ଆମେରିକାରେ ଅବସ୍ଥା ବେକାବୁ, ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ୧୩୩୫୫ ନୂଆ କେସ, ବର୍ତ୍ତମାନ ପର୍ଯ୍ୟନ୍ତ ୧୦୨୭ଙ୍କ ମୃତ୍ୟୁ

ଆମେରିକାରେ ଗତ ୪ ଦିନ ହେବ ସବୁଦିନ ୧୦,୦୦୦ରୁ ବି ଅଧିକ କରୋନା ଭାଇରସ ସଂକ୍ରମଣର ନୂଆ କେସ ସାମ୍ନାକୁ ଆସୁଛି । ବୁଧବାର ଦିନ ଆମେରିକାରେ କରୋନା ସଂକ୍ରମଣ ଦ୍ଵାରା ୧୩୩୫୫ ନୂଆ ମାମଲା ସାମ୍ନାକୁ ଆସିଛି । ଯାହା ଦ୍ଵାରା ଆମେରିକାର ଏହି ସଂକ୍ରମଣର ସଂଖ୍ୟା ବଢି ୬୮,୪୮୯ ହୋଇ ଯାଇଛି । କହିବାକୁ ଗଲେ ଗତକାଲି ଆମେରିକାରେ ଏହି ସଂକ୍ରମଣରେ ୨୪୭ ଲୋକଙ୍କ ମୃତ୍ୟୁ ହୋଇଛି ଓ ମୃତ୍ୟୁର ସଂଖ୍ୟା ୧୦୩୨ରେ ପହଞ୍ଚି ଯାଇଛି ।

କେବଳ ନ୍ୟୁୟର୍କରେ ହିଁ ୩୫୦୦୦ରୁ ଅଧିକ କରୋନା ସଂକ୍ରମଣର ମାମଲା ସାମ୍ନାକୁ ଆସିଛି । ଏହା ଛଡା ନ୍ୟୁୟର୍କର ଡାକ୍ତରମାନେ ଆମେରିକା ସରକାରଙ୍କୁ ଏହା ଚେତାବନୀ ଦେଇଛନ୍ତି କି କେବଳ ୩ ଦିନ ପାଇଁ ହିଁ ଭେଣ୍ଟିଲେଟର୍ସ ଓ ଦରକାରୀ ଔଷଧ ଅଛି ।

CNN ସହ କଥା ହୋଇ ନ୍ୟୁୟର୍କର ସିଟି ଡାକ୍ତର କହିଲେ କି ବର୍ତ୍ତମାନ ହସ୍ପିଟାଲରେ ରୋଗୀମାନଙ୍କୁ ଆଡମିଟ କରିବା ପାଇଁ ଜାଗା ହିଁ ବଞ୍ଚି ନାହିଁ । ସବୁ ହସ୍ପିଟାଲରେ ୨୪ ଘଣ୍ଟା ପୁରା ସ୍ଟାଫ ବିନା ଛୁଟିରେ କାମ କରୁଛନ୍ତି । କିନ୍ତୁ ବର୍ତ୍ତମାନ ନା ଭେଣ୍ଟିଲେଟର୍ସ ଅଛି ଓ ନା ରୋଗୀଙ୍କ ପାଇଁ ସଂଶାଧନ । ଏହା ସହିତ ଡାକ୍ତର କହିଲେ କି ନା ଆମ ପାଖରେ ମେସିନ ଅଛି ନା ପର୍ଯ୍ୟାପ୍ତ ବେଡ ଅଛି ।

ଯଦି ଆପଣ ଆଜି କୌଣସି ବି ନ୍ୟୁୟର୍କ ହସ୍ପିଟାଲକୁ ଯିବେ ତେବେ କୌଣସି ଗରିବ ଦେଶର ସରକାରୀ ହସ୍ପିଟାଲ ଭଳି ନଜର ଆସିବ । ଆରମ୍ଭରେ କରୋନାରେ ସଂକ୍ରମିତ ପ୍ରାୟତଃ ରୋଗୀ ୭୦ ବର୍ଷରୁ ଉର୍ଦ୍ଧ ଥିଲେ କିନ୍ତୁ ବର୍ତ୍ତମାନ ପ୍ରାୟତଃ ରୋଗୀ ୫୦ ବର୍ଷରୁ କମ ବୟସର ଅଟନ୍ତି । ଡାକ୍ତରମାନେ ନ୍ୟୁୟର୍କ ପ୍ରଶାସନ ଉପରେ ଆରୋପ ଲଗାଇଛନ୍ତି କି ବୋଧେ ସେମାନେ ଏହି ରୋଗକୁ ବର୍ତ୍ତମାନ ପର୍ଯ୍ୟନ୍ତ ବି ଗମ୍ଭୀରତା ସହ ନେଉ ନାହାନ୍ତି ।

CNN ଅନୁସାରେ, ଆମେରିକାରେ ୪ ମାର୍ଚ୍ଚରେ ସଂକ୍ରମଣ ମାମଲା ସବୁଦିନ ୨୩ % ଗତିରେ ବଢୁଥିଲା । କିନ୍ତୁ ଏହା ଜଲ୍ଦି ଜଲ୍ଦି ବଢିବାରେ ଲାଗିଛି ଓ ୧୮ ମାର୍ଚ୍ଚ ପରେ ଏହା ୫୧ % ବୁଦ୍ଧି ହୋଇ ଯାଇଛି । WHO ପୂର୍ବରୁ ହିଁ ଚେତାବନୀ ଜାରି କରିଛନ୍ତି କି ଯଦି ଆମେରିକାର ସରକାର କୌଣସି କଡା ପଦକ୍ଷେପ ଗ୍ରହଣ କରିବେ ନାହିଁ ତେବେ ନ୍ୟୁୟର୍କ ଚୀନର ଊହାନ ସହରକୁ ବି ପଛରେ ପକାଇ ଦେବ । କହିଦେଉଛୁ କି ପ୍ରଶାନ୍ତ ମହାସାଗରରେ ଥିବା ଆମେରିକାର ଯୁଦ୍ଧ ଜାହାଜ ୟୁଏସଏସ ଥିୟୋଡୋର ରୂଜବେଲ୍ଟରେ ବି ତିନି ଜଣ ସୈନିକ ପଜିଟିବ ମିଳିଛନ୍ତି ।

ଆମେରିକାରେ ହୋଟେଲ ଖାଲି, ଅର୍ଥବ୍ୟବସ୍ଥା ବଞ୍ଚାଇବା ପାଇଁ ପ୍ୟାକେଜ

କରୋନାର ବଢୁଥିବା ମାମଲା ମଧ୍ୟରେ ଆମେରିକାର ହୋଟେଲରେ ୭୦ %ରୁ ଅଧିକ ରୁମ ଏକ ସପ୍ତାହ ହେବ ଖାଲି ଅଛି । ଦୁନିଆର ସମସ୍ତ ସରକାର ଓ କେନ୍ଦ୍ରୀୟ ବ୍ୟାଙ୍କ ବର୍ତ୍ତମାନ ଦିନରେ ନିଜ ନିଜର ଅର୍ଥବ୍ୟବସ୍ଥାକୁ କରୋନାର ପ୍ରଭାବରୁ ବଞ୍ଚାଇବା ପାଇଁ ନିଜର ନୀତି ଗୁଡିକ ମଧ୍ୟରେ କିଛି ଚେଞ୍ଜେସ କରୁଛନ୍ତି ଓ ପ୍ୟାକେଜର ଘୋଷଣା ମଧ୍ୟ କରୁଛନ୍ତି । ଦୁନିଆର ସବୁଠୁ ବଡ ଅର୍ଥବ୍ୟସ୍ଥା ଆମେରିକାରେ ସୀନେଟ ନେତା ଓ ହ୍ଵାଇଟ ହାଉସ ମଧ୍ୟରେ ଅର୍ଥବ୍ୟବସ୍ଥାକୁ ୨୦୦୦ ଡଲାରର ପ୍ରୋତ୍ସାହନ ପ୍ୟାକେଜ ଦିଆଯିବ ।