ଦୁଇ ଦିନରୁ ଭୋକିଲା ଥିବା ପରିବାର ପହଞ୍ଚିଲେ ଥାନାରେ ତ ଇନ୍ସପେକ୍ଟର ଦେଖାଇଲେ ଉଦାର ମନୋଭାବ, ଘରୁ ଆଣି ଦେଲେ ଖାଦ୍ୟସାମଗ୍ରୀ, ଆଉ ତା ପରେ

କରୋନା ଭାଇରସ ଭଳି ଘାତକ ରୋଗ କାରଣରୁ ପୁରା ଦେଶକୁ ଲକଡାଉନ କରି ଦିଆଯାଇଛି । ଏମିତିରେ ମେରଠ ସହରର କଂକରଖେଡ଼ା କ୍ଷେତ୍ରରେ ଏକ ଶ୍ରମିକର ପରିବାର ଭୋକ ଶୋଷରେ ଘରେ ହିଁ ଥିଲା । ଏହା ପରେ ବୁଧବାର ଦିନ ଶ୍ରମିକ ଜଣକ ଥାନାରେ ପହଞ୍ଚିଲା, ଯେଉଁଠି ସେ ତାକୁ ସାହାର୍ଯ୍ୟ କରିବା ପାଇଁ ପୋଲିସକୁ ପ୍ରାର୍ଥନା କରିଲା । ଏହା ପରେ ପୋଲିସ ନା କେବଳ ସେହି ଶ୍ରମିକର ସାହାର୍ଯ୍ୟ କରିଲେ ବରଂ ତା’ ଘରେଖାଦ୍ୟ ସାମଗ୍ରୀ ପଠାଇଲେ ।

ଦୁଇ ଦିନ ହେବ ଘରେ ନ ଥିଲା ଖାଦ୍ୟ ସାମଗ୍ରୀ

କଂକରଖେଡ଼ାର ଲାଲା ମୋହମ୍ମଦପୁର ଗ୍ରାମରେ ରହୁଥିବା ଇମରାନର ଘରେ ଦୁଇ ଦିନ ହେବ ଖାଇବା ପାଇଁ କୌଣସି ବି ଖାଦ୍ୟ ସାମଗ୍ରୀ ନ ଥିଲା । ତାହାର ପୁରା ପରିବାର ଦୁଇ ଦିନ ହେବ ଭୋକ ଶୋଷରେ ଘରେ ବନ୍ଦ ଥିଲା । ଏହା ପରେ ବୁଧବାର ଦିନ ସକାଳେ ଇମରାନ ନିଜର ପତ୍ନୀ ଆଶିମା, ଦୁଇ ଝିଅ ଓ ଦୁଇ ପୁଅ ସହିତ କଂକରଖେଡ଼ାର ଥାନାରେ ପହଞ୍ଚିଲା । ସେମାନେ ସେଠି କଂକରଖେଡ଼ାର ଥାନା ପ୍ରଭାରିଙ୍କୁ ନିଜର ଦୁଃଖ ଭରା କାହାଣୀ କହିଲେ ।

ସେ କହିଲା କି କାମଧନ୍ଦା ବନ୍ଦ ଥିବା କାରଣରୁ ତାଙ୍କର ପୁରା ପରିବାର ଭୋକରେ ଅଛି, ତାଙ୍କ ଘରେ ଖାଦ୍ୟ ତିଆରି କରିବା ପାଇଁ ଖାଦ୍ୟ ସାମଗ୍ରୀ ବି ନାହିଁ । ତାଙ୍କର ପିଲାମାନେ ବି ଭୋକରେ ଅଛନ୍ତି । ଯଦି ଏହିଭଳି ଚାଲିଲା ତେବେ ସେ ଓ ତାହାର ପରିବାର ଅଧିକ ଦିନ ପର୍ଯ୍ୟନ୍ତ ଜୀବିତ ରହିବେ ନାହିଁ । ଶ୍ରମିକର ଏହି ସବୁ କଥା ଶୁଣି ଥାନା ପ୍ରଭାରି ବିଜେନ୍ଦ୍ର ପାଲ ସିଂହ ରାଣା ପ୍ରଥମେ ପୁରା ପରିବାରକୁ ନିଜ ଅଫିସରେ ବସାଇଲେ ଓ ତୁରନ୍ତ ନିଜ ଘରୁ ରାଶନ ମାଗି ତାଙ୍କୁ ଦେଲେ । ଏହା ପରେ ଥାନା ପ୍ରଭାରି ନିଜ ତରଫରୁ ଇମରାନକୁ ୫୦୦ ଟଙ୍କା ବି ଦେଲେ ।

ଇନ୍ସପେକ୍ଟର ଆଗକୁ ବି ସାହାର୍ଯ୍ୟ କରିବା ପାଇଁ କହିଲେ

ଥାନା ପ୍ରଭାରି ବିଜେନ୍ଦ୍ର ପାଲ ସିଂହ ରାଣା ଇମରାନଙ୍କୁ ଚିନ୍ତିତ ନ ହେବା ପାଇଁ କହିଲେ । ସେ କହିଲେ କି ଘରେ ପହଞ୍ଚି ପିଲାମାନଙ୍କୁ ଖାଦ୍ୟ ତିଆରି କରି ଦିଅନ୍ତୁ ଓ ଆଗକୁ ବି ତୁମକୁ ସାହାର୍ଯ୍ୟ କରାଯିବ । ଏହା ପରେ ଇମରାନ ଓ ତା’ର ପୁରା ପରିବାର ବିଜେନ୍ଦ୍ର ପାଲ ସିଂହ ରାଣାଙ୍କୁ ଧନ୍ୟବାଦ ଦେଲେ । ବର୍ତ୍ତମାନ ସମସ୍ତେ ବିଜେନ୍ଦ୍ର ପାଲ ସିଂହ ରାଣାଙ୍କ ପ୍ରଶଂସା କରୁଛନ୍ତି ।