ବଲୀଉଡର ଏହି ୫ ଜଣ ବଡ ଷ୍ଟାରଙ୍କ ପାଖରେ ନାହିଁ ଭାରତୀୟ ନାଗରିକତା, ନମ୍ବର ଏକ ତ ସବୁଠୁ ବଡ ଦେଶଭକ୍ତ

ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ କି ଭାରତରେ ଏମିତି ବହୁତ କଳାକାର ଅଛନ୍ତି ଯେଉଁମାନେ ଭାରତୀୟ ନୁହନ୍ତି । କିନ୍ତୁ ସେମାନଙ୍କୁ ଭାରତୀୟ ଦର୍ଶକମାନଙ୍କ ଠାରୁ ବହୁତ ଭଲ ପାଇବା ମିଳିଛି । ଭାରତୀୟ ଦର୍ଶକମାନେ ତାଙ୍କର ଅଭିନୟ ଓ ସୁନ୍ଦରତା ଉପରେ ଫିଦା ଅଟନ୍ତି । କହିବାକୁ ଗଲେ ବଲୀଉଡରେ ଏମିତି କିଛି ଷ୍ଟାର ଅଛନ୍ତି ଯେଉଁମାନେ ବଲୀଉଡର ସବୁଠୁ ବଡ ନାମ ଅଟନ୍ତି ଓ ସେମାନେ ଭାରତୀୟ ସିନେମା ଦ୍ଵାରା ହିଁ ପ୍ରସିଦ୍ଧ ହୋଇଛନ୍ତି । କିନ୍ତୁ ଏହି କେତେକ ଷ୍ଟାରଙ୍କ ପାଖରେ ଭାରତର ନାଗରିକତା ନାହିଁ ଓ ଏମାନଙ୍କ ମଧ୍ୟରେ କେତେକ ଆପଣଙ୍କ ପସନ୍ଦିତା କଳାକାର ବି ଅଟନ୍ତି ।

୧. ଅକ୍ଷୟ କୁମାର

ଅକ୍ଷୟ କୁମାର ବର୍ତ୍ତମାନ କିଛି ବର୍ଷ କେବଳ ଦେଶଭକ୍ତି ଉପରେ ଆଧାରିତ ଫିଲ୍ମ କରୁଛନ୍ତି ଓ ଏହି ଫିଲ୍ମ ଦ୍ଵାରା ହିଁ ସେ ଭାରତୀୟ ଦର୍ଶକମାନଙ୍କ ମଧ୍ୟରେ ବହୁତ ପପୁଳାର ବି ଅଟନ୍ତି । ବଲୀଉଡରେ ଅକ୍ଷୟ କୁମାର ଏକ ଦେଶଭକ୍ତ ରୂପରେ ଜଣା ଯାଆନ୍ତି । କିନ୍ତୁ ସେ ନିଜର ଭାରତୀୟ ନାଗରିକତାକୁ ତ୍ୟାଗ କରି ଦେଇଛନ୍ତି । ତାଙ୍କ ପାଖରେ କନାଡାର ପାସପୋର୍ଟ ଅଛି ଓ ଏହି କାରଣରୁ ସେ ଦେଶରେ ଭୋଟ କରି ପାରିବେ ନାହିଁ । ଏହି କଥାକୁ ନେଇ ସେ ବହୁତ ଟ୍ରୋଲ ବି ହୋଇଛନ୍ତି । କହିବାକୁ ଗଲେ କନାଡା ତାଙ୍କୁ ସେଠିକାର ନାଗରିକତା ସମ୍ମାନ ଦେଇ ଦେଇଛନ୍ତି । ଅକ୍ଷୟ କୁମାରଙ୍କ କନାଡାର ନାଗରିକତା ଜନ୍ମଜାତ ନୁହେଁ । ତାଙ୍କର ଜନ୍ମ ଅମୃତସରରେ ହୋଇଥିଲା ତଥାପି ସେ ଭାରତରେ ଭୋଟ ଦେଇ ପାରିବେ ନାହିଁ ।

୨. ଦୀପିକା ପାଦୁକୋଣ

ଦୀପିକା ପାଦୁକୋଣ ୨୦୧୯ରେ ଲୋକସଭା ନିର୍ବାଚନ ପାଇଁ ଲୋକମାନଙ୍କୁ ଭୋଟ ଦେବା ପାଇଁ ଅପିଲ କରିଥିଲେ ଓ କହିଥିଲେ କି ତାଙ୍କୁ ତାଙ୍କର ଦେଶ ପ୍ରତି ଦାୟିତ୍ଵକୁ ବହନ କରିବା ଉଚିତ ଏବଂ ଭୋଟ ଦିଅନ୍ତୁ । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ଦୀପିକା ପାଦୁକୋଣ ନିଜେ ଭାରତରେ ଭୋଟ ଦେଇ ପାରିବେ ନାହିଁ । କାରଣ ସେ ଭାରତୀୟ ନୁହନ୍ତି । ତାଙ୍କର ଜନ୍ମ ଡେନମାର୍କରେ ହୋଇଥିଲା ଓ ତାଙ୍କ ପାଖରେ ଡେନିଶ ପାସପୋର୍ଟ ଅଛି ।

୩. କଟରୀନା କୈଫ

କଟରୀନା କୈଫଙ୍କ ବିଷୟରେ ସମସ୍ତେ ଜାଣିଛନ୍ତି । କିନ୍ତୁ ସେ ବି ଭାରତୀୟ ନାଗରିକ ନୁହନ୍ତି ଓ ସେଥିପାଇଁ ତାଙ୍କୁ ଭୋଟ ଦେବା ପାଇଁ ଅନୁମତି ନାହିଁ । ତାଙ୍କର ଜନ୍ମ ବ୍ରିଟିଶ ହାଂଗକାଂଗରେ ହୋଇଥିଲା ଓ ସେ ଦୁନିଆର ବହୁତ ଦେଶରେ ରହିଛନ୍ତି । ସେଥିପାଇଁ ସେ ବିଦେଶୀ ଅଭିନେତ୍ରୀ ଅଟନ୍ତି । କଟରୀନା କୈଫଙ୍କ ପିତା କାଶ୍ମୀର ନିବାସୀ ଅଟନ୍ତି ତଥାପି ତାଙ୍କୁ ଭାରତୀୟ ନାଗରିକତା ମିଳି ନାହିଁ । କହିବାକୁ ଗଲେ କଟରୀନା କୈଫ ବ୍ରିଟିଶ ନାଗରିକ ଅଟନ୍ତି । ଏହା ଏଥିପାଇଁ କାରଣ ତାଙ୍କର ମା ବ୍ରିଟିଶ ନାଗରିକ ଅଟନ୍ତି । ସେଥିପାଇଁ ସେ ଭାରତରେ ଭୋଟ ଦେଇ ପାରିବେ ନାହିଁ ।

୪. ଆଲିୟା ଭଟ୍ଟ

ବଲୀଉଡର ଅଭିନେତ୍ରୀ ଆଲିୟା ଭଟ୍ଟ ଯିଏ କୋଟି କୋଟି ଭାରତୀୟ ହୃଦୟର ସ୍ପନ୍ଦନ ଅଟନ୍ତି ସେ ବି ଭାରତୀୟ ନୁହନ୍ତି । ଆଲିୟାଙ୍କ ମା ସୋନୀ ରାଜଦାନ ବର୍ମିଂଘମ ବ୍ରିଟେନର ଅଟନ୍ତି ଓ ତାଙ୍କ ପାଖରେ ବ୍ରିଟିଶ ନାଗରିକତା ଅଛି । ନିଜ ମାଙ୍କ ଭଳି ଆଲିୟାଙ୍କ ପାଖରେ ବି ବ୍ରିଟିଶ ନାଗରିକତା ଓ ପାସ୍ପୋର୍ଟ ଅଛି ।

୫. ସନି ଲିୟୋନି

ଗୁଗଳ ଉପରେ ଅଧିକ ସର୍ଚ କରାଯାଇଥିବା ଭାରତୀୟ ଷ୍ଟାରମାନଙ୍କ ମଧ୍ୟରେ ସାମିଲ ଥିବା ସନି ଲିୟୋନି ବି ଭାରତୀୟ ନୁହନ୍ତି । ତାଙ୍କ ପାଖରେ ଆଜି ବି କନାଡାର ନାଗରିକତା ଅଛି । ତାଙ୍କର ଅସଲ ନାମ କରନଜୀତ କୌର ବୋହରା ଅଟେ । ଯିଏକି ପଞ୍ଜାବ ରାଜ୍ୟ ଅଟନ୍ତି । କିନ୍ତୁ ତଥାପି ସେ ଭାରତୀୟ ନୁହନ୍ତି । ସନି କୈନେଡିୟାଈ ଅମେରିକୀ ନାଗରିକ ଅଟନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।