ଭାରତୀୟ ମହିଳା କ୍ରିକେଟ ଦଳ ଇଂଲଣ୍ଡ ମାଟିରେ ଇତିହାସ ରଚିଛି । ଇଂଲଣ୍ଡକୁ ୩-୦ ରେ ମାତ୍ ଦେଇ ପ୍ରଥମ ଥର ପାଇଁ ଇଂଲଣ୍ଡ ମାଟିରେ ସିରିଜ ବିଜୟୀ ହୋଇଛି ଇଣ୍ଡିଆ ମହିଳା କ୍ରିକେଟ ଦଳ । ଭାରତୀୟ ଦ୍ରୁତ ମହିଳା ବୋଲର ଝୁଲଣ ଗୋସ୍ଵାମୀଙ୍କର ଏହା ଶେଷ ମ୍ଯାଚ ଥିବାରୁ ଶେଷ ଦିନିକିଆ ମ୍ଯାଚ ଅଧିକ ସ୍ମରଣୀୟ ହୋଇଥିଲା । ଏହି ମ୍ଯାଚରେ ବିଜୟ ଝୁଲଣ ଗୋସ୍ଵାମୀଙ୍କ ଶେଷ ମ୍ଯାଚକୁ ଆହୁରି ସ୍ମରଣୀୟ କରିଛି । ହେଲେ ଏହି ମ୍ଯାଚକୁ ନେଇ ଅନେକ ଆଲୋଚନା ଓ ସମାଲୋଚନା ମଧ୍ୟ ଚାଲିଛି ।
ଦୀପ୍ତି ଶର୍ମାଙ୍କ ରନ୍ ଆଉଟକୁ ନେଇ ଆରମ୍ଭ ହୋଇଛି ଏହି ବିବାଦ । କାରଣ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ଚାର୍ଲି ଡିନଙ୍କୁ ରନ ଆଉଟ କରି ଭାରତକୁ ଏହି ବିଜୟ ଭେଟି ଦେଇଥିଲେ ଦୀପ୍ତି ଶର୍ମା । ଦୀପ୍ତି ଶର୍ମା ଯେଉଁ ଭଳି ଚାର୍ଲି ଡିନଙ୍କୁ ରନ ଆଉଟ କଲେ ତାହା ଆଇସିସି ର ନିୟମ ଅନୁଯାୟୀ ବୈଧ । ପୂର୍ବରୁ ମଧ୍ୟ ଏହିଭଳି ଅନେକ କ୍ରିକେଟର ଆଉଟ ହୋଇ ପାଭିଲିୟନ ଫେରିଛନ୍ତି । କିନ୍ତୁ ଇଂଲଣ୍ଡର କ୍ରିକେଟର ଏହାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ।
କାରଣ ଇଂଲଣ୍ଡ ବିଜୟ ଆଡକୁ ଅଗ୍ରସର ହେଉଥିବା ବେଳେ ଦୀପ୍ତି ଶର୍ମା ନାଟକୀୟ ଢଙ୍ଗରେ ଚାର୍ଲି ଡିନଙ୍କୁ ଆଉଟ କରିଥିଲେ । ଆଉ ସେ ଆଉଟ ହେବାସହ ଇଂଲଣ୍ଡର ଇନିଂସ ଶେଷ ହୋଇଥିଲା ଏବଂ ଭାରତ ଦିନିକିଆ ସିରିଜର ବିଜୟୀ ହୋଇଥିଲା । ତେବେ ଏଭଳି ରନ୍ ଆଉଟକୁ ନେଇ ଇଂଲଣ୍ଡର କ୍ରିକେଟର ଷ୍ଟୁଆର୍ଟ ବ୍ରଡ କହିଛନ୍ତି, ବ୍ୟକ୍ତିଗତ ଭାବେ ମୋତେ ଏଭଳି ଅନ୍ଦାଜରେ ଜିତିବା ପସନ୍ଦ ନୁହେଁ । କିନ୍ତୁ ଯଦି କେହି ଏଭଳି ଆଉଟକୁ ନେଇ ଖୁସି ହେଉଥାନ୍ତି ତେବେ ଏଥିରେ ମଧ୍ୟ ମୁଁ ଖୁସି ।
ସେହିଭଳି ଆଉ ଜଣେ କ୍ରିକେଟର ଜେମ୍ସ ଆଣ୍ଡରସନ କହିଛନ୍ତି, ଖେଳାଳିମାନେ ଏଭଳି କରିବାର କଣ ଆବଶ୍ୟକତା ରହିଛି ତ୍ସାହ ମୁଁ ବୁଝିପାରେନି ?” ସେହିଭଳି ଇଂଲଣ୍ଡର ଆଉ ଜଣେ କ୍ରିକେଟର ସାମ ବିଲିଙ୍ଗସ୍ କହିଛନ୍ତି, “ବୋଲର ଷ୍ଟ୍ରାଇକର ଏଣ୍ଡକୁ ବି ଦେଖୁ ନାହାନ୍ତି ।” କିଛି ଏଭଳି ଢଙ୍ଗରେ ଇଂଲଣ୍ଡର କ୍ରିକେଟରମାନେ ଦୀପ୍ତି ଶର୍ମାଙ୍କୁ ଟାର୍ଗେଟ କରିଛନ୍ତି । ହେଲେ ଅନ୍ୟପଟେ ଭାରତୀୟ କ୍ରିକେଟର ଦୀପ୍ତିଙ୍କ ସମର୍ଥନରେ ବାହାରିଛନ୍ତି ।
ବିରେନ୍ଦ୍ର ସେହୱାଗ ନିଜ ଟ୍ବିଟ ମାଧ୍ୟମରେ ଇଂଲଣ୍ଡ କ୍ରିକେଟରଙ୍କ ମୁହଁ ଚୁପ୍ କରି ଦେଇଛନ୍ତି । ସେ ଆଇସିସି ର ନିୟମ ବାବଦରେ ଏକ ଟ୍ବିଟ ସେଯାର କରିଛନ୍ତି । ଗୋଟିଏ ଫଟୋରେ ସେହୱାଗ ଲେଖିଛନ୍ତି, “କ୍ରୀଡାର ଉଦ୍ଭାବନ କର ଆଉ ନିୟମ ଭୁଲିଯାଅ ।” ଇଂଲଣ୍ଡର ଜାତୀୟ ପତାକା ଚିହ୍ନ ରଖି ସେହୱାଗ ଏଭଳି କହିଛନ୍ତି ।
ସେହିଭଳି ପୋଷ୍ଟର ଆଉ ଏକ ଫଟୋରେ ଆଇସିସି ର ରନ୍ ଆଉଟ ନିୟମ ଶେୟାର କରିସେହୱାଗ ଲେଖିଛନ୍ତି, “ଶୋଚନୀୟ ଭାବେ ହାରିବା ପରେ ଇଂଲଣ୍ଡର କିଛି ଲୋକଙ୍କୁ ଦେଖି ହସ ଲାଗୁଛି ।” ସେହୱାଗଙ୍କ ଭଳି ଅଶ୍ଵିନୀ ମଧ୍ୟ ଦୀପ୍ତି ଶର୍ମାଙ୍କ ସପକ୍ଷରେ ବାହାରିଛନ୍ତି । ଅଶ୍ଵିନୀ ଲେଖିଛନ୍ତି, “ମୋତେ କାହିଁକି ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି ?
ଆଜି ରାତିର ହିରୋ ହେଉହାନ୍ତି ଦୀପ୍ତି ଶର୍ମା ।” କ୍ରିକେଟରଙ୍କ ସମେତ ଅନେକ କ୍ରିକେଟ ପ୍ରେମୀ ମଧ୍ୟ ଦୀପ୍ତିଙ୍କ ରନ୍ ଆଉଟକୁ ସମର୍ଥନ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।