ମାଧ୍ୟମରେ ଆପଣଙ୍କ ଧ୍ୟାନ ଆକର୍ଷିତ ହୋଇପାରେ । ବହୁତ ଶୀଘ୍ର ରାଗ ଆସିବ ଯାହା କୌଣସି ଝଗଡାର କାରଣ ହୋଇପାରେ । ବୈବାହିକ ଜୀବନରେ ମଧ୍ୟ ଝଗଡା ହୋଇପାରେ । ନିଜ କାମ ପ୍ରତି ସତର୍କ ରହିବାର ସମୟ ଅଟେ । ସରକାରୀ କାମରେ ଲାଭ ମିଳିବ । ବ୍ୟବସାୟରେ ବୃଦ୍ଧି ହେବ ଏବଂ ସାମାଜିକ ପ୍ରତିଷ୍ଠା ମଧ୍ୟ ବଢିବ । ସାମାଜିକ କାମରେ ମାନ ପ୍ରତିଷ୍ଠାରେ ଲାଭ ହେବ ।

ମକର

ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ, କିନ୍ତୁ ଅଧିକ ଟଙ୍କା ଖର୍ଚ ହେବା କାରଣରୁ ଆପଣଙ୍କ ଯୋଜନାରେ ବାଧା ସୃଷ୍ଟି ହୋଇପାରେ । ଆପଣଙ୍କର ହଜି ଯାଇଥିବା ପ୍ରେମ ଆପଣଙ୍କୁ ମିଳିବ । ଯାତ୍ରା କରି ପାରନ୍ତି ଯେଉଁଥିରେ ଆପଣଙ୍କୁ ସଫଳତା ମିଳିବ । ଚାକିରିରେ ଲାଭ ହେବାର ଯୋଗ ଅଛି ଏବଂ ଏହା ସହିତ ସ୍ଥାନ ପରିବର୍ତ୍ତନ ମଧ୍ୟ ହୋଇପାରେ । ରାସ୍ତାରେ ସାବଧାନ ହୋଇ ଚାଲନ୍ତୁ । ମୌଜ ମସ୍ତି ଏବଂ ମନୋରଞ୍ଜନ ସହିତ ଆପଣ ଲିପ୍ତ ରହିବେ ।

କୁମ୍ଭ

ଆଜି ଯାତ୍ରା କରିବା ଲାଭକାରୀ କିନ୍ତୁ ମହଙ୍ଗା ପ୍ରମାଣିତ ହେବ । ବିବାହ ପ୍ରସ୍ତାବ ମିଳିପାରେ । ସାମାଜିକ ସ୍ତରରେ ମାନ ସଂମ୍ମାନ ମିଳିବ । ସାଙ୍ଗ ମାନଙ୍କ ସହିତ ବାହାରକୁ ବୁଲିଯିବା ପାଇଁ ଯୋଜନା କରି ପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ବାତାବରଣ ଅନୁକୂଳ ରହିବ । ଆଘାତ, ଚୋରୀ ଏବଂ ବିବାଦ ଦ୍ଵାରା ହାନି ସମ୍ଭବ ଅଟେ । କାର୍ଯ୍ୟ କ୍ଷେତ୍ରରେ ଉର୍ଣ୍ଣତିର ସୁଯୋଗ ମିଳିବ । ବେପାରୀ କୌଣସି ନୂଆ କାରବାର ଆରମ୍ଭ କରି ପାରନ୍ତି । ଜୀବନସାଥିଙ୍କ ସହିତ ମତଭେଦ ହୋଇପାରେ ।

ମୀନ

ଆଜି କାମରେ ବ୍ୟସ୍ତ ରହିବେ । ଇଛାଶକ୍ତିର କମି ଆପଣଙ୍କୁ ଭାବନାତ୍ମକ ଏବଂ ମାନସିକ ଚିନ୍ତା ଦେଇପାରେ । ଚାକିରି ଆପଣଙ୍କୁ ନିଜର ସୃଜନଶୀଳତା ଦେଖାଇବାକୁ ମୌକା ମିଳିବ ଏବଂ ଏହା ଅନ୍ୟକୁ ଆଶ୍ଚର୍ଯ୍ୟ କରିପାରେ । ଖେଳରେ ଆପଣଙ୍କୁ ଆପଣଙ୍କ ପ୍ରତିଭା ଦେଖାଇବାକୁ ସୁଯୋଗ ମିଳିବ । ବିବାଦ ଠାରୁ ଦୂରେଇ ରୁହନ୍ତୁ । ଶେୟାର ବଜାରରୁ ଭଲ ପରିଣାମ ମିଳିବ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।