ଖୁବ ଶୀଘ୍ର Bollywood ରେ ଡେବ୍ୟୁ କରିବେ ‘Manike Mage Hithe’ ଗାୟିକା Yohani

ରାତାରାତି ସାରା ବିଶ୍ବରେ ଲୋକପ୍ରିୟତା ହାସଲ କରିଥିଲା ଟ୍ରେଣ୍ଡିଂ ଗୀତ ‘ମାନିକେ ମାଗେ ହିତେ’ । ଏହି ଗୀତ ଗାଇ ଏବେ ଚର୍ଚ୍ଚାରେ ଶ୍ରୀଲଙ୍କା ଗାୟିକା ୟୋହାନି । ଏହି ଗୀତ ଇ-ଣ୍ଟ-ର-ନେ-ଟ-ରେ ଭା-ଇ-ରା-ଲ ହେବା ପରେ ସାରା ଦୁନିଆ ପାଇଁ ସେ ପାଲଟି ଯାଇଛନ୍ତି ସେଲିବ୍ରିଟି । ତାଙ୍କ କ୍ରେଜ୍ ଦିନକୁ ଦିନ ବଢିବାରେ ଲାଗିଛି । ଏବେ ସବୁଥି ତାଙ୍କର ଡିମାଣ୍ଡ ଥିବା ବର୍ତ୍ତମାନ ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ସୁନ୍ଦରୀ ୟୋହାନି । ଆଜ୍ଞା ହଁ, ସେନ୍ସସାନ ଗାର୍ଲ ୟୋହାନି ଏବେ ବଲିଉଡରେ ଡେବ୍ୟୁ କରିବେ ବୋଲି ଖବର ଶୁଣିବାକୁ ମିଳୁଛି ।

ସୋ-ସି-ଆ-ଲ ମି-ଡି-ଆ-ରେ ୟୋହାନିଙ୍କ ‘ମାନିକେ ମାଗେ ହିତେ’ ଗୀତ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି ଓ ସାରା ବିଶ୍ଵର ଲୋକେ ମଧ୍ୟ ଗୀତଟିକୁ ଖୁବ ପସନ୍ଦ କରୁଛନ୍ତି । ଅଜୟ ଦେବଗନ, ସିଦ୍ଧାର୍ଥ ମାଲହୋତ୍ରା ଓ ରକୁଲ ପ୍ରୀତଙ୍କ ଅଭିନୀତ ଆଗାମୀ ଫିଲ୍ମ “ଥ୍ଯାଙ୍କ ଗଡ୍’ ରେ ୟୋହାନି ‘ମାନିକେ ମାଗେ ହିତେ’ ଗୀତର ହିନ୍ଦୀ ଭର୍ଜନ ପାଇଁ କଣ୍ଠ ଦେବେ ବୋଲି ଜଣାପଡିଛି । ଏନେଇ ଫିଲ୍ମ ନିର୍ଦ୍ଦେଶକ ଇନ୍ଦ୍ର କୁମାର କହିଛନ୍ତି ଯେ, ‘ୟୋହାନିଙ୍କ ଗୀତ ଏକ ସୁପରହିଟ୍ ଟ୍ରାକ୍ ହୋଇ ପାରିଛି । ଖୁବ ଶୀଘ୍ର ଏହାର ହିନ୍ଦୀ ଟ୍ରାକ ପ୍ରସ୍ତୁତ କରାଯାଇ ସୁଟି॰ ଆରମ୍ଭ କରାଯିବ ।’

ଆଗାମୀ ବର୍ଷ ୨୦୨୨ ରେ ଏହି ଫିଲ୍ମ ରିଲିଜ ହେବା ନେଇ ଲକ୍ଷ୍ୟ ରଖାଯାଇଛି । ଯାହାକୁ ନେଇ ୟୋହାନି ବେଶ ଖୁସି ଅଛନ୍ତି । ଏହି ଗୀତକୁ ତନିଷ୍କ ବାଗଚି କମ୍ପୋସ କରିବାକୁ ଥିବା ବେଳେ ରଶ୍ମି ପିରାକ ଲିରିକ୍ସ ଭାର ସମ୍ଭାଳିବେ ବୋଲି କୁହାଯାଉଛି । ଏହି ଚଳଚ୍ଚିତ୍ର ମାଧ୍ୟମରେ ତୃତୀୟ ଥର ପାଇଁ ଅଭିନେତ୍ରୀ ରକୁଲ ପ୍ରୀତଙ୍କ ସହ ଅଭିନୟ କରିବାକୁ ଯାଉଛନ୍ତି ସିଙ୍ଘମ ଅଜୟ ଦେବଗନ ।

କେଇ ଦିନ ତଳେ ୟୋହାନିଙ୍କୁ ବିଗ୍ ବସ୍-୧୩ ରେ ଦେଖିବାକୁ ମିଳିଥିଲା । ଯେଉଁଠାରେ ସେ ଭାଇଜାନ ସଲମାନ ଖାନଙ୍କ ସହ ଷ୍ଟେଜ ସେୟାର କରିଥିବା ନଜର ଆସିଥିଲେ । ଏହି ଅବସରରେ ସଲମାନ ମଧ୍ୟ ତାଙ୍କର ଏହି ଗୀତ ଗାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଶବ୍ଦ ଗୁଡିକୁ ସେ ବୁଝି ପାରି ନଥିଲେ ଓ ଗୀତ ଗାଇବା ବେଳେ ଏହାକୁ ପରିବର୍ତ୍ତନ କରିଥିଲେ । ‘ମାନିକେ ମାଗେ ହିତେ’ ଗୀତର ହିନ୍ଦୀ ଭର୍ଜନରେ ତୋହାନି କଣ୍ଠ ଦାନ କରିବେ ବୋଲି ମ୍ୟୁଜିକ କମ୍ପାନୀ ଟି-ସିରିଜ ନିଜ ଇ-ନ-ଷ୍ଟା-ଗ୍ରା-ମ ପେଜ୍ ରେ ପୋଷ୍ଟ କରି ଜଣାଇଛି ।

ଭୂଷଣ କୁମାର ଓ ଇନ୍ଦ୍ର କୁମାରଙ୍କ ସହ ମିଳିତ ଭାବେ ସେ ଏହି ଲୋକପ୍ରିୟ ଗୀତର ହିନ୍ଦୀ ଭର୍ଜନ ରିକ୍ରିଏଟ କରିବେ । ଗୀତଟି ଆସନ୍ତା ବର୍ଷ ଦର୍ଶକଙ୍କ ପାଖକୁ ଆସିବାର ରହିଛି । ଆପଣ ୟୋହାନିଙ୍କ କଣ୍ଠରେ ଏହି ଗୀତର ହିନ୍ଦୀ ଭର୍ଜନ ଶୁଣିବା ପାଇଁ କେତେ ଆଗ୍ରହୀ ଅଛନ୍ତି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଏହିଭଳି ଖବର ପାଇବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।