Breaking News: ଜୁଲାଇ 16 ପରେ ରାଜ୍ୟର କେଉଁ ସବୁ ଜିଲ୍ଲାରେ ହେବ ଅଧିକ କୋହଳ ଓ କେଉଁ ଜିଲ୍ଲାରେ ବଢିବ କଟକଣା ? ଦେଖନ୍ତୁ କଣ ରହିଛି ଆପଣଙ୍କ ଜିଲ୍ଲା ସ୍ଥିତି ?

କାରୋନାର ଦ୍ଵିତୀୟ ଲହରରେ ଆମ ରାଜ୍ୟରେ ମେ ୫ ତାରିଖରେ ଲାଗୁ ହୋଇଥିବା ଲକଡାଉନ ଏହା ମଧ୍ୟରେ ଆଂଶିକ ଲକଡାଉନରେ ପରିଣତ ହୋଇଛି ଓ ଏହା ମଧ୍ୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟ ସରକାର ଏହାର ବୃଦ୍ଧି କରିଥିଲେ ।

ତେବେ ବର୍ତ୍ତମାନ ଚାଲିଥିବା ଆଂଶିକ ଲକଡାଉନର ଅବଧି ଆସନ୍ତା ୧୬ ତାରିଖ ସୁଦ୍ଧା ଶେଷ ହେବାକୁ ଯାଉଛି ଓ ବର୍ତ୍ତମାନ ରାଜ୍ୟରେ କାରୋନା ସ୍ଥିତିରେ ମଧ୍ୟ ଅନେକ ସୁଧାର ଆସିଛି । ତେବେ ଆସନ୍ତା ୧୬ ତାରିଖ ଲକଡାଉନ ହଟିବ କି ନାହିଁ ଏଥି ନେଇ ଏବେ ସମସ୍ତଙ୍କ ମନରେ ଉଠୁଛି ପ୍ରଶ୍ନ ! ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରତ୍ଯେକ ରାଜ୍ୟର କୋଭିଡ ସ୍ଥିତିକୁ ତର୍ଜମା କରାଯାଇ ସେଇ ଅନୁସାରେ ନିର୍ଣ୍ଣୟ ନିଆ ଯାଉଥିଲା । ରାଜ୍ୟର ସମସ୍ତ ଜିଲ୍ଲାକୁ A ଓ B ଦୁଇତି ବର୍ଗରେ ବିଭକ୍ତ କରାଯାଇ ଥିଲା ।

କାରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ ଥିବା ଜିଲ୍ଲାକୁ ଏ ବର୍ଗରେ ରଖାଯାଇ ଥିଲା ଓ ସକ୍ରିୟ ଆକ୍ରାନ୍ତ ଅଧିକ ଥିବା ଜିଲକା ଗୁଡିକୁ ବର୍ଗ ବି ରେ ରଖାଯାଇ ଥିଲା । ମାତ୍ର ବର୍ତ୍ତମାନ ମଧ୍ୟ କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଦେଖିବାକୁ ମିଳୁଛି, ଯାହା ଏକ ଚିନ୍ତାର ବିଷୟ ଅଟେ । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଦୃଷ୍ଟିରେ ରଖି ବର୍ତ୍ତମାନ କଟକ ଓ ଖୋର୍ଦ୍ଧା ଜିଲ୍ଲାକୁ ରେଡ ଜୋନରେ ରଖା ଯାଇଛି ଓ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର ଓ ପୁରୀକୁ ୟେଲୋ ଜୋନରେ ରଖା ଯାଇଛି ।

ତେବେ ଏହି ସବୁ ଜିଲ୍ଲା ଗୁଡିକରେ ମଧ୍ୟ ଲକଡାଉନ କଟକଣା କୋହଳ କରାଯିବ କି ନାହିଁ ସେଥି ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ବାକି ଅନ୍ୟ ଜିଲ୍ଲାଗୁଡିକ ଗ୍ରୀନ ଜୋନରେ ରଖାଯିବା ସହ ସେଗୁଡିକରେ ଅନେକ ମାତ୍ରାରେ ଲକଡାଉନ କୋହଳ ମଧ୍ୟ ହୋଇ ସାରିଛି । ତେବେ ସମସ୍ତ ଜିଲ୍ଲାରେ କାରୋନା ପରିସ୍ଥିତି ଦୃଷ୍ଟିରେ ରଖି ଯଦ୍ୟପି ଅନଲକ କରି ଦିଆଯାଏ, ତେବେ କଟକ ଓ ଖୋର୍ଦ୍ଧାକୁ ଅନଲାକ କରାଯିବା ନେଇ ଦେଖା ଦେଉଛି ଅନିଶ୍ଚିତତା ।

କାରଣ ବର୍ତମାନ କଟକରେ ୩୨୮୯ ସକ୍ରିୟ ଆକ୍ରାନ୍ତ ରହିଥିବା ବେଳେ ଖୋର୍ଦ୍ଧାରେ 4୭୮୪ ଆକ୍ରାନ୍ତ ଅଛନ୍ତି । ତେବେ ଦେଖିବାକୁ ବାକି ରହିଛି ରେଡ ଓ ୟେଲୋ ଜୋନରେ ଥିବା ସମସ୍ତ ଜିଲ୍ଲା ଗୁଡିକ ପାଇଁ ସରକାର କଣ ଗାଇଡଲାଇନ ଲାଗୁ କରିବେ ଓ ଗ୍ରୀନ ଜୋନରେ ଥିବା ଜିଲ୍ଲା ଗୁଡିକ ଉପରୁ ସଂପୂର୍ଣ୍ଣ ଭାବେ କଟକଣା ଉଠିବ କି ନାହିଁ ? ତେବେ ଆଶା ରହୁଛି ରେଡ ଜୋନରେ ଥିବା ଦୁଇଟି ଜିଲ୍ଲା ତଥା ଖୋର୍ଦ୍ଧା ଓ କଟକକୁ ଛାଡି ବାକି ସମସ୍ତ ଜିଲ୍ଲା ଗୁଡିକୁ ସଂପୂର୍ଣ୍ଣ ଭାବେ ଅନଲକ କରି ଦିଆଯିବ ବୋଲି ।

ତେବେ ୧୬ ତାରିଖରେ ଏହି ଲକଡାଉନର ସମୟସୀମା ସଋ ଯାଉଥିବାରୁ ବର୍ତ୍ତମାନ ରାଜ୍ୟ ସରକାର କରୋନା ପରିସ୍ଥିତିକୁ ଭଲ ଭାବେ ତର୍ଜମା କରୁଛନ୍ତି ଓ କଣ ନିଷ୍ପତ୍ତି ନିଆ ଯିବ ସେ ନେଇ ବୈଠକ ମଧ୍ୟ କରୁଛନ୍ତି । ବୋଧ ହୁଏ ରାଜ୍ୟ ସରକାର ଅନେକ ମାତ୍ରାରେ ଏହି କଟକଣା ସବୁ କୋହଳ କରି ପାରନ୍ତି ବୋଲି ପୂର୍ବାନୁମାନ କର ଯାଉଛି ।