ବ୍ରିଟେନର ପ୍ରିନ୍ସ ଚାଲ୍ସଙ୍କ କରୋନା ଟେସ୍ଟ ପଜିଟିବ, ପତ୍ନୀ ସହ ପରିବାର ବି ଆଇସୋଲେଶନରେ

କରୋନା ଭାଇରସ ବର୍ତ୍ତମାନ ସାରା ଦୁନିଆକୁ ନିଜ ଅଧୀନରେ ନେବାକୁ ଲାଗିଛି । ଏହା ମଧ୍ୟରେ ଏହାର ପ୍ରଭାବରୁ ବ୍ରିଟେନର ରାଜ ପରିବାର ବି ବଞ୍ଚି ପାରି ନାହାନ୍ତି । ଖବର ଅନୁସାରେ ରାଜ ପରିବାରର ସଦସ୍ୟ ପ୍ରିନ୍ସ ଚାଲ୍ସଙ୍କ କରୋନା ଟେସ୍ଟ ପଜିଟିବ ବାହାରିଛି । ଏହା ପରେ ତାଙ୍କୁ, ତାଙ୍କର ପତ୍ନୀ ଓ ପରିବାରକୁ ଆଇସୋଲେଶନରେ ରଖା ଯାଇଛି ।

ସୂଚନା ଅନୁସାରେ ୭୧ ବର୍ଷୀୟ ପ୍ରିନ୍ସ ଚାଲ୍ସଙ୍କ ମଧ୍ୟରେ କରୋନା ଭାଇରସର ଲକ୍ଷଣ ମିଳିଥିଲା । ଏହା ପରେ ଟେସ୍ଟରେ ବି ସେ ପଜିଟିବ ବାହାରିଲେ । କିନ୍ତୁ ବର୍ତ୍ତମାନ କୁହାଯାଉଛି କି ତାଙ୍କର ସ୍ୱାସ୍ଥ୍ୟରେ ସ୍ଥିରତା ଆସିଛି ଓ ସେ ଭଲ ଅଛନ୍ତି ବୋଲି କୁହାଯାଉଛି । ଆପଣଙ୍କୁ କହିଦେଉଛୁ କୁ ବ୍ରିଟେନରେ କରୋନା ଭାଇରସ କାରଣରୁ ମୃତ୍ୟୁ ସଂଖ୍ୟା ୪୨୨ ହୋଇ ଯାଇଛି ।

ବ୍ରିଟେନର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଙ୍ଗଳବାର ଦିନ ଏକ ବକ୍ତବ୍ୟ ଜାରି କରିଥିଲେ କି ଗତ ୨୪ ଘଣ୍ଟା ମଧ୍ୟରେ କରୋନାର ୧୪୨୭ଟି ନୂଆ ମାମଲା ସାମ୍ନାକୁ ଆସିଛି । ଯାହା ଦ୍ଵାରା ଦେଶରେ କରୋନା ସଂକ୍ରମିତ ଲୋକମାନଙ୍କ ସଂଖ୍ୟା ବଢି ୮୦୭୭ ହୋଇ ଯାଇଛି । ବ୍ରିଟେନରେ ଗୋଟିଏ ଦିନରେ କରୋନା କାରଣରୁ ୮୭ ଜଣ ଲୋକଙ୍କ ମୃତ୍ୟୁ ହେଉଛି ।

ବ୍ରିଟେନରେ ବର୍ତ୍ତମାନ ପର୍ଯ୍ୟନ୍ତ ୯୦,୪୩୬ ଲୋକମାନଙ୍କ କରୋନା ଯାଞ୍ଚ ହୋଇ ସାରିଛି । ଯେଉଁଥିରେ ୮୦୭୭ ଲୋକମାନେ ପଜିଟିବ ବାହାରିଛନ୍ତି । ବ୍ରିଟେନର ସ୍ୱାସ୍ଥ୍ୟ ସଚିବ ମ୍ୟାଟ ହ୍ୟାନକକ କହିଲେ କି ଏହି ମହାମାରୀ ସହ ଲଢିବା ପାଇଁ ପ୍ରଦର୍ଶନୀ କେନ୍ଦ୍ର ଏକ୍ସେଲ ସେଂଟର ୪୦୦୦ ବେଡ କ୍ଷମତା ବାଲା ଏକ ଅସ୍ଥାୟୀ ହସ୍ପିଟାଲ ତିଆରି କରାଯାଇଛି ।

କରୋନା ଭାଇରସର ପ୍ରକୋପକୁ କମ କରିବା ପାଇଁ ବ୍ରିଟେନ ସରକାର ସେବା ନିବୃତ ହୋଇସାରିଥିବା ୧୧,୫୦୦ ମେଡିକାଲ ସ୍ଟାଫଙ୍କୁ ପୁଣି ଥରେ ଡିୟୁଟିକୁ ଫେରାଇ ଆଣିବା ପାଇଁ ନିଷ୍ପତି ନେଇଛନ୍ତି । ଯେଉଁଥିରେ ୨୬୬୦ ଡାକ୍ତର ଓ ୬୧୪୭ ନର୍ସ ସାମିଲ ଅଛନ୍ତି ।