Breaking News: ବଙ୍ଗୋପସାଗରରେ ଭୂମିକମ୍ପ ଝଟକା ! ବଡ ସୂଚନା ଦେଲା National Centre For Seismology ! ସ୍ଥଳଭାଗରେ ପଡିବ କି ପ୍ରଭାବ ?

ବର୍ତ୍ତମାନ ସମୟର ସବୁଠୁ ବଡ ଖବର ସାମ୍ନାକୁ ଆସିଛି । ସମୁଦ୍ର ଭିତରେ ରେକର୍ଡ ହେଲା ଭୂମିକମ୍ପ । ବଙ୍ଗୋପସାଗରରେ ଭୂମିକମ୍ପ ହୋଇଥିବା ଖବର ସାମ୍ନାକୁ ଆସିଛି । ଏହି ଭୂମିକମ୍ପର ତୀବ୍ରତା ରେକ୍ଟର ସ୍କେଲରେ 5.1 ଥିବା ଜଣାପଡିଛି । ନ୍ୟାସନାଲ ସେଣ୍ଟର ଫର୍ ସେସମାଲୋଜି ପକ୍ଷରୁ ମିଳିଛି ଏହି ଭୂମିକମ୍ପ ସୂଚନା । ସ୍ଥଳ ବିଶେଷରେ ଭୂମିକମ୍ପ ହେଉଥିବା ସୂଚନା ଅନେକ ସମୟରେ ସାମ୍ନାକୁ ଆସିଥାଏ । ଭୂମିକମ୍ପର ଝଟକା ଆପଣ ମଧ୍ୟ ଅନେକ ଥର ଅନୁଭବ କରିଥିବେ । ଖୁବ ଭୟଙ୍କର ଥାଏ ସେହି କିଛି ସେକେଣ୍ଡ ।

ଭୂମିକମ୍ପ ହେଲା ମାତ୍ରେ ଲୋକମାନେ ଘରଦ୍ଵାର ଛାଡି ପଦାକୁ ଦୌଡି ଆସନ୍ତି । କିନ୍ତୁ ବର୍ତ୍ତମାନ ମିଳିଥିବା ସୂଚନା ଅନୁଯାୟୀ ଏହି ଭୂମିକମ୍ପଟି ସମୁଦ୍ର ଭିତରେ ହୋଇଛି । ଭୂମିକମ୍ପର ତୀବ୍ରତା ମଧ୍ୟ ବେଶ ଅଧିକ ଥିବା ସୂଚନା ରହିଛି । ଆଜି ସକାଳ 8ଟା 32 ମିନିଟ ସମୟରେ ଏହି ଭୂମିକମ୍ପ ରେକର୍ଡ ହୋଇଛି । ବାଂଲାଦେଶର ରାଜଧାନୀ ଢାକାରେ ମଧ୍ୟ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ଖବର ରହିଛି ।

ଉତ୍ତର- ପୂର୍ବ ବଙ୍ଗୋପସାଗର ଏବଂ ମଧ୍ୟ ବଙ୍ଗୋପସାଗର ଅଞ୍ଚଳରେ ଏହି ଭୂମିକମ୍ପ ସୃଷ୍ଟି ହୋଇଥିବା ଜଣାପଡିଛି । ସୃଷ୍ଟ ହୋଇଥିବା ଭୂକମ୍ପର ପ୍ରଭାବ ପ୍ରାୟ 10 କିମି ରେଡିଅସ ମଧ୍ୟରେ ପଡିଥିବା ସୂଚନା ରହିଛି । ଏହି ଭୂକମ୍ପ ଯୋଗୁଁ ହଠାତ ସମୁଦ୍ରରେ ଉଚ୍ଚ ଜୁଆର ଉଠିବା ସହ ସମୁଦ୍ରରେ ଢେର କିଛି ସମୟ ହଲଚଲ ଦେଖିବାକୁ ମିଳିଥିଲା ।

ଭୂକମ୍ପ ବଙ୍ଗୋପସାଗରର ମଧ୍ୟଭାଗରେ ହୋଇଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳରେ ଏହାର କୌଣସି ପ୍ରଭାବ ପଡିନାହିଁ । ଏହି ଭୂମିକମ୍ପ କେନ୍ଦ୍ରର ଦୂରତା କଲିକତା ଠାରୁ ପାଖାପାଖି 1650 କିମି ରହିଛି । ଭୂକମ୍ପର ପ୍ରଭାବ ସ୍ଥଳଭାଗରେ ପଡିବା ନେଇ ଆଶଙ୍କା କରାଯାଉଥିବା ବେଳେ ସମୁଦ୍ରର ମଧ୍ୟଭାଗରେ ଭୂକମ୍ପ ହୋଇଥିବାରୁ ଏହାର କୌଣସି ବିଶେଷ ପ୍ରଭାବ ପଡିବ ନାହିଁ ବୋଲି ସୂଚନା ମିଳିଛି । ଓଡିଶା ଠାରୁ ଏହି ଭୂକମ୍ପ କେନ୍ଦ୍ର ଅନେକ ଦୂରରେ ରହିଛି, ତେଣୁ ଓଡିଶା ଉପରେ ଏହାର କିଞ୍ଚିତ ପ୍ରଭାବ ମଧ୍ୟ ପଡିବ ନାହିଁ ବୋଲି ଜଣାପଡିଛି ।

କିନ୍ତୁ ସମୁଦ୍ର ତରଙ୍ଗାୟିତ ହେବା ସହ ଅଧିକ ବଡ ଜୁଆର ଉଠିବାର ସମ୍ଭାବନା ରହିଛି । ସମୁଦ୍ର ମଧ୍ୟରେ ଭୂକମ୍ପ ଅନେକ ସମୟରେ ବଡ ବଡ ବିପଦ ସୃଷ୍ଟି କରେ । ତେଣୁ ଏଥିପ୍ରତି ନଜର ରଖିଛନ୍ତି ନ୍ୟାସନାଲ ସେଣ୍ଟର ଫର୍ ସେସମାଲୋଜି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।