ଜାଲରେ ଫସିଥିବା ଭୟଙ୍କର ଚନ୍ଦ୍ରନାଗ ଶୋଷରେ (Thirsty Cobra) ଏମିତି ଛଟପଟ ହେଉ ଥିବାର ଦେଖିଲେ ହୃଦୟ ଥରି ଉଠିବ, ଦେଖନ୍ତୁ ଏହି Video

ପରିବେଶରେ ସବୁ ଜୀବଜନ୍ତୁ ତଥା ପ୍ରାଣୀ ସମସ୍ତେ ସମସ୍ତଙ୍କର ପରିପୂରକ ଅଟନ୍ତି । ମଣିଷ କେବଳ ଏକୁଟିଆ ଏହି ଧରାରେ ବଞ୍ଚି ରହିପାରିବ ନାହିଁ । ମଣିଷ ଧରାପୃଷ୍ଠରେ ରହିବା ପାଇଁ ହେଲେ ଜୀବ ଜଗତର ପ୍ରତ୍ଯେକ ପ୍ରାଣୀ ତା’ ପାଇଁ ଗୁରୁତ୍ୱପୂର୍ଣ୍ଣ । ସମସ୍ତେ ମିଶି ପରିବେଶର ସନ୍ତୁଳନ ରକ୍ଷା କରିବାରେ ଚେଷ୍ଟା କରିଥାନ୍ତି । ଅନେକ ଲୋକ ସାପ ଦେଖିବା ମାତ୍ରେ ତାକୁ ମାରି ଦେଇଥାନ୍ତି । ସାପର ସ୍ଵଭାବ ହେଉଛି ଦଂଶନ କରିବା । କିନ୍ତୁ ସାପଠୁ କିପରି ସୁରକ୍ଷିତ ରହିବେ ଏବଂ ସାପକୁ ମଧ୍ୟ ବଞ୍ଚିବାକୁ ଦେବେ ତାହା ଆମର କର୍ତ୍ତବ୍ୟ ହେବା ଉଚିତ ।

ସାପର ବିଷରୁ ଅନେକ ରୋଗ ପାଇଁ ଔଷଧମାନ ତିଆରି କରା ଯାଇଥାଏ ଓ ସେମାନେ ଆମ ପରିବେଶକୁ ମଧ୍ୟ ସନ୍ତୁଳିତ ରଖିବାରେ ସାହାଯ୍ୟ କରିଥାନ୍ତି । ତେଣୁ ଯେକୌଣସି ସାପକୁ ମାରିଦେବା ଏକ ବହୁତ ବଡ କ୍ଷତି ଅଟେ । ସାପ ଉଦ୍ଧାର କରିବା ପରେ ଅନେକ ସଂସ୍ଥା ତଥା ସ୍ଵେଚ୍ଛାସେବୀ ମାନେ କାର୍ଯ୍ୟ କରୁଛନ୍ତି । ଯଦି ଆପଣଙ୍କ ଘରେ ସାପ ପଶି ଯାଉଛି ତେବେ ଆପଣ ସେମାନଙ୍କ ସହ ଯୋଗାଯୋଗ କରି ସାପକୁ ଉଦ୍ଧାର କରିପାରିବେ ।

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ପବନଧୂଳି ପଞ୍ଚାୟତର ମଛଦା ନାମକ ଏକ ଗାଁ’ରେ ଗୋଟିଏ ବିଷଧର ଚନ୍ଦ୍ରନାଗ ତଥା ତମ୍ପ ସାପକୁ ଉଦ୍ଧାର କରିବା ସମୟର ଏହି ଦୃଶ୍ୟ ଆପଣ ଦେଖି ପାରୁଥିବେ । ଗାଁ’ର ଏକ ମାଛ ଧରିବା ସ୍ଥାନରେ ପ୍ରାୟ ୬ ଦିନ ଧରି ଗୋଟିଏ ସାପଟି ଗୁଡେଇ ହୋଇ ରହିଥିଲା ।  ଏକଥା ଯେତେବେଳେ ଗାଁର ଜଣେ ବରିଷ୍ଠ ବ୍ୟକ୍ତି ଜାଣିବାକୁ ପାଇଲେ ବିଳମ୍ବ ହେଲେ ମଧ୍ୟ ଜଣାଶୁଣା ସାପଧଳାଳି ମିର୍ଜା ଭାଇଙ୍କୁ ଯୋଗାଯୋଗ କରିଥିଲେ । ସେ ପ୍ରାୟ ୪୫କିମି ଯାତ୍ରା କରି ଆସି ମଛଦା ଗ୍ରାମରେ ପହଞ୍ଚିଥିଲେ ସାପକୁ ଉଦ୍ଧାର କରିବା ପାଇଁ ।

ସାପ ଉଦ୍ଧାର କରିବା ସମୟରେ ସେ ମଧ୍ୟ ସାପର ପରିବେଶ ଓ ମନୁଷ୍ୟଙ୍କ ପ୍ରତି ଅବଦାନ ସମ୍ପର୍କରେ ବୁଝେଇଥିଲେ ଓ ସାପଙ୍କୁ ନ ମାରିବା ପାଇଁ ଅନୁରୋଧ କରିଥିଲେ । ଏହାପରେ ସେ ଏକ କଇଁଚି ସାହାଯ୍ୟରେ ସାପଟି ଛନ୍ଦି ହୋଇ ରହିଥିବା ଜାଲକୁ କାଟି ସାପକୁ ମୁକ୍ତ କରିଥିଲେ । ଆଉ ସବୁଠୁ ହୃଦୟସ୍ପର୍ଶୀ ଦୃଶ୍ୟ ହେଉଛି ସାପକୁ ସେ ପାଣି ପିଆଇଥିଲେ । ଅନେକ ଦିନ ଧରି ଜାଲରେ ଛନ୍ଦି ହୋଇ ରହିବା ଯୋଗୁହ୍ନ ସାପଟି ନିଶ୍ଚୟ ଭୋକ ଶୋଷରେ ଥିବ ।

ତେଣୁ ଏକ ବୋତଲ ସାହାଯ୍ୟରେ ସାପକୁ ପାଣି ପିଆଇଥିଲେ । ସାପଟି ମଧ୍ୟ ସତେ ଯେମିତି ପାଣି ଖୋଜୁଥିଲା । ଏହାପରେ ସାପକୁ ସେ କିଛି ସମୟ ଚାଲିବାକୁ ଦେଇଥିଲେ ଓ ପରେ ଏକ କପଡା ମୁଣାରେ ପୁରେଇ ତାକୁ ସୁରକ୍ଷିତ ସ୍ଥାନରେ ଛାଡିବାକୁ ନେଇ ଯାଇଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।