ଜଣା ପଡ଼ିଲା ସୁଶାନ୍ତ ଙ୍କ ମୃତ୍ୟୁ ରହସ୍ୟ, ରିୟା ଏବଂ ତାଙ୍କ ବୟଫ୍ରେଣ୍ଡ ମିଶି ମାରିଥିଲେ ଶୁଶାନ୍ତଙ୍କୁ?

ସୁଶାନ୍ତ ଙ୍କ ମୃତ୍ୟୁ କୁ ମାସେ ଉପରେ ହୋଇଯିବ କିନ୍ତୁ ଏଯାଏ କୌଣସି ପ୍ରମାଣ ମିଳୁନି । ସୁଶାନ୍ତ ଙ୍କ ସାଙ୍ଗ ସିଦ୍ଧାର୍ଥ ପିଠାଣି ଯିଏ କି ପ୍ରଥମେ ସୁଶାନ୍ତ ଙ୍କ ମୃତ ଶରୀର ପଙ୍ଖାରେ ଝୁଲୁଥିବା ଦେଖିଥିଲେ । ସେ ପୋଲିସ କୁ ନ ଡ଼ାକି କାହିଁକି ପ୍ରଥମେ ପଙ୍ଖାରୁ ସୁଶାନ୍ତ ଙ୍କ ମୃତ ଶରୀର କାଢୁଥିଲେ ବୋଲି ଗଣମାଧ୍ୟମ ପ୍ରଶ୍ନ କରିଛନ୍ତି । ଯେବେ ସିଦ୍ଧାର୍ଥ ଙ୍କୁ ରିୟା ଙ୍କ ବିଷୟରେ ପଚରା ଯାଇଥିଲା ସେ ପ୍ରଥମେ ମନା କରିଦେଇଥିଲେ ।

କିନ୍ତୁ ରିୟା ଙ୍କ ଇଂସ୍ଟଗ୍ରାମ ରେ ଜଣା ପଡିଛି କି ସିଦ୍ଧାର୍ଥ ରିୟା ଏକା ସଙ୍ଗେ ବୁଲୁଥିଲେ । ଫଟୋ ମଧ୍ୟ ଉଠାଉଥିଲେ । ତେବେ କାହିଁକି ସିଦ୍ଧାର୍ଥ ମିଛ କହିଥିଲେ? ସିଦ୍ଧାର୍ଥ ଏହା କହିଥିଲେ କି ସେ ରିୟା ଙ୍କୁ ଜାଣନ୍ତି ନାହିଁ କିନ୍ତୁ ରିୟା ଚକ୍ରବର୍ତ୍ତୀ ଙ୍କ କଲ ହିଷ୍ଟ୍ରି ରେ ସେ (ରିୟା) 115 ଥର ସୁଶାନ୍ତ ଙ୍କ ସାଙ୍ଗ ସିଦ୍ଧାର୍ଥ ଙ୍କୁ କଲ କରିଛନ୍ତି ବୋଲି । ତେବେ ରିୟା ଏବଂ ତାଙ୍କ ଭାଇ ଙ୍କୁ ଜେରା କରିଛି ଇଡି । ରିୟା ଚକ୍ରବର୍ତ୍ତୀ କ୍ରମାଗତ ଭାବରେ କେଉଁଠାରେ ଅଛନ୍ତି ତାହା ବଦଳୁଛି । ରିୟା ଚକ୍ରବର୍ତ୍ତୀ ବାରମ୍ବାର ନିଜର ସ୍ଥାନ ପରିବର୍ତ୍ତନ କରୁଛନ୍ତି ।

ସିବିଆଇ ଏହି ମାମଲାରେ ଏ ପର୍ଯ୍ୟନ୍ତ ହସ୍ତକ୍ଷେପ କରିନାହିଁ । ଦୂରରେ ରହି କଣ ଘଟୁଛି ଦେଖୁଚି । ଏବେ ଏହା ବଡ଼ ଖୁଲାସା ହୋଇଛି କି ସୁଶାନ୍ତ ମୃତ୍ୟୁ ପୂର୍ବ ଦିନ ଗୋଟିଏ ଫିଲ୍ମ ପାଇଁ ସାଇନ୍ କରିଥିଲେ । ଏହା ଜଣେ ଫିଲ୍ମ ଡ଼ାଇରେକ୍ଟର ନିଜେ କହିଛନ୍ତି । ତେବେ ସୁଶାନ୍ତ ଆତ୍ମହତ୍ୟା କିପରି କରିବେ ଏହା ପ୍ରଶ୍ନ ଉଠୁଛି ।

ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାର ତଦନ୍ତ ଚାଲିଥିବା ବେଳେ ଏଭଳି ଅନେକ ଜିନିଷ ବାହାରକୁ ଆସୁଛି ଯାହା କେବଳ ରିୟା ଚକ୍ରବର୍ତ୍ତୀଙ୍କ ସମସ୍ୟାକୁ ବଢ଼ାଉଛି ତା ନୁହେଁ ବରଂ ମୁମ୍ବାଇ ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ମଧ୍ୟ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀଙ୍କ କଲ୍ ବିବରଣୀ ଦେଖିବା ପରେ ଏକ ଉଦ୍ବେଗଜନକ ଘଟଣା ସାମ୍ନାକୁ ଆସିଛି । କୁହାଯାଉଛି ଯେ ସୁଶାନ୍ତଙ୍କ ମୃତ୍ୟୁ ପରେ ରିୟା ଚକ୍ରବର୍ତ୍ତୀ ବାନ୍ଦ୍ରା ଡିସିପିଙ୍କ ସହ ନିରନ୍ତର ଯୋଗାଯୋଗରେ ଥିଲେ ଏବଂ ସେ ଅନେକ ଥର ଡିସିପିଙ୍କୁ କଲ ମଧ୍ୟ କରିଛନ୍ତି । ତେବେ କଣ ରିୟା ଡିସିପି ଙ୍କୁ ଲାଞ୍ଚ ଦେଇଛନ୍ତି ? କିମ୍ବା ଡିସିପି ରିୟା ଙ୍କ ସମ୍ପର୍କୀୟ ମାମୁଁ?

ବିହାରରେ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ଏଫ୍ଆଇଆର୍ ଦିଆଯାଇଥିବାରୁ ରାଜ୍ୟ ପୋଲିସ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ତଦନ୍ତକୁ ତ୍ୱରାନ୍ୱିତ କରିଛି । ବିହାର ପୋଲିସର ଏକ ଟିମ୍ ସହ ମୁମ୍ବାଇ ପୋଲିସ ର ଯୁକ୍ତିତର୍କ ଯୋଗୁଁ କେସ ଏବେ ଇଡି ଏବଂ ସିବିଆଇ ହାତରେ, ଯାହା ପରେ ଅନେକ ଜିନିଷ ବାହାରକୁ ଆସୁଛି । ଏହି ସମୟରେ ଖବର ଆସୁଛି ଯେ ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ଆଣିଥିବା ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଧମକପୂର୍ଣ୍ଣ କଲ ଆସୁଛି । କେନ୍ଦ୍ର ସୁପାରିଶ ଯୋଗୁଁ କେସ କୁ ଏବେ ସିବିଆଇ ତଦନ୍ତ କରିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।